PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜଗତସିଂପୁର ଜିଲାର ଢିଙ୍କିଆ ପଞ୍ଚାୟତରେ ଆସନ୍ତା ବର୍ଷ ହେବ ପଞ୍ଚାୟତ ନିର୍ବାଚନ ।
  • ||
  • କୋଭିଡ୍‌ର କେବେ ବି ଅନ୍ତ ହେବ ନାହିଁ, ଭାଇରସ୍ ତାହାର ଚରିତ୍ର ବଦଳାଇବ : ସ୍ଵାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଭୁବନେଶ୍ଵର : ରାଜ୍ୟରେ ପୁଣି ବଢିଲା କରୋନା ଗ୍ରାଫ୍, ୨୪ ଘଣ୍ଟାରେ ୭୪୨୬ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • ପୁରୀ : ଖଣିରେ ଭାସୁଛି ମୃତଦେହ, ହତ୍ୟା ସନ୍ଦେହ
  • ||
  • ଭୁବନେଶ୍ଵର : ଗାନ୍ଧି ମାର୍ଗରେ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ, ପତାକା ଉତ୍ତୋଳନ କଲେ ରାଜ୍ୟପାଳ
  • ||
  • ପଦ୍ମପୁର : ସ୍କୁଲ୍ ନାହିଁ ତ ଭୋଟ୍ ନାହିଁ, ଗାଁ ମୁଣ୍ଡରେ ପୋଷ୍ଟର ଲଗାଇ ଭୋଟ ବର୍ଜନ ପାଇଁ ଘୋଷଣା କଲେ ଗ୍ରାମବାସୀ
  • ||
  • ଯାଜପୁର : ବାଇକକୁ ଧକ୍କା ଦେଲା କାର୍, ଜଣେ ମୃତ
  • ||
  • ଭୁବନେଶ୍ଵର : ଆଜି ଘନ କୁହୁଡ଼ି, ୨୮ରୁ ଶୀତ ଲହରୀ
  • ||
  • ଭୁବନେଶ୍ଵର : ଦେଶ ପାଳନ କରୁଛି ୭୩ତମ ଗଣତନ୍ତ୍ର ଦିବସ, ରାଜପଥରେ ଦୁନିଆ ଦେଖିବ ଭାରତର ଶକ୍ତି
  • ||

୫ ବର୍ଷର ଶିଶୁକୁ ଝୁଣି ଖାଇଗଲେ ବୁଲା କୁକୁର

ବୈପାରିଗୁଡା- କୋରାପୁଟ ଜିଲ୍ଲା ବୈପାରିଗୁଡାରେ ୫ ବର୍ଷର ଶିଶୁ ପୁତ୍ରକୁ ଖାଇଗଲେ ଏକାଧିକ କୁକୁର । ଏହି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲା ବୈପାରୀଗୁଡା ବ୍ଲକ ଅନ୍ତର୍ଗତ ଦୋରଗୁଡ଼ା ଗ୍ରାମପଞ୍ଚାୟତର କୁସୁମଗୁଡା ଗାଁରେ ।

ଉକ୍ତ ଗାଁର ଏକ ୫ବର୍ଷର ଶିଶୁ ପୁତ୍ର ତାର ବଡ଼ ଭାଇ ସାଙ୍ଗରେ ଗାଓଁ ପାଖ ନଦୀକୁ ଗାଧୋଇବା ପାଇଁ ଯାଇଥିଲା । ବଡ଼ ଭାଇ ନଦୀରେ ଗାଧୋଉଥିବା ସମୟରେ ସାନ ଭାଇ ଭୋକ ଲାଗିବାରୁ ଶୀଘ୍ର ଗାଧୋଇ ଘରକୁ ଆସୁଥିଲା।

ଘରକୁ ଆସିବା ବାଟରେ ଏହି ୫ବର୍ଷର ଶିଶୁଟିକୁ ଏକାଧିକ କୁକୁର ଏକସାଙ୍ଗରେ ଆକ୍ରମଣ କରିଥିଲେ । ଫଳରେ ଘଟଣାସ୍ଥଳରେ ଶିଶୁଟିର ମୃତୁ ହୋଇଥିଲା। ଖବର ପାଇ ସ୍ଥାନୀୟ ପୋଲିସ ଘଟଣାସ୍ଥଳକୁ ଯାଇ ତଦନ୍ତ କରି ଫେରିଥିବା ଜଣାପଡିଛି .। ଏହି ଘଟଣାରେ ଏକ ଅପ ମୃତୁ ମାମଲା କରାଯାଇଥିବା ଜଣାପଡିଛି । ଖବର ପାଇଁ ସ୍ଥାନୀୟ ବିଡ଼ିଓ ଅଭିମନ୍ୟୁ କବି ସତପଥି ଉକ୍ତ ଗାକୁ ଯାଇ ମୃତ ଶିଶିର ପରିବାର ଲୋକଙ୍କୁ ଏକ ହଜାର ଟଙ୍କା ଓ ୫୦ କିଲୋ ଚାଉଳ ଦେଇ ଥିବା ଦେଖିବା ମିଳିଛି । ଅଧିକ କ୍ଷତିପୂରଣ ଦେବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି ।