୩ ଘଣ୍ଟାରେ ବଦଳିଗଲା ଫଳ ବିକୁଥିବା ପ୍ରୀତିଙ୍କ ଭାଗ୍ୟ, ପିଏମଙ୍କ ଆଦେଶରେ ପହଞ୍ଚିଗଲା ସାହାଯ୍ୟ

ଆଗ୍ରା ୨୯/୧୦: ରାସ୍ତା କଡରେ ଫଳ ବିକୁଥିବା ପ୍ରୀତିଙ୍କ ଭାଗ୍ୟ ବଦଳିଗଲା । ପୂର୍ବରୁ ପ୍ରଧାନମନ୍ତ୍ରୀ ସ୍ୱନିଧି ଯୋଜନାରେ ପଇସା ପାଇବା ପରେ ସେ ଠେଲା ଗାଡିରେ ଫଳ ବିକୁଥିଲେ । କିନ୍ତୁ ଯେତେବେଳେ ସେ ନିଜ ଘର ଭାଙ୍ଗିରୁଜି ଯାଇଥିବା କଥା କହିଲେ, ମାତ୍ର ୩ ଘଣ୍ଟା ଭିତରେ ତାଙ୍କ ପାଖକୁ ଆଗ୍ରାର ଡିଏମ ନିଜେ ୨ ଲକ୍ଷ ଟଙ୍କାର ଚେକ୍ ସହିତ ପହଞ୍ଚି ଯାଇଥିଲେ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ମଙ୍ଗଳବାର ଉତ୍ତର ପ୍ରଦେଶର ଆଗ୍ରାରେ ରାସ୍ତା କଡରେ ଠେଲା ଗାଡିରେ ଫଳ ବିକୁଥିବା ପ୍ରୀତିଙ୍କ ସହିତ ଆଲୋଚନା କରିଥିଲେ । ଏହି ସମୟରେ ପ୍ରୀତି କହିଥିଲେ କି ଲକଡାଉନରେ ପରିବା ବେପାରରେ କ୍ଷତି ହେବା ଯୋଗୁଁ ସେ ପିଏମ ସ୍ୱନିଧି ଯୋଜନା ଅନୁସାରେ ୧୦ ହଜାର ଟଙ୍କାର ଲୋନ୍ ନେଇ ଫଳ ଠେଲା ଲଗାଇଥିଲେ । ତାଙ୍କର ଏହି ନୂଆ କାରବାରରେ ଭଲ ଲାଭ ମିଳିଥିଲା ।

ଆଲୋଚନା ମଧ୍ୟରେ ଯେତେବେଳେ ପିଏମ ମୋଦି ତାଙ୍କୁ ପରିବାର ଓ ଘର କଥା ପଚାରିଲେ, ପ୍ରୀତି କହିଲେ କି ତାଙ୍କର ଘର ଜରାଜୀର୍ଣ୍ଣ ହୋଇପଡିଛି । ଏଥିରେ ପ୍ରଧାନମନ୍ତ୍ରୀ କହିଥିଲେ କି ସେ ଅଫିସରମାନଙ୍କୁ ନିର୍ଦ୍ଦେଶ ଦେବେ, ଯେଉଁମାନେ ତାଙ୍କୁ ସାକ୍ଷାତ କରି ସମସ୍ୟା ସମ୍ପର୍କରେ ସିଏମ ଯୋଗୀଙ୍କୁ ସୂଚନା ଦେବେ । ତେବେ ପ୍ରଧାନମନ୍ତ୍ରୀଙ୍କ ସହିତ କଥା ହେବାର ଖୁସି ମନାଉଥିଲେ ପ୍ରୀତି । ମାତ୍ର ୩ ଘଣ୍ଟା ମଧ୍ୟରେ ଆଗ୍ରାର ଡିଏମ ପ୍ରଭୁ ଏନ ସିଂହ ନିଜେ ୨ ଲକ୍ଷ ଟଙ୍କା ଚେକ୍ ନେଇ ତାଙ୍କ ଘରେ ପହଞ୍ଚିଥିଲେ । ଏହା ପରେ ପ୍ରୀତିଙ୍କ ଖୁସିର ସୀମା ନଥିଲା ।

   ସମ୍ବନ୍ଧିତ ଖବର


ଦେଶର ସୀମାରେ ବଡ଼ ବିପଦ, ଆତଙ୍କବାଦୀଙ୍କ ଅନୁପ୍ରବେଶ ଚେଷ୍ଟା ଜାରି – ସେନା ମୁଖ୍ୟ

କରୋନା ଟିକା ଆସିବାର ତିନିରୁ ୪ ସପ୍ତାହ ମଧ୍ୟରେ ସମସ୍ତଙ୍କୁ ଟିକା ଦେବେ ଏହି ରାଜ୍ୟର ସରକାର

ନକଲି ରେଳ ଟିକେଟକୁ ସାବଧାନ- ମାତିଛନ୍ତି ଏ ପ୍ରକାରର ଦଲାଲ

ଶୋଇଥିବା ନିରୀହ ପୁଅର ତଣ୍ଟି ଚିପି ଦେଲା ନିଷ୍ଠୁର ପିତା –ପତ୍ନୀଙ୍କୁ କହିଲା ,ଏବେ ସେ ସବୁଦିନ ପାଇଁ ନିରାପଦ !

ଅଷ୍ଟ୍ରେଲିଆ ଉପରେ ଚୀନ୍‌ର ରାଗ- ଆମଦୀନୀ ହେଉଥିବା ମଦ ଉପରେ ବସାଇଲା ଦୁଇ ଶହ ପ୍ରତିଶତ ଟ୍ୟାକ୍ସ

ନିଖୋଜ ନେଭି କମାଣ୍ଡରଙ୍କର ଚିଠି ଭାଇରାଲ : କାହିଁକି ସେ ଲେଖିଲେ – ମୁଁ ବୋମା ପକାଇବାକୁ ଚାହୁଁଛି