ଅଟୋ, କ୍ୟାବ ଚାଳକଙ୍କ ଧର୍ମଘଟ ଯୋଗୁଁ ସ୍କୁଲ-କଲେଜ ଆଜି ବନ୍ଦ, ଜନଜୀବନ ପ୍ରଭାବିତ

ନୂଆଦିଲ୍ଲୀ ୧୯।୯: ଟ୍ରାଫିକ ନିୟମରେ ବର୍ଦ୍ଧିତ ଜରିମାନା ବିରୋଧରେ ଦିଲ୍ଲୀରେ ଅଟୋ ଚାଳକ ଓ କ୍ୟାବ ଚାଳକମାନେ ଧର୍ମଘଟ କରିଛନ୍ତି । ଧର୍ମଘଟ ଯୋଗୁଁ ସ୍କୁଲ-କଲେଜ ବନ୍ଦ ରଖାଯାଇଛି । ଅଟୋ ଓ କ୍ୟାବ ବନ୍ଦ ରହିବା ଫଳରେ ଯାତାୟତ ପାଇଁ ଲୋକେ ପ୍ରଭାବିତ ହୋଇଥିବା ଦେଖିବାକୁ ମିଳିଛି। ଏହି ଆନ୍ଦୋଳନରେ ଦିଲ୍ଲୀ ଏନସିଆରର ୫୧ଟି ପରିବହନ ସଂଗଠନ ସାମିଲ ହୋଇଥିବା ଦାବି କରାଯାଉଛି । ଯଦି ଏଭଳି ହୁଏ ତାହେଲେ ଏହାର ପ୍ରଭାବ ରେଳ ଷ୍ଟେସନରୁ ନେଇ ଏୟାରପୋର୍ଟ ପର୍ଯ୍ୟନ୍ତ ଦେଖିବାକୁ ମିଳିବ। ଏହାଦ୍ବାରା ଅଫିସ ସ୍କୁଲ ଯିବା ବି କଷ୍ଟକର ହୋଇପଡ଼ିବ। ମିନି ବସ ସଂଗଠନ ମାନେ ଏହି ଆନ୍ଦୋଳନକୁ ସମର୍ଥନ ଜଣାଇଛନ୍ତି । ଆଜାଦପୁର ଫଳ ଓ ପରିବା ବଜାରରେ ଏହାର ପ୍ରଭାବ ପଡ଼ିଛି ।

ଦିଲ୍ଲୀ-ଏନସିଆରରେ ପ୍ରାଇଭେଟ ବସ ଅପରେଟର୍ସଙ୍କ ପାଖାପାଖି ୨୫ ହଜାର ଠିକା ବସ ପରିଚାଳିତ ହୋଇଥାଏ । ଏହି ବସଗୁଡ଼ିକରେ ଲୋକେ ନୋଏଡା, ଗୁରୁଗ୍ରାମ, ଗାଜିଆବାଦ, ବାହାଦୁରଗଡ଼, ପାନିପଥ, ମେରଠ ଯାଆସ କରିଥାନ୍ତି । 

ଅଟୋ-ଟ୍ୟାକ୍ସି ସଂଗଠନ ମଧ୍ୟ ଆନ୍ଦୋଳନରେ ଯୋଗଦେଇଛନ୍ତି । ମେଟ୍ରୋ ଓ ବସରେ ଭିଡ଼ ଦେଖିବାକୁ ମିଳିଛି । ଏସଟିଏ ଅପରେଟର ଏକତା ମଂଚର ସଭାପତି ସୁରିନ୍ଦର ପାଳ ସିଂହ ଓ ସମ୍ପାଦକ ଶ୍ୟାମଲାଲ ଗୋଲା କହିଛନ୍ତି କଣ୍ଟ୍ରାକ୍ଟ କ୍ୟାରିଜର ୨୫ ହଜାର ବସରୁ ପାଖାପାଖି ୭ ହଜାର ବସ ଦିଲ୍ଲୀ-ଏନସିଆରର ପ୍ରାଇଭେଟ ସ୍କୁଲରେ ଚାଲିଥାଏ । ଦିଲ୍ଲୀରେ ୯୦ ହଜାରରୁ ଅଧିକ ଅଟୋ ଓ ପାଖାପାଖି ୧୦ ହଜାର କଳା-ହଳଦିଆ ଟ୍ୟାକ୍ସି ଚାଲିଥାଏ । ଅଟୋ ଟ୍ୟାକ୍ସିର ପ୍ରମୁଖ ୟୁନିୟନ ଏହି ଧର୍ମଘଟରେ ସମର୍ଥନରେ ଜଣାଇଛନ୍ତି।

   ସମ୍ବନ୍ଧିତ ଖବର


‘କୋଭାକ୍ସିନ’ର ୩ୟ ପର୍ଯ୍ୟାୟ ଟ୍ରାଏଲ ପାଇଁ ମିଳିଲା ଅନୁମତି

ED ସ୍କାନରରେ ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ପୁଅ

ଇମ୍ରାନ୍‌ଙ୍କୁ ଝଟକା : ପୂର୍ବଭଳି ଗ୍ରେ ଲିଷ୍ଟରେ ପାକିସ୍ତାନ, FATF କହିଲା…

୬ ବର୍ଷ ବୟସରେ ଇନ୍ସପେକ୍ଟର ! ସମ୍ଭାଳିଲେ ଏହି ଦାୟିତ୍ୱ

ଭାରତକୁ କ’ଣ ପାଇଁ ଆସିଥିଲା ଗିରଫ ହୋଇଥିବା ଚୀନ୍‌ ସୈନିକ? ତା ପାଖରୁ ସେନାକୁ ମିଳିଥିଲା ସ୍ଲିପିଙ୍ଗ୍‌ ବ୍ୟାଗ୍‌ ଓ ଷ୍ଟୋରେଜ ଡିଭାଇସ୍

୯ ମାସ ହେଲା ଗାଏବ କିମ୍‌ ଜୋଙ୍ଗ ଉନ୍‌ଙ୍କ ପତ୍ନୀ : ଏମିତି ଚାଲିଛି ଗୁଜବ !