PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ବହୁ ଚର୍ଚ୍ଚିତ ବୁଲିବାଇ ଆପ୍ ମାମଲା, ଭୁବନେଶ୍ଵରରୁ ମୁଖ୍ୟ ଅଭିଯୁକ୍ତ ଗିରଫ
  • ||
  • ମାଲକାନଗିରି : ଦାନ୍ତେୱାଡାରେ ଏନକାଉଣ୍ଟର, ହାର୍ଡକୋର୍ ମାଓନେତା ମୁଇଆ ମାଡକାମ ନିହତ
  • ||
  • ବାଲିପାଟଣା : କଟନି ଛଟନୀକୁ ବିରୋଧ କରି ଚାଷୀଙ୍କ ରାସ୍ତାରୋକ
  • ||
  • ରାୟଗଡ଼ା : ବିଷାକ୍ତ ମଦ୍ୟପାନ କରି ଦୁଇ ଭାଇଙ୍କ ମୃତ୍ୟୁ ଅଭିଯୋଗ
  • ||
  • କାମାକ୍ଷାନଗର : ସାହି ଭିତରେ ପଶି ଆକ୍ରମଣ କଲା ଜଙ୍ଗଲୀ ବାରହା, ୬ ଆହତ ଜଣେ ଗୁରୁତର
  • ||
  • ଭୁବନେଶ୍ଵର: ଆଇସିୟୁରେ ରୋଗୀ ନାହାଁନ୍ତି, ଅକ୍ସିଜେନ୍‌ର ଆବଶ୍ୟକତା ନାହିଁ, ସ୍ଥିତି ନିୟନ୍ତ୍ରଣାଧୀନ : ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୦୧କୁ ବୃଦ୍ଧି
  • ||
  • କଟକ : ଲିଙ୍ଗ ନିରୂପଣ ମାମଲାରେ ଦୁଇ ଦଲାଲ୍‌ ଗିରଫ, ଦେଢ଼ ହଜାର କମିସନ୍‌ ରଖି ମହିଳାଙ୍କୁ ପଠାଉଥିଲେ
  • ||
  • ଚୌଦ୍ଵାର : ସୁନା ବ୍ୟବସାୟୀଙ୍କ ଉପରକୁ ଗୁଳିମାଡ଼, ଲକ୍ଷାଧିକ ଟଙ୍କାର ସୁନାଗହଣା ଲୁଟିନେଲେ ୩ ଦୁର୍ବୃତ୍ତ
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୧୦,୩୬୮ ଜଣ କରୋନା ପଜିଟିଭ
  • ||
  • ଭୁବନେଶ୍ୱର : ବଦଳିଲା ପାଗ, ଆସନ୍ତାକାଲିଠୁ ପୁଣି ବର୍ଷିବ
  • ||

ଡଟ୍ ପେନକୁ ନେଇ ଛାତ୍ରୀଙ୍କ ଆତ୍ମହତ୍ୟା

ବେତନଟୀ, ୭।୧୨ ବଡ଼ସାହି ଥାନା ଭୀମଦା ଫାଣ୍ଡି ଅଧୀନ ପଟିସାରି ଗ୍ରାମରେ ମଙ୍ଗଳବାର ଅପରାହ୍ନରେ ଘଟିଯାଇଛି ଏକ ଅଭାବନୀୟ ଘଟଣା l ସାମାନ୍ୟ ଘଟଣାକୁ ନେଇ ଘରଭିତରେ ବେକରେ ଫାଶୀଦେଇ ଆତ୍ମହତ୍ୟା କରିଛି ଦଶମଶ୍ରେଣୀର ଛାତ୍ରୀ l ମୃତକ ଜଣକ ହେଉଛନ୍ତି ଗ୍ରାମର ଦିବାକର ବେହେରାଙ୍କ  ଝିଅ ସୂଚୀପ୍ରଭା ବେହେରା l

ସୂଚନା ମୁତାବକ ସୂଚୀପ୍ରଭା ମଙ୍ଗଳବାର ଅପରାହ୍ନରେ ସ୍କୁଲରୁ ଘରକୁ ଫେରିଥିଲେ l ତେବେ ସାମାନ୍ୟ ଏକ ଡଟପେନକୁ ନେଇ ସୂଚୀପ୍ରଭାଙ୍କ ସହିତ ସମ୍ପର୍କୀୟ ସାନଭାଇର ଟଣାଓଟରା ହୋଇଥିଲା l ତେବେ ଏନେଇ ଜେଜେମା, ଜେଜେବାପା ସୂଚୀପ୍ରଭାଙ୍କୁ ଆକଟ  କରିବାକୁ ଯାଇ ଗାଳିଦେଇଥିଲେ l ଏଥିରେ ଉତକ୍ଷିପ୍ତ ହୋଇ ସୂଚୀପ୍ରଭା ଘର ଭିତରେ କବାଟ ଦେଇ ଫ୍ୟାନରେ ଫାଶୀ ଦେଇ ଝୁଲି ପଡ଼ିଥିଲେ l ସଙ୍ଗେସଙ୍ଗେ କବାଟଭାଙ୍ଗି ସୂଚୀପ୍ରଭାଙ୍କୁ ଘରଭିତରୁ ଉଦ୍ଧାର କରି ବଡ଼ସାହି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ସୁଦ୍ଧା ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ l

ଖବରପାଇ ବଡ଼ସାହି ପୁଲିସ ମୃତଦେହ ଜବତକରି ପଞ୍ଚନାମା କରିଥିବାବେଳେ ଆସନ୍ତାକାଲି ବୁଧବାର ଶବବ୍ୟବଛେଦ ହେଵବୋଲି ଜଣାଯାଇଛି l ତେବେ ଏହି ଘଟଣାକୁ ନେଇ ପଟିସାରି ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଥିବା ବେଳେ ସାମାନ୍ୟ ଆକଟ ପାଇଁ ଜେଜେମା ଜେଜେବାପାଙ୍କ ଗାଳିରେ ଜଣେ ଦଶମଶ୍ରେଣୀର ଛାତ୍ରୀ ଆତ୍ମହତ୍ୟା ଭଳି ରାସ୍ତା ବାଛିନେବା ଘଟଣା ସମସ୍ତଙ୍କୁ ବିଚଳିତ କରିଦେଇଛି l