PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ୨୪ ଘଣ୍ଟା ପ୍ରଚାର ବ୍ୟାନ୍ କଲେ ନିର୍ବାଚନ କମିଶନର , ନିର୍ବାଚନ ପ୍ରଚାରରେ ବିବାଦୀୟ ଭାଷଣ ପାଇଁ ଲାଗିଲା କଟକଣା
  • ||
  • ସୁଶିଲ ଚନ୍ଦ୍ରା ନୂଆ ମୁଖ୍ୟ ନିର୍ବାଚନ କମିଶନର ନିଯୁକ୍ତ
  • ||
  • ଆଜି ଭୁବନେଶ୍ୱରରୁ ୧୯୦ କରୋନା ପଜିଟିଭ ଟିହ୍ନଟ, କ୍ୱାରେଣ୍ଟାଇନ୍‌ରୁ ୩୮ ଓ ଲୋକାଲ କଣ୍ଟାକ୍ଟରୁ ୧୫୨ସଂକ୍ରମିତ
  • ||
  • ପିପିଲି ଉପନିର୍ବାଚନ ପାଇଁ ଭର୍ଚୁଆଲ ରାଲିରେ ନବୀନ ପଟ୍ଟନାୟକ କରୁଛନ୍ତି ପ୍ରଚାର , ୬ଟି ଜିଲ୍ଲା ପରିଷଦ ଜୋନ୍‌ ପାଇଁ ସିଧା ପ୍ରସାରଣ ବ୍ୟବସ୍ଥା
  • ||
  • କଟକ ଏସ୍‌ସିବିରୁ ହାଇଦର ଫେରାର ଘଟଣା – ହାଇଦର ଫେରାର ପଛରେ ତାର ପରିବାର ଲୋକଙ୍କ ହାତ ଅଛି, ମଙ୍ଗଳାବାଗ ଥାନାରେ ଏତଲା ଦେଲେ ଗ୍ୟାଙ୍ଗଷ୍ଟରକୁ ଜଗୁଥିବା ନିଲମ୍ୱିତ କନଷ୍ଟେବଲ ମହମ୍ମଦ ମୌସିମ୍,‌
  • ||
  • ଭାରତରେ ରୁଷ୍ ଟିକା ସ୍ପୁଟ୍‌ନିକ୍ –V କୁ ମଞ୍ଜୁରୀ , ବିଶେଷଜ୍ଞ କମିଟି ବୈଠକରେ ନିଆଗଲା ନିଷ୍ପତ୍ତି, ମାନବ ଦେହରେ ବ୍ୟବହାର ପାଇଁ ଅନୁମତି
  • ||
  • ବଲାଙ୍ଗୀର ଓ କଳାହାଣ୍ଡି ବିଶ୍ବବିଦ୍ୟାଳୟ ପାଇଁ ୨ ଜଣ ନୂଆ କୁଳପତିଙ୍କୁ ମିଳିଲା ନିଯୁକ୍ତି
  • ||
  • ଭୁବନେଶ୍ୱର: କ୍ୟାବିନେଟ୍ ବୈଠକରେ ୯ଟି ପ୍ରସ୍ତାବ ଉପରେ ବାଜିଲା ମୋହର
  • ||
  • ଭଞ୍ଜନଗର: ଭାଲୁ ଆକ୍ରମଣରେ ବାଘୁଆପଲ୍ଲୀ ଗ୍ରାମର ୪ ଜଣ ଗୁରୁତର ଆହତ
  • ||
  • ଢେଙ୍କାନାଳ: ମାଛ ଧରିବାକୁ ଯାଇ ନଦୀରେ ବୁଡିଗଲେ ମାଛ ଧରାଳି, ଖୋଜାଖୋଜି ପରେ ଉଦ୍ଧାର ହେଲା ମୃତହେଦ
  • ||
  • କଟକ: ନିଆଳିର ଏକ ବିଲରୁ ଏକ ମୃତଦେହ ଉଦ୍ଧାର
  • ||
  • ଗଜପତି ଜିଲ୍ଲାର ସମସ୍ତ ସୀମା ସିଲ, ବାହାରୁ ଆସୁଥିବା ଲୋକଙ୍କ ଉପରେ କଡା ନଜର
  • ||
  • ଭୁବନେଶ୍ୱର: ଆଜି ପହଞ୍ଚିବ ୨ ଲକ୍ଷ ୭୧ ହଜାର ଟିକା
  • ||
  • ଜଗନ୍ନାଥପୁର ଛକ ପୁକୁଡ଼ିବନ୍ଧ ଜଙ୍ଗସନ୍ରୁ ୯୨୦ କିଲୋ ଗଞ୍ଜେଇ ଧରିଲା ଅବକାରୀ ବିଭାଗର ସ୍ଵତନ୍ତ୍ର ୱିଙ୍ଗ, ୮ ଗିରଫ, ଟ୍ରକ୍ ଓ ମ୍ୟାକ୍ସପିକ୍ପ ଜବତ
  • ||
  • ବୀରମହାରାଜପୁର: ଚନ୍ଦଲି ରାସ୍ତା କଡ଼ରୁ ନବଜାତ ଶିଶୁ ପୁତ୍ର ଉଦ୍ଧାର, ଡାକ୍ତରଖାନାରେ ଭର୍ତ୍ତି
  • ||
  • ନୀଳଗିରି: ଅଭୟାରଣ୍ୟ ଭିତରୁ ଜଣେ ଶିକାରୀ ଗିରଫ,ମାରଣାସ୍ତ୍ର ଜବତ, ଖସିଗଲେ ୩ଜଣ ଶିକାରୀ…
  • ||
  • କଟକ: ଚାଉଳିଆଗଞ୍ଜ ଥାନାରେଆତ୍ମସମର୍ପଣ କଲା ହାଇଦର ସହଯୋଗୀ ୟାକୁବର
  • ||
  • ନୀଳଗିରି: କୂଳଡିହା ଅଭୟାରଣ୍ୟ ସୀମାନ୍ତରୁ ବିରାଟକାୟ ହରିଣ କ୍ଷତବିକ୍ଷତ ଉଦ୍ଧାର କଲେ ଗ୍ରାମବାସୀ
  • ||
  • କଟକ: ହଷ୍ଟେଲ ଭିତରେ ପଶି ନର୍ସିଂ ଛାତ୍ରୀଙ୍କୁ ତଡୁଛି ପୁଲିସ, ଏସସିବି ବିଏସି ନର୍ସିଂ କଲେଜରେ ଉତ୍ତେଜନା
  • ||
  • ନୀଳଗିରି: ଅସନବଣି ଅଞ୍ଚଳରୁ ଉଦ୍ଧାର ହେଲା ୧୫ ଫୁଟ୍ ଲମ୍ବର ଅହିରାଜ ସାପ
  • ||

ଛାତ୍ରୀଙ୍କୁ ଜୀଅନ୍ତା ଜାଳିଦେବାକୁ ଉଦ୍ୟମ ମାମଲା: ଷଡ଼ଯନ୍ତ୍ର ପଛରେ ଏଡିଟେଡ୍‌ ନଗ୍ନ ଫଟୋ!

କଟକ, ୨୬/୦୨: ଜଣେ ଛାତ୍ରୀଙ୍କୁ ତାଙ୍କ ଘର ଭିତରେ ପ୍ରଥମେ ଆକ୍ରମଣ କରିବା ପରେ ନିଶା ଇନ୍‌ଜେକ୍‌ସନ୍‌ ଦେଇ ବେହୋସ୍‌ କରାଗଲା । ଏହା ପରେ ହାତ ଗୋଡ଼ ବାନ୍ଧି ଘର ଭିତରେ ବନ୍ଦ କରି ଘରେ ନିଆଁ ଲଗାଇଦିଆଗଲା । ଏଭଳି ବୀଭତ୍ସ ଓ ଭୟାନକ ଘଟଣା ଘଟିଲା ଚଳଚଞ୍ଚଳ କଟକ ସହରର ଜନଗହଳିପୂର୍ଣ୍ଣ ମାନସିଂହପାଟଣାରେ, ପୁଣି ଦିନବେଳା । ଏପରିକି ଦୁର୍ବୃତ୍ତମାନେ ଏଭଳି ନାରକୀୟ କାଣ୍ଡ ଘଟାଇବା ପରେ ସେଠାର ସହଜରେ ଖସି ପଳାଇ ବି ଗଲେ । ତେବେ ଏହି ଲୋମଟାଙ୍କୁରା ଘଟଣା ପଛରେ ଏକତରଫା ପ୍ରେମ ସମ୍ପର୍କ ଥିବା ପୁଲିସ ଆଶଙ୍କା କରୁଛି । ଏପରିକି ଏହି ଏକତରଫା ପ୍ରେମ ପାଇଁ ଗଲା କିଛି ଦିନ ତଳେ ସେହି ଛାତ୍ରୀଙ୍କର ଏକ ଏଡିଟ୍‌ ଫଟୋ(ଭଲ ଫଟୋକୁ ଏଡିଟ୍‌ କରି ନଗ୍ନ ଭାବେ ଦର୍ଶାଇବା) ଭାଇରାଲ୍‌ ହୋଇଥିଲା । ଏନେଇ ଥାନାରେ ମାମଲା ମଧ୍ୟ ରୁଜୁ ହୋଇଥିଲା । ତେବେ ଏହି ମାମଲା ରୁଜୁ ହେବା ପରେ ଅଭିଯୁକ୍ତ ଯୁବକମାନେ ଏଭଳି ନାରକୀୟ କାଣ୍ଡ କରିଥିବା ଆଶଙ୍କା କରାଯାଉଛି ।

ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଛାତ୍ରୀ ଜଣକ ଖ୍ରୀଷ୍ଟ ବିଦ୍ୟାଳୟରେ ବିଜ୍ଞାନର ଛାତ୍ରୀ । କୁହାଯାଉଛି ଏହି ଛାତ୍ରୀଙ୍କୁ ଜଣେ ଯୁବକ (ଛାତ୍ର) ଏକତରଫା ପ୍ରେମ କରୁଥିଲା । ଯୁବକଜଣକ ବହୁବାର ଛାତ୍ରୀଙ୍କୁ ପ୍ରେମ ନିବେଦନ ମଧ୍ୟ କରିଛି । ଏହାକୁ ଛାତ୍ରୀ ଜଣକ ପ୍ରତ୍ୟାଖାନ କରିବାରୁ ଯୁବକ ଜଣକ ପ୍ରତିଶୋଧପରାୟଣ ହୋଇ ଉଠିଥିଲା । ସେ ଛାତ୍ରୀଙ୍କର ଏକ ଭଲ ଫଟୋକୁ ନେଇ କମ୍ପ୍ୟୁଟରରେ ଏଡିଟ୍‌ କରି ଏହାକୁ ଅଶ୍ଲୀଳ ରୂପ ଦେଇ ତାହାକୁ ପ୍ରଥମେ ଛାତ୍ରୀଙ୍କ ପାଖକୁ ପଠାଇଥିଲା । ତାର ପ୍ରେମରେ ରାଜି ନହେଲେ ସେହି ଫଟୋକୁ ଇଣ୍ଟରନେଟ୍‌ରେ ଭାଇରାଲ୍‌ କରିଦେବ ବୋଲି ଧମକ ଦେଇଥିଲା । ଏହି ଘଟଣା ପରେ ଛାତ୍ରୀ ଜଣକ ୧୫ ଦିନ ତଳେ ଲାଲ୍‌ବାଗ ଥାନରେ ଏତଲା ମଧ୍ୟ ଦେଇଥିଲେ । ପୁଲିସ ଏହି ମାମଲାର ତଦନ୍ତ ମଧ୍ୟ କରୁଛି । ତେବେ ଏହି ମାମଲା ରୁଜୁ ପରେ ସଂପୃକ୍ତ ଯୁବକ ଉତ୍ତ୍ୟକ୍ତ ହୋଇଉଠିଛି । ସେ ତାର ୩ ଜଣ ସାଙ୍ଗକୁ ନେଇ ଆଜି ଦିନ ସମୟରେ ମାନସିଂହପାଟଣାର ଉକ୍ତ ଛାତ୍ରୀଙ୍କ ଭଡ଼ା ଘରକୁ ଆସିଛି ।

ସଂଯୋଗବଶତଃ ହେଉ ବା ପୂର୍ବରୁ ଯାଞ୍ଚ୍‌ କରିଥିବା ହେଉ, ସେତେବେଳେ ଘରେ କେହି ସଦସ୍ୟ ନଥିଲେ । ଏହା ଜାଣି ଦୁର୍ବୃତ୍ତମାନେ ଛାତ୍ରୀଙ୍କ ଘରେ ପଶି ପ୍ରଥମେ ତାକୁ ଧମକଚମକ ଦେଇଛନ୍ତି । ଏହା ପରେ ମାଡ଼ ମଧ୍ୟ ମାରିଛନ୍ତି । ୪ ଜଣ ମିଶି ଛାତ୍ରୀଙ୍କୁ ଧରିନେଇ ତାଙ୍କୁ ବେହୋସ୍‌ ହୋଇଥିବା ଇନ୍‌ଜେକ୍‌ସନ୍‌ ମଧ୍ୟ ଦେଇଛନ୍ତି । ଛାତ୍ରୀ ଜଣକ ବେହୋସ୍‌ ହେବା ପରେ ତାଙ୍କର ଗୋଡ଼ ହାତକୁ ବାନ୍ଧି ଦେଇ ଘରେ ଛାଡ଼ି ଦେଇଛନ୍ତି । ଏହା ପରେ ଘରେ ନିଆଁ ଲଗାଇ ସେଠାରୁ ଚମ୍ପଟ ମାରିଛନ୍ତି ବୋଲି ପୁଲିସ ପ୍ରାଥମିକ ଭାବେ କହୁଛି । ମାତ୍ର ଏହି ଥିଓରି ଉପରେ ପୁଲିସ କିଛି ସ୍ପଷ୍ଟ ବୟାନ ଦେଇନି । ଏନେଇ ଡିସିପି ପ୍ରତୀକ ସିଂହଙ୍କ କହିବାକଥା, ଛାତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି । ଘଟଣାରେ ୪ ଜଣ ଥିବା ପ୍ରାଥମିକ ସୂଚନା ମିଳିଛି । ଏନେଇ ଲାଲ୍‌ବାଗ ଥାନାରେ ମାମଲା ରୁଜୁ ହୋଇଛି । ଖୁବ୍‌ଶୀଘ୍ର ଅପରାଧୀମାନେ ଧରାହେବେ ବୋଲି ଡିସିପି ଶ୍ରୀ ସିଂହ କହିଛନ୍ତି ।

ବାନ୍ଧିଲେ, ଇନ୍‌ଜେକ୍‌ସନ୍ ଦେଲେ କିନ୍ତୁ ପାଟି ଚୁପ୍

ଛାତ୍ରୀ ଜଣକ ଘର ମାଲିକ ଓ ପରେ ପୁଲିସକୁ ଯେଉଁ ସବୁ ବିଷୟ କହିଛନ୍ତି ସେଥିରେ ଦୁର୍ବୃତ୍ତମାନେ ପ୍ରଥମେ ତାଙ୍କ ମାଡ଼ ମାରିଛନ୍ତି । ପରେ ବାନ୍ଧି ଦେଇ ଏକ ନିଶା ଇନ୍‌ଜେକ୍‌ସନ୍‌ ଦେଇ ଘରେ ନିଆଁ ଲଗାଇ ପଳାଇଲେ । ତେବେ ଏତେ ସବୁ ହେଲେ ମାତ୍ର ଛାତ୍ରୀ ଜଣକ ଘରେ ପାଟି କଲେନି କିମ୍ବା ଚିତ୍କାର ନକରିବା ବିଷୟ ସମସ୍ତଙ୍କୁ ଚକିତ କରିଛି । ପ୍ରଥମେ ଦୁର୍ବୃତ୍ତମାନେ ଯେତେବେଳେ ଘରେ ପଶିଲେ ସେ ସମୟରେ ଛାତ୍ରୀ ଜଣକ କାହିଁକି ପାଟିକଲେନି । ସେହିପରି ମାରଧର ସମୟର ତ ଚିତ୍କାର କରିବା କଥା ତାହା ମଧ୍ୟ ହେଲାନି । ତେଣୁ ଛାତ୍ରୀଙ୍କ ଏଭଳି ବ୍ୟବହାରକୁ ନେଇ ମଧ୍ୟ ପୁଲିସ ଅଡ଼ୁଆରେ ପଡ଼ିଛି । ଏହି ବିଷୟକୁ ମଧ୍ୟ ପୁଲିସ ଗୁରୁତର ସହିତ ତର୍ଜମା କରୁଛି ।

ଘଟଣା ପରେ ସାଇଣ୍ଟିଫିକ୍‌ ଟିମ୍‌ ଉକ୍ତ ଘରକୁ ଯାଇଥିଲା । ମାତ୍ର ଅଗ୍ନିକାଣ୍ଡ ପରେ ସେହି ଘରେ କୌଣସି ପ୍ରକାର ପ୍ରମାଣ ଯୋଗାଡ଼ କରିବା ସମ୍ଭବ ହୋଇନି । କେବଳ ନିଆଁ କେମିତି ଲାଗିଲା ତାହା ଜାଣିବା ପାଇଁ କିଛି ନମୁନା ସଂଗ୍ରହ ହୋଇଛି । ସେହିପରି ଅଗ୍ନିଶମ ବିଭାଗ ମଧ୍ୟ ନିଆଁ ଲାଗିବାର କାରଣ ଖୋଜୁଛି । ତେବେ ଛାତ୍ରୀ ଜଣକୁ ବନ୍ଧା ଯାଇଥିବା ରଶିକୁ ପୁଲିସ ଜବତ କରି ସେଥିରୁ ଫିଙ୍ଗରପ୍ରିଣ୍ଟ ଯୋଗାଡ଼ କରିବାକୁ ଉଦ୍ୟମ କରୁଛି । ତେବେ ଛାତ୍ରୀଙ୍କ ଦେହରେ ଇନ୍‌ଜେକ୍‌ସନ୍‌ ଦିଆଯାଇଛି କି ନାହିଁ ତାହା ଜାଣିବା ପାଇଁ ତାଙ୍କର ରକ୍ତ ନମୁନା ଏସ୍‌ସିବିରେ ଫରେନ୍‌ସିକ୍‌ ଲାବ୍‌ ପକ୍ଷରୁ ସଂଗ୍ରହ ହୋଇଛି । ରିପୋର୍ଟ ଆସିଲେ ସେ ବିଷୟ ମଧ୍ୟ ସ୍ପଷ୍ଟ ହେବ । ସେହିପରି ଘଟଣା ସ୍ଥଳକୁ ସନ୍ଧାନୀ କୁକୁର ଅଣାଯାଇ ତଦନ୍ତ କରାଯାଇଛି । ମାତ୍ର ଅଗ୍ନିକାଣ୍ଡରେ ସେଭଳି କିଛି ପୁରୁଣା ଗନ୍ଧ ନଥିବାରୁ କୁକୁର ମଧ୍ୟ କିଛି ସ୍ପଷ୍ଟ ଜାଣିପାରି ନଥିଲା ।

ଦୁର୍ବୃତ୍ତଙ୍କ ମଧ୍ୟରେ ଯୁବତୀ ଜଣକ କିଏ?

ପୀଡ଼ିତା ଜଣକ ପୁଲିସ ଆଗରେ ବୟାନ ରଖିଛନ୍ତି ଯେ, ଘରକୁ ୪ଜଣ ଆସିଥିଲେ । ତନ୍‌ ମଧ୍ୟରେ ୩ ଜଣ ଯୁବକ ଥିବା ବେଳେ ଜଣେ ଯୁବତୀ ମଧ୍ୟ ଥିଲେ । ତେବେ ଏହି ଯୁବତୀ ଜଣକ କିଏ ଓ କାହିଁକି ସେହି ଦୁର୍ବୃତ୍ତଙ୍କ ସହିତ ଆସିଥିଲେ ତାହାକୁ ନେଇ ପୁଲିସ ତଦନ୍ତ କରୁଛି । ପ୍ରେମ ମାମଲାରେ ସାଧାରଣତଃ ଯୁବକମାନଙ୍କୁ ତାଙ୍କ ପୁଅ ସାଙ୍ଗମାନେ ଅନ୍ଧ ଭାବେ କିଛି ନବୁଝି ସହଯୋଗ କରନ୍ତି । ମାତ୍ର ଏଭଳି ଏକ ମରଣାନ୍ତକ ଆକ୍ରମଣ ଘଟଣାରେ ଜଣେ ଯୁବତୀ ସହଯୋଗ କରିବା ସମସ୍ତଙ୍କୁ ଚକିତ କରିଛି । କେହି କେହି ଉକ୍ତ ଯୁବତୀ ଜଣକ ସେହି ମୁଖ୍ୟ ଅଭିଯୁକ୍ତର ଭଉଣୀ ବା ପ୍ରେମିକା ବୋଲି କହୁଥିବା ଚର୍ଚ୍ଚା ହେଉଛି ।

ଦେବଦୂତ ସାଜିଲେ ଘର ମାଲିକ

ଛାତ୍ରୀଙ୍କୁ ନିଶା ଦେଇ ଗୋଡ଼ ହାତ ବାନ୍ଧି ଘରେ ବନ୍ଦ କରି ରଖାଯାଇଛି । ଘରେ ନିଆଁ ମଧ୍ୟ ଲାଗି ସାରିଛି । ତେବେ ଏହି ସମୟରେ ଦେବଦୂତ ସାଜି ଛାତ୍ରୀଙ୍କୁ ବଞ୍ଚାଇଛନ୍ତି ତାଙ୍କ ଘର ମାଲିକ । ସେ ଘରୁ ବାହାରୁଥିବା ଧୂଆ ଦେଖି ତଳକୁ ଆସିଥିଲେ । ଏହି ସମୟରେ ଛାତ୍ରୀ ଜଣଙ୍କୁ ଏଭଳି ବିପଦରେ ପଡ଼ିଥିବା ଦେଖି ବିପଦ ଥିବା ସତ୍ତେ୍ୱ ସିଧା ନିଆଁ ଭିତରେ ପଶି ଛାତ୍ରୀଙ୍କୁ କାଢ଼ି ଆଣିଥିଲେ । ଫଳରେ ଛାତ୍ରୀଙ୍କ ଦେହରେ ନିଆଁର ଏକ ଧାସ ବି ବାଜିନି । ଅବଶ୍ୟ ନିଆଁ ବ୍ୟାପୀଯିବାରୁ ଛାତ୍ରୀଜଣକ ଥିବା ସେହି ଘରଟି ସଂପୂର୍ଣ୍ଣ ପୋଡ଼ି ପାଉଁଶ ହୋଇଯାଇଛି । ଏକରିକି ଘରେ ଥିବା ଦୁଆରବନ୍ଧ ବି ପୋଡ଼ି ପାଉଁଶ ହୋଇଯାଇଛି । ଯଦି ଘର ମାଲିକ ସାମାନ୍ୟ ବିଳମ୍ବ କରିଥାନ୍ତେ ବା ଭୟରେ ନିଆଁ ଭିତରେ ପଶିନଥାନ୍ତେ ତାହେଲେ ଛାତ୍ରୀଙ୍କର ଅବସ୍ଥା କ’ଣ ହୋଇଥାନ୍ତା ତାହା କହିବା ମୁସ୍କିଲ୍‌ ।

ଅନ୍ୟ ଦିଗ ବି ପୁଲିସ ଦେଖୁଛି..

ଛାତ୍ରୀଙ୍କୁ ଏକୁଟିଆ ଛାଡ଼ି ବାପା, ମାଆ ଓ ଭାଇ ଏକ ସଙ୍ଗେ ଘରୁ ବାହାରକୁ ଯାଇଥିଲେ । ଏହି ସମୟରେ ୪ ଜଣ ଆସି ଏଭଳି ନାରକୀୟ କାଣ୍ଡ ଭିଆଇଲେ । ତେଣୁ ଏହା ପଛରେ କାଳେ କିଛି ଷଡ଼ଯନ୍ତ୍ର ଥିବା ସେନେଇ ପୁଲିସ ଏବେ ତଦନ୍ତ କରୁଛି । ଏଥିପାଇଁ ଆଜି ଛାତ୍ରୀଙ୍କ ବାପା-ମାଆ ଡିସିପି ଅଫିସ ଯିବା ପରେ ସେଠାରେ ତାଙ୍କୁ ଦୀର୍ଘ ସମୟ ବସାଇ ରଖାଯାଇ ପଚରାଉଚରା କରାଯାଇଛି । ମାତ୍ର ଏଭଳି ବିଷୟକୁ ପରିବାର ପକ୍ଷରୁ ଖଣ୍ଡନ କରାଯାଇଛି ।

ସମ୍ବନ୍ଧିତ ଖବର