ମଧ୍ୟାହ୍ନ ଭୋଜନରେ ଏହି ସ୍କୁଲରେ ଦିଆଯାଉଛି କେବଳ ରୁଟି ଆଉ ଲୁଣ,ଭିଡିଓ ଭାଇରାଲ ପରେ ହେଲା ଏଭଳି

ମୀର୍ଜାପୁର,୨୩।୮: ଉତ୍ତର ପ୍ରଦେଶର ସରକାରୀ ସ୍କୁଲରେ ମଧ୍ୟାହ୍ନ ଭୋଜନ ପାଇଁ ଆସୁଥିବା ଟଙ୍କାକୁ ଆତ୍ମସାତ କରି ପିଲାମାନଙ୍କୁ ଖାଇବାକୁ ରୁଟି ସହିତ ଲୁଣ ପରସା ଯାଉଛି। ଏହି ମାମଲାର ଏଭ ଭିଡିଓ ଭାଇରାଲ ହେବାପରେ ଶିକ୍ଷାଅଧିକାରୀ ମାମଲାର ଯାଞ୍ଚ କରିବାର ନିର୍ଦେଶ ଦେଇଛନ୍ତି। ଏହି ଘଟଣାଟି ଉତ୍ତରପ୍ରଦେଶର ଜମାଲପୁର ଗ୍ରାମ ସଭା ହିନୋତା ସିୟୁର ପ୍ରାଥମିକ ବିଦ୍ୟାଳୟରେ ଗତ ଗୁରୁବାର ଦିନ ଦେଖିବାକୁ ମିଳିଥିଲା।  ସ୍କୁଲ କର୍ମଚାରୀମାନେ ମଧ୍ୟାହ୍ନ ଭୋଜନରେ ପିଲାଙ୍କୁ ରୁଟି ଏବଂ ଲୁଣ ଖାଇବାକୁ ଦେଉଥିବାର ଦେଖିବାକୁ ମିଳିଥିଲା।

ଏହି ସ୍କୁଲରେ ୧୦୦ରୁ ଅଧିକ ପିଲା ଅଛନ୍ତି। ସେଭଳି ଏ ସମ୍ପର୍କରେ ସ୍କୁଲରେ ପଢୁଥିବା ମହିଳା ଶିକ୍ଷା ମିତ୍ର ଶାନ୍ତି ଦେବୀଙ୍କ କହିବା ଅନୁସାରେ ଏହା ଦେଖିକି ଭଲ ଲାଗୁନି, କିନ୍ତୁ ବାଧ୍ୟ ହୋଇକି ଖାଇବାକୁ ଦେଉଛୁ। ଶିକ୍ଷକମାନେ ମଧ୍ୟ ସ୍ବୀକାର କରିଥିଲେ ଯେ, ଦୀର୍ଘ ଦିନ ଧରି ମଧ୍ୟାହ୍ନ ଭୋଜନ ମିଲ୍ ଠିକ୍ ଭାବରେ ପହଁଞ୍ଚୁନାହିଁ। ଏହାକୁ ନେଇ ସ୍ଥାନୀୟ ଲୋକ ମଧ୍ୟ ବହୁବାର ବିରୋଧ କରିସାରିଛନ୍ତି, କିନ୍ତୁ କେହି ଶୁଣିନଥିଲେ। ସ୍କୁଲର  ଚାତ୍ରଛାତ୍ରୀଙ୍କ କହିବା ଅନୁସାରେ ଏବେ ରୁଟି ଲୁଣ ଖାଇବାକୁ ଦିଆଯାଉଛି, ଏହା ପୂର୍ବରୁ ଭାତ ଆଉ ଲୁଣ ଖାଇବାକୁ ଦିଆଯାଉଥିଲା। ସ୍କୁଲରେ ଏଭଳି ଗତ ୧ ବର୍ଷ ହେବ ଚାଲୁଛି। କେତେବେଳେ ଲୁଣ-ରୁଟି ମିଳୁଛି ତ ଆଉ କେତେବେଳେ ଭାତ-ରୁଟି ମିଳୁଛି।

ଏହି ମାମଲାକୁ ନେଇ ବିବାଦ ଘନୀଭୂତ ହେଉଥିବାର ଦେଖି ଶିକ୍ଷା ଅଧିକାରୀ ଏହି ମାମଲାର ତୁରନ୍ତ ତଦନ୍ତ କରିବା ନେଇ ନିର୍ଦେଶ ଦେଇଛନ୍ତି। ଏହି ସ୍କୁଲରେ ଦୁଇଜଣ ଶିକ୍ଷକ ଓ ଜଣେ ପ୍ରଧାନଶିକ୍ଷକ ଓ ଜଣେ ଶିକ୍ଷାମିତ୍ର ରହିଛନ୍ତି। ଏହି ଘଟଣାର ଭିଡିଓ ଭାଇରାଲ ହେବାପରେ ପ୍ରଶାସନ କଡା କାର୍ଯ୍ୟାନୁଷ୍ଠାନ ଗ୍ରହର କରି ପ୍ରଧାନଶିକ୍ଷକ ଓ ନ୍ୟାୟ ପଞ୍ଚାୟତ ସମନ୍ବୟକଙ୍କୁ ଚାକିରିରୁ ନିଲମ୍ବିତ କରିଛନ୍ତି।

   ସମ୍ବନ୍ଧିତ ଖବର


କରୋନା – ରେଳ ରାଷ୍ଟ୍ରମନ୍ତ୍ରୀ ସୁରେଶ ଅଙ୍ଗଦୀଙ୍କ ଦେହାନ୍ତ

ହାତୀ ଆଣିଦେଲେ ପତି – ସ୍ୱପ୍ନ ପୁରା କଲେ ଜୀବନ ସାଥି

ଡ୍ରଗ୍ସ ଲିଙ୍କ୍‌ରେ ୩ ଅଭିନେତ୍ରୀ – ଦୀପିକା , ସାରା ଓ ଶ୍ରଦ୍ଧାଙ୍କୁ ସମନ ଜାରି

ରାଷ୍ଟ୍ରପତି ଜିନପିଙ୍ଗଙ୍କୁ ଜୋକର କହି ଅଡୁଆରେ ଚୀନ୍ ଅରବପତି, ୧୮ ବର୍ଷ ଜେଲ

ପତ୍ନୀ ବାପା ଘରୁ ଆସିବାକୁ ରାଜି ହେଲେନି ବୋଲି ଏମିତି କାଣ୍ଡ କଲେ ସ୍ୱାମୀ …

ଆସନ୍ତା ୩ ଦିନରେ ଏହି ସବୁ ରାଜ୍ୟରେ ହେବ ପ୍ରବଳ ବର୍ଷା: ମୁମ୍ବାଇ ଜଳମଗ୍ନ, ସମୁଦ୍ରରୁ ଉଠିପାରେ ଉଚ୍ଚ ଲହରୀ