ବଲାଙ୍ଗିର: ଛାତ୍ରଙ୍କ ମୃତଦେହ ଉଦ୍ଧାର

ବଲାଙ୍ଗିର ୮/୧୧: ଟାଉନ ଥାନା ଶାନ୍ତିପଡାରେ ଛାତ୍ରର ମୃତ ଦେହ ଉଦ୍ଧାର । ଶାନ୍ତିପଡାରେ ଜଣେ ଛାତ୍ରର ମୃତଦେହ ଉଦ୍ଧାର ହୋଇଛି । ମୃତକ ଜଣକ ହେଉଛନ୍ତି ଲୋଇସିଂହା ଥାନା ବେନ୍ଦ୍ରା ଗାଁର ରାମଚନ୍ଦ୍ର ଧରୁଆ । ସୂଚନା ଅନୁସାରେ ନିଜ ରୁମରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି ରାମଚନ୍ଦ୍ର । ସେ ବଲାଙ୍ଗିର  ସରକାରୀ ଆଇଟିଆଇର ଦ୍ବିତୀୟ ବର୍ଷରେ ପାଠ ପଢୁଥିଲେ । ତେବେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ପୋଲିସ । ମାନସିକ ଚାପ ଯୋଗୁଁ ସେ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି ।

   ସମ୍ବନ୍ଧିତ ଖବର


ଘରୋଇ କଳହକୁ କେନ୍ଦ୍ର କରି ପତ୍ନୀକୁ ପନିକିରେ ହାଣି ହତ୍ୟା କଲା ସ୍ୱାମୀ

ବଲାଙ୍ଗୀର: ଡାକ୍ତରଙ୍କ ମାଡ଼ରେ ବୃଦ୍ଧ ଲହୁଲୁହାଣ, ଘଟଣା ଚପାଇବା ପାଇଁ ଉଦ୍ୟମ

ଶ୍ୟାମାକାଳୀ ମନ୍ଦିରରେ ନରବଳି ସନ୍ଦେହ! ମନ୍ଦିର ନିକଟ ପରିତ୍ୟକ୍ତ କୂଅରୁ ବୃଦ୍ଧାଙ୍କ ଉଲଗ୍ନ ମୃତଦେହ ଉଦ୍ଧାର

ବଲାଙ୍ଗୀର: ବିଚ୍ ରାସ୍ତାରେ ଉଲଗ୍ନ ଅବସ୍ଥାରେ ମହିଳା, ଶାଢୀ ଦେବାରୁ ଫିଙ୍ଗିଦେଲେ, ଭିଡ଼ିଓ ହେଲା ଭାଇରାଲ୍