ଗଛ ଡାଳ ପଡି ଛାତ୍ର ମୃତ ଘଟଣାରେ ପ୍ରଧାନ ଶିକ୍ଷକ ନିଲମ୍ବିତ, ମୃତକ ପରିବାରକୁ ୬ ଲକ୍ଷ ଟଙ୍କା ଘୋଷଣା କଲେ ତହସିଲଦାର

ଟାଙ୍ଗୀ ୧୭/୧୦: ସ୍କୁଲରେ ଗଛ ଡାଳ ପଡି ଛାତ୍ର ମୃତ ଘଟଣାରେ ପ୍ରଧାନଶିକ୍ଷକ ନିଲମ୍ବିତ । ମୃତକ ରିତେଶ ପ୍ରଧାନଙ୍କ ପରିବାରକୁ ୬ ଲକ୍ଷ ଟଙ୍କା ଅନୁକମ୍ପା ମୂଳକ ରାଶି ଘୋଷଣା କଲେ ତହସିଲଦାର । ତହସିଲଦାରଙ୍କ ପ୍ରତିଶୃତିପରେ ଗ୍ରାମବାସୀଙ୍କ ଧାରଣା ପ୍ରତ୍ୟାହୃତ ହୋଇଛି । ଏହାପରେ ସ୍କୁଲ ପରିସରରୁ ରିତେଶଙ୍କ ମୃତଦେହ ଉଠିଛି । ସ୍କୁଲ୍ ହେଡମାଷ୍ଟର ଉଦୟନାଥ ତ୍ରିପାଠୀଙ୍କୁ ନିଲମ୍ବିତ କରାଯାଇଛି ।

ଆଜି ଅପରାହ୍ନରେ ଖୋର୍ଦ୍ଧା ନିରାକାରପୁର କ୍ଷେତ୍ରବାସୀ ସ୍କୁଲରେ ଘଟିଥିଲା ଏଭଳି ଅଘଟଣ ।  ଗଛଡାଳ ପଡି ରିତେଶ ପ୍ରଧାନ ନାମକ ଜଣେ ଛାତ୍ରଙ୍କ  ମୃତ୍ୟୁ ହୋଇଥିଲା । ସ୍କୁଲରେ ମଧ୍ୟାହ୍ନ ଭୋଜନ ଛୁଟିରେ  ରିତେଶ  ଏକ ଗଛ ତଳେ ଖେଳୁଥିବା ସମୟରେ ଏକ ଡାଳ ଭାଙ୍ଗି ରିତେଶଙ୍କ ମୁଣ୍ଡ ଉପରେ ପଡିବା ଫଳରେ ସେ ଗୁରୁତର ଭାବେ ଆହତ ହୋଇଥିଲେ । ମେଡିକାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହା ପରେ ସ୍କୁଲ ପରିସରରେ ଧାରଣା ଦେଇଥିଲେ ଗ୍ରାମବାସୀ । ତେବେ ତହସିଲଦାର ରିତେଶଙ୍କ ପରିବାରକୁ ୬ ଲକ୍ଷ ଟଙ୍କା ଅନୁକମ୍ପା ମୂଳକ ରାଶି ଘୋଷଣା କରିବା ପରେ ଗ୍ରାମବାସୀଙ୍କ ଧାରଣା ପ୍ରତ୍ୟାହୃତ ହୋଇଛି । ଏହାପରେ ସ୍କୁଲ ପରିସରରୁ ରିତେଶଙ୍କ ମୃତଦେହ ଉଠିଛି । ଅନ୍ଯପଟେ ସ୍କୁଲ୍ ହେଡମାଷ୍ଟର ଉଦୟନାଥ ତ୍ରିପାଠୀଙ୍କୁ ନିଲମ୍ବିତ କରାଯାଇଛି ।

   ସମ୍ବନ୍ଧିତ ଖବର


ଖେଳୁଥିବା ବେଳେ କୂଅରେ ପଡି ୫ ବର୍ଷର ଶିଶୁ ପୁତ୍ର ମୃତ

ରାଜ୍ୟରେ ରେକର୍ଡ ସଂଖ୍ୟକ ୬୦୯ ସୁସ୍ଥ

ଆସନ୍ତାକାଲି ଠାରୁ ରାଜ୍ୟରେ ପ୍ଲାଜମା ଥେରାପୀ ଆରମ୍ଭ -ବୃଦ୍ଧି ହେବ କୋଭିଡ ହସ୍ପିଟାଲର ଶଯ୍ୟା, ଆମ୍ବୁଲାନ୍ସ ଏବଂ ଆଇସିୟୁ

ମହାକାଳପଡା ନୂଆଁ ଗାଁରେ ଭୌତିକ କାଣ୍ଡ!ଶୂନ୍ୟରେ ନିଆଁ- ଆପେ ଘର ଜିନିଷରେ ଲାଗିଯାଉଛି ନିଆଁ

ରେମୁଣା ବିଧାୟକଙ୍କୁ କରୋନା

ଖେଳୁଥିବା ବେଳେ କୂଅରେ ପଡ଼ି ଚାଲିଗଲା ୫ବର୍ଷ ଶିଶୁର ଜୀବନ