ଛାତ୍ରୀଙ୍କୁ ଦୁଷ୍କର୍ମ ଭିଡିଓ ଭାଇରାଲ୍‌ କରି ଜେଲ୍‌ ଗଲା ଆଇଟିଆଇ ଛାତ୍ର

ବ୍ରହ୍ମପୁର ୧୫/୩: ଛାତ୍ରୀଙ୍କୁ ଦୁଷ୍କର୍ମ କରିବା ସହ ଭିଡିଓ ଭାଇରାଲ୍‌ କରିବା ମାମଲାରେ ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ପୁଲିସ ଜଣେ ଆଇଟିଆଇ ଛାତ୍ର ବିଷ୍ଣୁ ବେହେରା (୨୨)କୁ ଗିରଫ କରିଛି । ବିଷ୍ଣୁଙ୍କ ବିରୋଧରେ ବ୍ରହ୍ମପୁରର ଏକ କଲେଜର ଯୁକ୍ତ ତିନି କଳା ଛାତ୍ରୀ ଅଭିଯୋଗ କରିଛନ୍ତି । ଛାତ୍ରୀଙ୍କ ଅଭିଯୋଗକୁ ଆଧାର କରି ପୁଲିସ ଅଭିଯୁକ୍ତ ବିଷ୍ଣୁକୁ ଗିରଫ କରିଛି ।

ବିଷ୍ଣୁଙ୍କ ଘର ଗୋଳନ୍ଥରା, ସେ ବ୍ରହ୍ମପୁର ବାବାଜୀତୋଟା ସାହିରେ ଭଡ଼ା ଘରେ ରହି ଆଇଟିଆଇରେ ପଢ଼ୁଥିଲା । ଯୁକ୍ତ ତିନି ଛାତ୍ରୀ ଜଣକ ଗାଁ ପାଖର ଥିବାରୁ ତାଙ୍କ ସହ ପରିଚୟ ହୋଇଥିଲା । ଜାନୁଆରୀ ମାସରେ ଛାତ୍ରୀଜଣକୁ ବିଷ୍ଣୁ ବ୍ରହ୍ମପୁର ବାବାଜୀତୋଟା ସାହିରେ ଥିବା ଭଡ଼ା ଘରକୁ ଡାକିଥିଲା । ସେଠାରେ ବଳାତ୍କାର କରିଥିଲା ଏବଂ ଭିଡିଓ ମଧ୍ୟ କରିଥିଲା । ଉକ୍ତ ଭିଡିଓ ଭାଇରାଲ୍‌ ହେବା ପରେ ବୈଦ୍ୟନାଥପୁର ଥାନାରେ ଅଭିଯୋଗ କରିଥିଲେ ଛାତ୍ରୀ । ବିଷ୍ଣୁକୁ ଗିରଫ କରି ଶୁକ୍ରବାର କୋର୍ଟଚାଲାଣ କରାଯାଇଛି ।

   ସମ୍ବନ୍ଧିତ ଖବର


IIFL ଡକାୟତି ଘଟଣା: ସିକ୍ୟୁରିଟି ଗାର୍ଡ ପାଖରେ ଦୁଇ ଦାମୀ କାର ଜବତ, ପୁଣି ରିମାଣ୍ଡ୍‌ରେ ଲାଲା ଓ ତାର ଦୁଇ ସହଯୋଗୀ

ବେଶ ଓଲାଗି ପରେ ନେଇଗଲେ ଦୁର୍ଲଭ ନାଗାର୍ଜୁନ ବେଶର ସୂର୍ଯ୍ୟ-ଚନ୍ଦ୍ର: ତଦନ୍ତ କରିବେ ଶ୍ରୀମନ୍ଦିର କମାଣ୍ଡର ଓ ନୀତି ପ୍ରଶାସକ

ଆଇଏଫ୍‌ଏସ୍‌ ଅଫିସର ଅଭୟଙ୍କ ସମ୍ପତ୍ତି ଆକଳନ କରିବ ଏସ୍‌ଆଇଟି ଟିମ୍, ରିମାଣ୍ଡରେ ନେବ କ୍ରାଇମ୍‌ବ୍ରାଞ୍ଚ

ଆଜି ମହାପ୍ରଭୁଙ୍କ ଲକ୍ଷ୍ମୀନୃସିଂହ ବେଶ

କାର୍‌-ଟ୍ରାକ୍ଟର ମୁହାଁମୁହିଁ ଧକ୍କା: ଅଳ୍ପକେ ବର୍ତ୍ତିଲେ କୋରାପୁଟ ଅତିରିକ୍ତ ଏସ୍‌ପିଙ୍କ ପରିବାର, ୪ ଆହତ

ବିଧାନସଭା ଆଗରେ ମା-ଭାଇଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଅମୃତ ମୁତ୍ୟୁ ରହସ୍ୟର ପୂର୍ଣ୍ଣଚ୍ଛେଦ ଟାଣିଲେ ଏସ୍‌ପି, ଦୁର୍ଘଟଣା ଯୋଗୁଁ ମସ୍ତିଷ୍କରେ ଆଘାତ ଲାଗି ଯାଇଥିଲା ପ୍ରାଣ