ସୁଇସାଇଡ୍ ଜ୍ୟାକେଟ୍ ତିଆରି କରିବାର ଭିଡିଓ ଡାଉନଲୋଡ୍ କରି ଛାତ୍ର ଗିରଫ, ମିଳିଲା ୫ ବର୍ଷର ଜେଲଦଣ୍ଡ

ନୂଆଦିଲ୍ଲୀ,୩୦।୯: ୨୧ ବର୍ଷର ଜଣେ ଛାତ୍ର ସୁଇସାଇଡ୍ ଜ୍ୟାକେଟ୍ ତିଆରି କରିବାର ଭିଡିଓ ଇଣ୍ଟରନେଟରୁ ଡାଉନଲୋଡ୍ କରି ଆଡୁଆରେ। ଏହି ଛାତ୍ରଙ୍କୁ ୫ ବର୍ଷ ଜେଲଦଣ୍ଡ ଦିଆଯାଇଛି। ଏଭଳି ଏକ ମାମଲା ବ୍ରିଟେନର ମଞ୍ଚେଷ୍ଟର କ୍ରାଉନକୋର୍ଟ ଛାତ୍ରଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଛାତ୍ରଜଣକ ଆତଙ୍କବାଦୀ ସଂଗଠନ ଆଇଏସକୁ ସମର୍ଥନ କରୁଥିବା ବ୍ୟକ୍ତିକୁ ବହୁ ଭିଡିଓ ଇଣ୍ଟରନେଟରେ ସେୟାର କରୁଥିଲେ। ଧର୍ମ ବଦଳାଇ ମୁସଲମାନ ହେବାପରେ ଲିଆପ୍ କେନ୍ କୌଣସି ଆତଙ୍କବାଦ କାର୍ଯ୍ୟକଳାପ ଘଟଣାଇ ନାହିଁ। କିନ୍ତୁ ସେ ଜିହାଦ ସମ୍ପର୍କ​‌ରେ ତଥ୍ୟ ଏକାଠି କରିବା ପାଇଁ କିଛି ଆତଙ୍କବାଦୀ ସଂଗଠନ କୁ ଇ-ମେଲ୍ ପଠାଇଥିଲା। ଏକ ଆତଙ୍କବାଦୀ ଗୋଷ୍ଠୀ ଅଲ୍ ମୁଜାଜିରୋନକୁ ଇମେଲ ପଠାଇ ତାକୁ ପଚାରିଥିଲା ସବୁଠୁ ଭଲ ଭାବରେ ଜିହାଦ କିଭଳି କରନ୍ତି।

ବମ ଲାଗିଥିବା ସୁଇସାଇଡ୍ ଜ୍ୟାକେଟ୍ ପ୍ରସ୍ତୁତ କରିବାର ଭିହିଓ ଡାଉନଲୋଡ୍ କରିବା ଅଭିଯୋଗରେ  ଛାତ୍ର ଜଣକୁ ୫ ବର୍ଷର ସଜା ପାଇଛନ୍ତି।  ବ୍ରିଟେନ ସରକାରଙ୍କ ଆଣ୍ଟିଟେରର ପୋଗ୍ରାମ ଅନୁସାରେ  ସେ ୩ ବର୍ଷ ହେବ ତାଙ୍କ ରାଡାରରେ ଥିଲା। ୨୦୧୭ରେ କଲେଜରେ ଏକ କମେଣ୍ଟ କରିଥିଲା ଏହାପରେ ସୁରକ୍ଷା ଏଜେନ୍ସିର ନଜରରେ ଥିଲା। ଇଣ୍ଟରନେଟରେ ବହୁ ମାତ୍ରାରେ ଆପତ୍ତିଜନକ କଣ୍ଟେଣ୍ଟ ଡାଉନଲାଡ୍ କରିବା ପରେ ତାକୁ ଜାନୁଆରୀରେ ଗିରଫ କରାଯାଇଥିଲା। ଏହା ସହିତ ତା ପାଖରୁ ବହୁ ଭିଡିଓ ମିଳିଛି, ଯେଉଁଥିରେ ଆତଙ୍କୀ କାର୍ଯ୍ୟ କଳାପ ସମ୍ପର୍କରେ ବହୁ ସୂଚନା ରହିଛି। ଛାତ୍ରର ଓକିଲଙ୍କ କହିବା ଅନୁସାରେ, ପିଲାଟି ଅଟିଜିମ ନାମକ ଏକ ରୋଗରେ ପୀଡିତ। ତାକୁ ଯେତେବେଳେ ୧୩ ବର୍ଷ ହୋଇଥିଲା ତା’ ବାପାଙ୍କର ମୃତ୍ୟୁହୋଇଯାଇଥିଲା।  ଏହି କାରଣରୁ ତା ଉପରେ ଖରାପ ପ୍ରଭାବ ପଡିଥିଲା। ତେବେ ବିଚାରପତି ଛାତ୍ରଟିର ଓକିଲର କଥାକୁ ଗ୍ରହଣ ନକରି ୫ ବର୍ଷର ସଜା ଶୁଣାଇଛନ୍ତି।

   ସମ୍ବନ୍ଧିତ ଖବର


ନାବିଳାକାକୁ ଟେକି ନେଉଥିଲେ ପୋଲିସ ଭ୍ୟାନ ଦେଖି ଛାଡି ପଳାଇଲେ ଦୁର୍ବୃତ୍ତ

କରୋନା ସଂକ୍ରମଣର ଆତଙ୍କ ଭିତରେ ଆସିଲା ଭଲ ଖବର —ଅଧ୍ୟୟନରୁ ସ୍ପଷ୍ଟ ହେଲା ଏହି ତଥ୍ୟ

କରୋନା ଭାକ୍‌ସିନ୍‌ କେବେ ଉପଲବ୍ଧ ହେବ ? ସିରମ ଇନଷ୍ଟିଚ୍ୟୁଟ୍‌ର ସିଇଓ କହିଲେ ….

ଜାଣନ୍ତୁ ଆମ ଦେଶର କେଉଁ ରାଜ୍ୟର ମହିଳା ମଦ୍ୟପାନ ଏବଂ କେଉଁ ରାଜ୍ୟରେ ତମାଖୁ ସେବନରେ ଆଗୁଆ

ସାଂସଦଙ୍କୁ ହତ୍ୟା ପାଇଁ ୨ କୋଟିର ସୁପାରି! ଏହି ଗ୍ୟାଙ୍ଗର ନାଁ ଆସିଲା

ଏନ୍‌ଆଇସିକୁ ଅଜଣା ଆରୋଗ୍ୟ ସେତୁ ଆପ୍‌ କିଏ ବନେଇଛି, ମନ୍ତ୍ରାଳୟ ସହ ଅନେକ ଲୋକଙ୍କୁ ନୋଟିସ୍‌ ପଠାଇଲା ସୂଚନା ଆୟୋଗ