PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜଗତସିଂପୁର ଜିଲାର ଢିଙ୍କିଆ ପଞ୍ଚାୟତରେ ଆସନ୍ତା ବର୍ଷ ହେବ ପଞ୍ଚାୟତ ନିର୍ବାଚନ ।
  • ||
  • କୋଭିଡ୍‌ର କେବେ ବି ଅନ୍ତ ହେବ ନାହିଁ, ଭାଇରସ୍ ତାହାର ଚରିତ୍ର ବଦଳାଇବ : ସ୍ଵାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଭୁବନେଶ୍ଵର : ରାଜ୍ୟରେ ପୁଣି ବଢିଲା କରୋନା ଗ୍ରାଫ୍, ୨୪ ଘଣ୍ଟାରେ ୭୪୨୬ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • ପୁରୀ : ଖଣିରେ ଭାସୁଛି ମୃତଦେହ, ହତ୍ୟା ସନ୍ଦେହ
  • ||
  • ଭୁବନେଶ୍ଵର : ଗାନ୍ଧି ମାର୍ଗରେ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ, ପତାକା ଉତ୍ତୋଳନ କଲେ ରାଜ୍ୟପାଳ
  • ||
  • ପଦ୍ମପୁର : ସ୍କୁଲ୍ ନାହିଁ ତ ଭୋଟ୍ ନାହିଁ, ଗାଁ ମୁଣ୍ଡରେ ପୋଷ୍ଟର ଲଗାଇ ଭୋଟ ବର୍ଜନ ପାଇଁ ଘୋଷଣା କଲେ ଗ୍ରାମବାସୀ
  • ||
  • ଯାଜପୁର : ବାଇକକୁ ଧକ୍କା ଦେଲା କାର୍, ଜଣେ ମୃତ
  • ||
  • ଭୁବନେଶ୍ଵର : ଆଜି ଘନ କୁହୁଡ଼ି, ୨୮ରୁ ଶୀତ ଲହରୀ
  • ||
  • ଭୁବନେଶ୍ଵର : ଦେଶ ପାଳନ କରୁଛି ୭୩ତମ ଗଣତନ୍ତ୍ର ଦିବସ, ରାଜପଥରେ ଦୁନିଆ ଦେଖିବ ଭାରତର ଶକ୍ତି
  • ||

ଡ୍ୟାମରେ ଗାଧୋଉଥିବା ବେଳେ କଲେଜ ଛାତ୍ର ମୃତ


ଲକ୍ଷ୍ମୀପୁର/ଆପ୍ର.୨ ।୬ କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ମହାବିଦ୍ୟାଳୟରେ +୩ ଶେଷ ବର୍ଷର ଜଣେ ଆଦିବାସୀ ଛାତ୍ରଙ୍କ ଆଜି ମୃତ୍ୟୁ ହୋଇଛି। ଉକ୍ତ ଛାତ୍ରର ନାମ ଝିନ୍ନ ଜମ୍ଵେକା(୨୦) । ଘର ନିସାର ଗ୍ରାମ ବୋଲି ଜଣାପଡିଛି।

ଖବର ନେବାରେ ଜଣା ପଡିଛିକି ଆଜି ପୂର୍ବାହ୍ନ ୧୧ଟା ବେଳେ ଛାତ୍ର ଜଣକ ଗ୍ରାମ ପାଖ ଡ୍ୟାମକୁ ଗାଧୋଇବାକୁ ଯାଇଥିଲେ । ଗାଧୋଇବା ସମୟରେ ସିଏ ଅସୁସ୍ଥ ମନେକରି ବାହାରକୁ ବାହାରିବା ବେଳେ କୂଳରେ ପଡିଯାଇଥିଲେ । କୂଳରେ ପଡି ଛଟପଟ ହେଉଥିବା ଦେଖି ଜଣେ ଯୁବକ ତୁରନ୍ତ ତାଙ୍କ ଘରେ ଖବର ଦେଇଥିଲେ। ଗ୍ରାମବାସୀଙ୍କ ସମେତ ପରିବାର ବର୍ଗ ଡ୍ୟାମରୁ ତାଙ୍କୁ ଉଦ୍ଧାର କରି ଲକ୍ଷ୍ମୀପୁର ମେଡିକାଲରେ ଭର୍ତ୍ତି କରାଇଥିଲେ । କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

କଲେଜ ପଢୁଆ ଛାତ୍ରଟିର ମୃତ୍ୟୁକୁ ନେଇ ନିସାର ଗ୍ରାମରେ ଶୋକର ଛାୟା ଖେଳି ଯାଇଛି ।ଏନେଇ ଲକ୍ଷ୍ମୀପୁର ଥାନାରେ କେସ ନମ୍ବର ୪/୨୧ରେ ଏକ ଅପ ମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ଲକ୍ଷ୍ମୀପୁର ପୋଲିସ ତରଫରୁ ସୂଚନା ମିଳିଛି।