ରାଉରକେଲାରେ ପହଞ୍ଚିଲେ କୋଟାରେ ଫସିଥିବା ଛାତ୍ରଛାତ୍ରୀ

ରାଉରକେଲା ୨/୫: ରାଜସ୍ଥାନରୁ କୋଟାରୁ ରାଉରକେଲା ଫେରିଲେ ଛାତ୍ରଛାତ୍ରୀ । ରାଜସ୍ଥାନ କୋଟାରୁ ଦୁଇ ଦିନ ତଳେ ବାହାରିଥିବା ଛାତ୍ରଛାତ୍ରୀ ରାଉରକେଲାରେ ପହଁଞ୍ଚିଛନ୍ତି । ଆଜି ସକାଳେ ୪ଟି ବସରେ ପ୍ରାୟ ୧୧୬ ଜଣ ଆସୁଛନ୍ତି ।  ଦୁଇଟି ବସ ରାଉରକେଲାରେ ପହଁଞ୍ଚିଥିବା ବେଳେ ଆଉ ଦୁଇଟି ରାସ୍ତାରେ ଅଛି । ରାଉରକେଲାରେ ଦୁଇଟି ବସ ପହଁଞ୍ଚିବା ପରେ ସ୍ଥାନୀୟ ଏୟାରଷ୍ଟ୍ରିପ୍‌ରେ ସମସ୍ତଙ୍କୁ ବସରୁ ଓହ୍ଲାଯାଇଛି । ସେଠାରେ ସମସ୍ତ ଛାତ୍ରଛାତ୍ରୀଙ୍କୁ ସ୍କ୍ରିନିଂ କରାଯିବା ପରେ ହୋମକ୍ବାରେଣ୍ଟାଇନ ପଠାଯାଇଥିଲା। ଘଟଣାସ୍ଥଳରେ ରାଉରକେଲା ଏସପି ଏବଂ ସ୍ଥାନୀୟ ବିଧାୟକଙ୍କ ସହ ଅନ୍ୟ ପ୍ରଶାସନକି ଅଧିକାରୀ ଉପସ୍ଥିତ ଅଛନ୍ତି । ସ୍କ୍ରିନିଂ ପରେ ସମସ୍ତ ଛାତ୍ରଛାତ୍ରୀଙ୍କୁ ହୋମକ୍ବାରେଣ୍ଟାଇନରେ ରଖାଯିବ ବୋଲି ଜଣାପଡ଼ିଛି।

ସେପଟେ ରାଜସ୍ଥାନ କୋଟା ରୁ ନୂଆପଡା ଓ କଳାହାଣ୍ଡି ଜିଲ୍ଲାର ୪୫ ଜଣ ଛାତ୍ରଛାତ୍ରୀ ବସ୍ ଯୋଗେ ବିଳମ୍ବିତ ରାତିରେ କୋଟାରୁ ବାହାରିଛନ୍ତି । ତେବେ ଛାତ୍ରଛାତ୍ରୀମାନେ ଯାତ୍ରା ଖର୍ଚ୍ଚ ବହନ କରିଥିବା ଜଣାପଡ଼ିଛି । କୋଟାରୁ ସ୍ଥାନାନ୍ତର ପାଇଁ ଆବଶ୍ୟକୀୟ ବ୍ୟବସ୍ଥା କରାଯାଇଥିବା କଳାହାଣ୍ଡି ଜିଲାପାଳ ସୂଚନା ଦେଇଛନ୍ତି ।

   ସମ୍ବନ୍ଧିତ ଖବର


ସମ୍ଭାବ୍ୟ ବାତ୍ୟା ପୂର୍ବରୁ ପ୍ରଶାସନର ତତ୍ପରତା: ତିନି ପଞ୍ଚାୟତର ୩ଶହରୁ ଉର୍ଦ୍ଧ୍ବ ଲୋକ ସ୍ଥାନାନ୍ତରିତ

ଭାରତର ଜନସଂଖ୍ୟାର ଅଧା କରୋନା ସଂକ୍ରମିତ ହୋଇପାରନ୍ତି ! ଜାଣନ୍ତୁ କେବେ ସୁଦ୍ଧା?

ଚାଲିଗଲା କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଜୀବନ, କରୋନା ଯୋଦ୍ଧାଙ୍କୁ ଝୁରିଲେ ଲୋକେ

‘ମୋ ବିଦ୍ୟୁତ୍‌’ ଆପ୍‌ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ, ଏବେ ଅନ୍‌ଲାଇନ୍‌ରେ‌ ଦେଇ ହେବ ବିଦ୍ୟୁତ ବିଲ୍

ଆଜି ଠାରୁ ଏହି ସବୁ ରାଜ୍ୟରେ ଖୋଲିଲା ସ୍କୁଲ୍ ! କୋଭିଡ୍ ନିୟମାନୁଯାୟୀ କ୍ଲାସ୍ ଚାଲିବ

ଡ୍ୟାମରେ ଡଙ୍ଗା ବୁଡି ଜଣେ ମୃତ