ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କଲେ ପ୍ରଧାନ ଶିକ୍ଷକ: କହିଲେ- କାହାକୁ ନ କହିଲେ ଭଲ ଡ୍ରେସ୍ ଦେବି, ଆଉ କହିଲେ…

ବୌଦ୍ଧ ୩।୯: ଗୁରୁ ଶିଷ୍ୟା ସଂପର୍କରେ ପୁଣି ଲାଗିଲା କଳଙ୍କର ଦାଗ। ଗତକାଲି ବିଦ୍ୟାଳୟରେ ଗଣେଶ ପୂଜା ଚାଲିଥିବା ସମୟରେ ପ୍ରଧାନ ଶିକ୍ଷକ ଜଣେ ଅଷ୍ଟମ ଶ୍ରେଣୀର ଛାତ୍ରୀଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି। ଘଟଣାଟି ଘଟିଛି ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଅନ୍ତର୍ଗତ ଖରସଂକୁଳେଇ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ।

ଅଭିଯୋଗ ଅନୁସାରେ ଗତକାଲି ଛାତ୍ରୀମାନେ ଗଣେଶ ପୂଜା ପାଇଁ ସ୍କୁଲକୁ ଯାଇଥିଲେ। ତେବେ ପ୍ରଧାନ ଶିକ୍ଷକ ଧନଞ୍ଜୟ ପାତ୍ର ଛାତ୍ରୀଙ୍କୁ ଏହି ସମୟରେ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି। ଅସଦାଚରଣ ପରେ ଏହି ଘଟଣା ସମ୍ପର୍କରେ କାହାରିକୁ କିଛି ନକହିବା ପାଇଁ ଜଣେ ଛାତ୍ରୀଙ୍କୁ ଶିକ୍ଷକ ତାଗିଦ କରିଥିଲେ। ଏଥି ସହ ଛାତ୍ରୀଙ୍କୁ ଡ୍ରେସ ଦେବାର ଲାଳସା ମଧ୍ୟ ଦେଖାଇଥିଲେ।

ଘଟଣାକୁ ପ୍ରଘଟ କଲେ ସ୍କୁଲରୁ ବାହାର କରିଦେବାର ମଧ୍ୟ ଧମକ ଦେଇଥିଲେ। ତେବେ ଘରକୁ ଫେରି ଛାତ୍ରୀ ଜଣକ ଅସଦାଚରଣ ସମ୍ପର୍କରେ ପ୍ରଥମେ ନିଜ ମାଙ୍କୁ ଜଣାଇଥିଲେ। ଏନେଇ ପିଡୀତାଙ୍କ ବାପା ହରଭଙ୍ଗା ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି।

ଅଭିଯୋଗକୁ ଭିତ୍ତି କରି ପୋଲିସ ଅନୁସନ୍ଧାନ ଆରମ୍ଭ କରିଥିବା ବେଳେ ସମ୍ପୃକ୍ତ ପ୍ରଧାନ ଶିକ୍ଷକ ଧନଞ୍ଜୟ ପାତ୍ର ଫେରାର ଥିବା ସୂଚନା ମିଳିଛି।

   ସମ୍ବନ୍ଧିତ ଖବର


କଟକ ୨ ଡାକ୍ତରଖାନରେ ୬୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ

ଓଡିଶାରେ ହେବ କୋଭିଡ-୧୯ଭ୍ୟାକସିନ୍‌ର ପରୀକ୍ଷଣ: ସମ୍‌ ହସପିଟାଲ୍‌ରେ ପରୀକ୍ଷଣ ହେବ

ଘରେ ଏକା ଥିବା ସମୟରେ କଲେଜ ଛାତ୍ରୀଙ୍କୁ ହତ୍ୟା

ଗଞ୍ଜାମ ଜିଲ୍ଲାରେ ଗାଡି ଚଳାଚଳ ଉପରେ ଲାଗିଲା ରୋକ

୧୪୯ କରୋନା ଆକ୍ରାନ୍ତ ସୁସ୍ଥ

ଡ୍ରାଗନ୍‌କୁ ଡବଲ୍‌ ଝଟ୍‌କା : ଭାରତୀୟ ରାଜପଥ ଓ ୪ଜି ଟେଣ୍ଡର ଚୀନ୍‌କୁ ମନା