PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଦଳିଲେ ବିଏମସି କମିଶନର, ସଞ୍ଜୟ କୁମାର ସିଂହ ହେଲେ ନୂଆ କମିଶନର
  • ||
  • ବିନିକା : ପରିବା ବୋଝେଇ ପିକଅପ ଭ୍ୟାନକୁ ପିଟିଲା ଟ୍ରକ୍, ୩ ଗୁରୁତର
  • ||
  • ରାଜସୁନାଖଳା : ବନ୍ଧୁକ ମୁନରେ ଦମ୍ପତିଙ୍କୁ ଲୁଟ୍
  • ||
  • କେନ୍ଦୁଝର : କେନ୍ଦୁଝର ଜେଲରେ ପଶିଲା କରୋନା, ୯ କଏଦୀ ପଜିଟିଭ ଚିହ୍ନଟ
  • ||
  • ମାଲକାନଗିରି : ମାଓବାଦୀଙ୍କ ବର୍ବରକାଣ୍ଡ, ଯବାନଙ୍କୁ ଗଳାକାଟି ହତ୍ୟା
  • ||
  • ବୋରିଗୁମ୍ମା : ବୋରିଗୁମ୍ମା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଟିକା ନେବାକୁ ଛକାପଞ୍ଝା, ସାମାଜିକ ଦୂରତାକୁ ଫୁ, ଯେତିକି ଆସୁଛି ଅଣ୍ଟୁନି, ସ୍ଥାନୀୟ ଲୋକେ ଅସନ୍ତୋଷ
  • ||
  • ଭୁବନେଶ୍ଵର : ରାଜ୍ୟରେ ପୁଣି ୧୦ ହଜାର ଟପିଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୯୮୨ ପଜିଟିଭ୍, ସଂକ୍ରମିତଙ୍କ ସଂଖ୍ୟା ୫ଲକ୍ଷ ୬୫ ହଜାର ପାର୍
  • ||
  • ଭୁବନେଶ୍ଵର : ଓଡ଼ିଶାରେ ଆଉ ୧୭ ମୁଣ୍ଡ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୨୩୨କୁ ବୃଦ୍ଧି
  • ||

ପିକନିକ୍ ବସ୍ ଦୁର୍ଘଟଣାଗ୍ରସ୍ତ : ୨୪ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଗୁରୁତର

ହିମାଚଳ ପ୍ରଦେଶ ୩୧।୧୨: ବିଳାସପୁରରେ ନ୍ୟାସନାଲ ହାଇଓ୍ବେ ମନାଲୀ-ଚଣ୍ଡଗଢ଼ ସ୍ଥିତ ଗମରୌଲା ପୋଲ ପାଖରେ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାର କାରଣ ବର୍ତ୍ତମାନ ସୁଦ୍ଧା ଜଣାପଡ଼ିନାହିଁ। ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଛି ଯେ ବ୍ରେକଫେଲ୍ ଯୋଗୁଁ ଦୁର୍ଘଟଣାଟି ଘଟିଛି।

ମିଳିଥିବା ସୂଚନାନୁସାରେ, କେରଲାର ଏମଇଏସ ଆର୍ଟସ ଏବଂ ସାଇନ୍ସ କଲେଜର ଛାତ୍ରମାନେ ମନାଲୀ ଭ୍ରମଣରେ ଯାଉଥିଲେ। ଏକ ବେସରକାରୀ ବସକୁ ଦିଳ୍ଲୀରୁ ଭଡ଼ାରେ ନେଇଥିଲେ।

ପିବି ୧୧ ସିଏଫ ୨୯୯୫ ନମ୍ବର ଥିବା ଏକ ବସରେ ୫୧ ଜଣ ଛାତ୍ର ଏବଂ ତିନି ଜଣ ଶିକ୍ଷକ ଯାତ୍ରା କରୁଥିଲେ। ତେବେ ଦୁର୍ଘଟଣା ଖବର ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଆମ୍ବୁଲାନ୍ସ ସହଯୋଗରେ ନିକଟସ୍ଥ ହସ୍ପିଟାଲକୁ ନେଇଥିଲେ। ଦୁର୍ଘଟଣାରେ ୨୪ରୁ ଅଧିକ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କର ହାତ ଭାଙ୍ଗି ଯାଇଛି। ବର୍ତ୍ତମାନ ସୁଦ୍ଧା ତଦନ୍ତ ଜାରି ରହିଛି ବୋଲି ପୋଲିସ ସୂଚନା ଦେଇଛି।