୧୦ମ ଶ୍ରେଣୀ ଛାତ୍ରୀଙ୍କ ଆତ୍ମହତ୍ୟା, ପିଏମ ମୋଦିଙ୍କୁ ଲେଖିଲେ ୧୯ ପୃଷ୍ଠାର ଚିଠି

ନୂଆଦିଲ୍ଲୀ ୧୮/୮: ଉତ୍ତର ପ୍ରଦେଶର ସମ୍ଭଲ ଜିଲ୍ଲାର ଗୁନ୍ନୋର ଥାନା ଅଞ୍ଚଳରେ ବବରାଲାରେ ଏମିତି ଏକ ଘଟଣା ଘଟିଛି ଯାହା ସମସ୍ତଙ୍କୁ ଚକିତ କରିଛି । ଘଟଣାଟି ହେଉଛି ଜଣେ ହାଇସ୍କୁଲ ଛାତ୍ରୀଙ୍କ ଆତ୍ମହତ୍ୟା । ଘଟଣାଟି ୧୪ ଅଗଷ୍ଟର । ଆଞ୍ଚଲ ଗୋସ୍ୱାମୀ ନାମକ ଏହି ଛାତ୍ରୀଙ୍କ ମୃତଦେହ ତାଙ୍କ ଘରୁ ମିଳିଥିଲା । ସୂଚନା ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଯାଞ୍ଚ କରିଥିଲା । ତେବେ ପୋଲିସକୁ ଏହି ୧୪ ବର୍ଷୀୟା ଛାତ୍ରୀଙ୍କ ଏକ ସୁଇସାଇଡ୍ ନୋଟ୍ ମିଳିଲା ଯେଉଁଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମ୍ବୋଧିତ କରି ଲେଖାଯାଇଥିଲା ।

ଏହି ସୁଇସାଇଡ୍ ନୋଟରେ ଆଞ୍ଚଲ ଲେଖିଥିଲେ ‘ମୋତେ ଏହି ଦୁନିଆରେ ରହିବାର ନାହିଁ । ଏହି ଦୁନିଆ ମୋତେ ଜମା ପସନ୍ଦ ନୁହେଁ । ଏଥିପାଇଁ ମୁଁ ଆତ୍ମହତ୍ୟା କରୁଛି । ମୋ ମୃତ୍ୟୁ ପାଇଁ କେହି ଦାୟୀ ନୁହଁନ୍ତି । ଏଠାରେ ଲୋକମାନେ ପରସ୍ପର ସହ ଝଗଡା କରୁଛନ୍ତି । ଗାଳି ଗୁଲଜ କରୁଛନ୍ତି । ନିଜ ଫାଇଦା ପାଇଁ ଗଛ କାଟୁଛନ୍ତି । ଏଥିପାଇଁ ମୋତେ ଏହି ସମାଜ ପସନ୍ଦ ନୁହେଁ ।’

ଆଞ୍ଚଲ ଆତ୍ମହତ୍ୟା କରିବା ପୂର୍ବରୁ ନୋଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରି ଲେଖିଛନ୍ତି କି ‘ଦେଶରେ ଅନେକ ପ୍ରଧାନମନ୍ତ୍ରୀ ହୋଇଥିଲେ କିନ୍ତୁ ମାନନୀୟ ନରେନ୍ଦ୍ର ମୋଦି ଜୀ, ଆପଣଙ୍କ ଭଳି କେହି ହେବେନି । ମୋ ହୃଦୟରେ ଆପଣଙ୍କ ପାଇଁ ଅତ୍ୟଧିକ ସମ୍ମାନ । କାଶ୍ ମୁଁ ମୋ ନିଜ ବାକି ବୟସ ଆପଣଙ୍କୁ ଦେଇ ପାରିଥାନ୍ତି । ଏହି ଦେଶ ଅନେକ ବର୍ଷ ଧରି ଅନ୍ଧାରରେ ଥିଲା, ଆପଣ ସୂର୍ଯ୍ୟ ହୋଇଆସିଲେ । ମୁଁ ଆପଣଙ୍କୁ ପର୍ସନାଲି ମିଟିଂ କରିବାକୁ ଚାହୁଁଥିଲି କିନ୍ତୁ ଏହା ଅସମ୍ଭବ । କାରଣ ଆପଣ ନିଜକୁ ସମୟ ଦେଇପାରୁନାହାଁନ୍ତି । ନିରନ୍ତର ଦେଶ ସେବାରେ ଲାଗିଛନ୍ତି । ବର୍ଷ ବର୍ଷ ଧରି ଅଧା ପଡିଥିବା କାମ ଆପଣ ପୂରା କରିଛନ୍ତି । ତେବେ ଭାରତରେ ଏବେ ଚାରିଆଡେ ପ୍ରଦୂଷିତ ବାୟୁ ବ୍ୟାପୁଛି । ପ୍ରଧାନମନ୍ତ୍ରୀ ଜୀ, କ’ଣ ଆପଣ ମୋ ଇଛା ପୂରଣ କରିପାରିବେ ?‘

୧୯ ପୃଷ୍ଠାର ସୁଇସାଇଡ୍ ନୋଟରେ ଆଞ୍ଚଲ ନରେନ୍ଦ୍ର ମୋଦିଙ୍କୁ ଅନେକ ପ୍ରକାର ଅପିଲ୍ କରିଛନ୍ତି ଯେଉଁଥିରେ ପ୍ରଦୂଷଣ ଉପରେ ଗୁରୁତ୍ୱ ଦିଆଯାଇଛି । ସେ ଲେଖିଛନ୍ତି କି ପ୍ରଧାନମନ୍ତ୍ରୀ ଜୀ, ଆପଣ ଦିପାବଳୀରେ ବାଣ ଫୁଟାଇବା ଉପରେ ରୋକ ଲଗାଇ ଦିଅନ୍ତୁ । ଏହା ସହିତ ମସଜିଦ୍ ଓ ମନ୍ଦିରରୁ ସ୍ପିକର କାଢି ଦିଅନ୍ତୁ । ଏହା ବାୟୁ ପ୍ରଦୂଷଣ କରୁଛି । ତେବେ ସୂଚନା ଅନୁସାରେ ହାଇସ୍କୁଲ ଛାତ୍ରୀ ଆଞ୍ଚଲଙ୍କ ସ୍ୱାସ୍ଥ୍ୟ ଭଲ ରହୁନଥିଲା । ସେ ଡିପ୍ରେସନର ଶିକାର ଥିଲେ ଯାହାକୁ ନେଇ ସେ ବହୁତ ଚିନ୍ତିତ ରହୁଥିଲେ । ତେବେ ସେ ନିଜ ନୋଟରେ ନିଜ ପରିବାର କଥା ଉଲ୍ଲେଖ କରିନାହାଁନ୍ତି । ତାଙ୍କ ମୃତଦେହ ପାଖରେ କିଛି ଟାବଲେଟ୍ ଜବତ କରିଥିଲା ପୋଲିସ ।

   ସମ୍ବନ୍ଧିତ ଖବର


ଏହି ରାଜ୍ୟରେ ଜୁନ୍ ମାସ ପର୍ଯ୍ୟନ୍ତ ମିଳିବ ମାଗଣା ଚାଉଳ

ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ତରୁଣ ଗୋଗଇଙ୍କର ପରଲୋକ-ତିନିମାସ ତଳେ କରୋନା ଆକ୍ରାନ୍ତ ହୋଇଥିଲେ

ଚିରା ପାସପୋର୍ଟ ଯୋଗୁଁ ଏୟାରପୋର୍ଟରେ ଖୋଲିଗଲା ପତିଙ୍କ ରାଜ୍, ରାଗରେ ପତ୍ନୀ ନେଲେ ଏମିତି ନିଷ୍ପତ୍ତି…

ଜୀବିତ ଯୁବକଙ୍କ ପୋଷ୍ଟମର୍ଟମ ! ଆଉ ତା ପରେ…

କରୋନା:ଭାରତରେ ଟ୍ରାଏଲ୍‌ ଚାଲିଥିବା ଅକ୍ସଫର୍ଡ ଟିକା ୯୦ ପ୍ରତିଶତ ପ୍ରଭାବୀ

ତରୁଣ ଗୋଗୋଇଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର,ଗସ୍ତ କାର୍ଯ୍ୟକ୍ରମ ରଦ୍ଦ କରି ଗୌହାଟି ପହଁଞ୍ଚିଲେ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନଓ୍ବାଲ