PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜୟପୁର: ଜୟପୁର ସବ୍ ଜେଲରେ ରେଡ୍, ଏସ୍‌ପି ଓ ଉପ ଜିଲ୍ଲାପାଳ ସାମିଲ
  • ||
  • ଆଇପିଏଲ-୧୪: ଆଜି ଖେଳାଯିବ ଦୁଇଟି ମ୍ୟାଚ୍, କୋହଲି-ମୋର୍ଗାନ ଓ ରାହୁଲ-ପନ୍ଥ ମଧ୍ୟରେ ଲଢେ଼ଇ
  • ||
  • ଭୁବନେଶ୍ୱର : ବଦଳିଲା ମୋ ବସ୍‌ ଚଳାଚଳ ସମୟ। ଏଣିକି ସକାଳ ୭ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଚଳାଚଳ କରିବ ମୋ ବସ୍
  • ||
  • ଭୁବନେଶ୍ୱର: ରମାଦେବୀ ଛାତ୍ରୀନିବାସରୁ ୪ ଛାତ୍ରୀ କରୋନା ପଜିଟିଭ୍, ୧୯ ତାରଖ ପୂର୍ବରୁ ହଷ୍ଟେଲ ଛାଡ଼ିବାକୁ ନିର୍ଦ୍ଦେଶ ‌
  • ||
  • ରାଜ୍ୟକୁ ପୁଣି ଫେରିବ ତାତି, ସପ୍ତାହେ ପର୍ଯ୍ୟନ୍ତ ଛଟପଟ କରିବ ଗ୍ରୀଷ୍ମ ପ୍ରକୋପ
  • ||

ଅନ୍ଧାର ଭିତରକୁ ଠେଲି ହୋଇଯାଉଛି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ, ୨ ବର୍ଷ ଧରି ବାହାରୁନି ପରୀକ୍ଷା ଫଳ, ଧାରଣାରେ ବସିଲେ ଛାତ୍ରଛାତ୍ରୀ, ୨ ଅସୁସ୍ଥ

ନୀଳଗିରି, ୦୮/୦୩ : ଦୀର୍ଘ ୨ ବର୍ଷ ଧରି ନୀଳଗିରି ମହାବିଦ୍ୟାଳୟର ପର୍ଯ୍ୟଟନ ଓ ଆତିଥ୍ୟତା ବିଭାଗର ବାହାରିନି ସେମିଷ୍ଟର ପରୀକ୍ଷା ଫଳ। ସେମିଷ୍ଟର ରେଜଲ୍ଟ ପ୍ରକାଶ କରିବାରେ ଅହେତୁକ ବିଳମ୍ବ କରୁଛି ଫକୀର ମୋହନ ବିଶ୍ଵ ବିଦ୍ୟାଳୟ। ଫଳରେ ଅନ୍ଧାର ଭିତରକୁ ଠେଲି ହୋଇଯାଉଛି ଛାତ୍ରଛାତ୍ରୀ ଭାଗ୍ୟ। ତେବେ ଆସନ୍ତା ୭ ଦିନ ମଧ୍ୟରେ ଯଦି ପରୀକ୍ଷା ଫଳ ନବାହାରେ ତେବେ ସମୂହ ଆତ୍ମାହୁତି ଦେବେ ବୋଲି ଚେତାବନୀ ଦେଇ ନୀଳଗିରି କଲେଜ ସମ୍ମୁଖରେ ଧାରଣାରେ ବସିଛନ୍ତି ଛାତ୍ରଛାତ୍ରୀ। ସେପଟେ ପ୍ରବଳ ଖରା ଯୋଗୁଁ ଧାରଣାରେ ବସିଥିବା ୨ ଜଣ ଛାତ୍ରଛାତ୍ରୀ ଅସୁସ୍ଥ ହୋଇପଡିଥିବା ସୁଚନା ମିଳିଛି।

ସୂଚନାନୁଯାୟୀ, ବାଲେଶ୍ଵର ଜିଲ୍ଲା ନୀଳଗିରି ମହାବିଦ୍ୟାଳୟରେ ପର୍ଯ୍ୟଟନ ଓ ଆତିଥ୍ୟତା ବିଭାଗର ଧନ୍ଦା ମୂଳକ ଶିକ୍ଷା ନେଇ ବିଭାଗ ୨୦୧୮/୧୯ ଶିକ୍ଷା ବର୍ଷରେ ନୂଆକରି ଖୋଲିଥିଲା। କେନ୍ଦ୍ର ସରକାରଙ୍କ ଏହି ଯୋଜନା ଛାତ୍ରଛାତ୍ରୀମାନଙ୍କୁ ନିଯୁକ୍ତିରେ ସୁଯୋଗ ସୃଷ୍ଟି କରିବାକୁ ଏହା ସହାୟକ ହେବ ବୋଲି କୁହାଯାଇଥିଲା। ଫଳରେ ଛାତ୍ରଛାତ୍ରୀମାନେ ଆଗ୍ରହ ସହକାରେ ଆଡମିଶନ ହୋଇ ପରୀକ୍ଷା ଦେଇଥିଲେ। ହେଲେ ୨୦୧୯ ମସିହା ଠାରୁ ପ୍ରଥମ ସେମିଷ୍ଟାର ଦେଇଥିବା ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ ଆଜି ପର୍ଯ୍ୟନ୍ତ ବାହାରି ପାରିନାହିଁ। ଇତି ମଧ୍ୟରେ ଦକ୍ଷତା ବିକାଶ, ଭାରତ ସରକାର ଦୁଇଟି ସେମିଷ୍ଟାର ପରୀକ୍ଷାର ଫଳ ପ୍ରକାଶିତ କରାଯାଇଥିବା ବେଳେ ଫକୀର ମୋହନ ବିଶ୍ୱବିଦ୍ୟାଳୟ ପ୍ରଥମ ସେମିଷ୍ଟାରର ଫଳ ପ୍ରକାଶ କରିବାରେ ଅହେତୁକ ବିଳମ୍ବ ପ୍ରକାଶ କରିଛି। ଜିଲ୍ଲାରେ ନୀଳଗିରି କଲେଜର ଏହି ଶିକ୍ଷା ବିଭାଗ ଏକମାତ୍ର ହୋଇଥିବା ବେଳେ ଫକୀରମୋହନ ବିଶ୍ୱବିଦ୍ୟାଳୟ ଅଧୀନରେ ଯାଉଥିବାରୁ ଏଭଳି ଛାତ୍ରଛାତ୍ରୀଙ୍କ ଜୀବନ ନେଇ ଖେଳ ଖେଳିବା କଲେଜରେ ଅସନ୍ତୋଷ ପ୍ରକାଶ ପାଇଛି। ବାରମ୍ବାର କଲେଜର ଅଧ୍ୟକ୍ଷ ଓ ବିଭାଗର ମୁଖ୍ୟ ବିଶ୍ୱବିଦ୍ୟାଳୟକୁ ଦୌଡ଼ି ଦୌଡ଼ି ପ୍ରତିଶ୍ରୁତି ପାଇବା ଛଡା କୌଣସି ସୁଫଳ ପାଇ ପାରିନଥିବା କୁହାଯାଇଛି।

ଅନ୍ୟ ସ୍ଥାନରେ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଛାତ୍ରଛାତ୍ରୀମାନେ ଚାକିରୀ ପାଇଥିବା ବେଳେ ଏଠି ଡିଗ୍ରୀରେ ପିଲାମାନେ ପରୀକ୍ଷା ଫଳ ନପାଇ ନିଜର ଭବିଷ୍ୟତକୁ ଅନ୍ଧାର ଆଡ଼କୁ ଠେଲି ଦେଇଛନ୍ତି। ତେବେ ଆସନ୍ତା ୭ ଦିନ ଭିତରେ ଯଦି ଏନେଇ କୌଣସି କାର୍ଯ୍ୟାନୁଷ୍ଠାନ ନନିଆଯାଏ ତାହେଲେ ବାଧ୍ୟହୋଇ ଧାରଣା ଦେବା ସହ ସମୂହ ଆତ୍ମାହୁତି ଦେବେ ବୋଲି ଛାତ୍ରଛାତ୍ରିମାନେ ଚେତାବନୀ ଦେଇଥିଲେ। ଆଜି ୪୦ରୁ ଉର୍ଦ୍ଧ୍ଵ ଛାତ୍ର ଛାତ୍ରୀ ନୀଳଗିରି କଲେଜ ଆଗରେ ଧାରଣା ଦେଇଛନ୍ତି। ଯେ ପର୍ଯ୍ୟନ୍ତ ପରୀକ୍ଷା ଫଳ ପ୍ରକାଶ ନପାଇଛି ସେ ପର୍ଯ୍ୟନ୍ତ ଧାରଣା ଚାଲୁରହିବ ବୋଲି ଚେତାବନୀ ଦେଇଛନ୍ତି ପଢ଼ୁଥିବା ଛାତ୍ରଛାତ୍ରୀ ଶ୍ରୀଲିପକା ଦାସ, ସସ୍ମିତା ଘଡେଇ, ବନ୍ଦନା ଦାସ, ଭାଗ୍ୟଶ୍ରୀ ପାତ୍ର, ମଧୁସ୍ମିତା ପାତ୍ର, ବିନୋଦ ବିହାରୀ ମଲ୍ଲିକ, ସବିତା ନାୟକ, ଶୁଭଲଷ୍ମୀ ବାରିକ, ସସ୍ମିତା ବେହେରା, ଜୟଶ୍ରୀ ବିଶ୍ୱାଳ, ବନିତା ନାୟକ, ମଧୁସ୍ମିତା ବାସ୍କେ, ସୁଭସ୍ମିତା ଆଚାର୍ଯ୍ୟ, ପ୍ରିୟଙ୍କା ଦାସ, ରୋଜାଲିନି ସ, ସୁଚିସ୍ମିତା ଆଚାର୍ଯ୍ୟ, ଜୀବନଜ୍ୟୋତି ମହାନ୍ତି, ରାଜଶ୍ରୀ ବିଶ୍ୱାଳ, ଜ୍ୟୋତିରେଖା ଜେନା, ମନୋଜ କୁମାର ମହାନ୍ତି, ନିହାରିକା ଷଡ଼ଙ୍ଗୀ, ସ୍ୱାଗତିକା ଷଡ଼ଙ୍ଗୀ, ଶୁଭଲଷ୍ମୀ ମିଶ୍ର, ସିଧେସ୍ୱର ଦାସବାବୁ ପ୍ରମୁଖ ଚେତାବନୀ ଦେଇଛନ୍ତି। ସେପଟେ ଖରାରେ ଧାରଣା ଦେଇଥିବାରୁ ଦୁଇଜଣ ଛାତ୍ରଛାତ୍ରୀ ଅସୁସ୍ଥ ହୋଇଥିବା ଜଣାପଡିଛି। ଏନେଇ ନୀଳଗିରି କଲେଜର ଅଧ୍ୟକ୍ଷ ନିଜର ଅସହାୟ ପ୍ରକାଶ କରିଥିବା ବେଳେ ପରୀକ୍ଷା କଣ୍ଟ୍ରୋଲ ବିଭାଗ ଓ ଭାଇସ ଚାନ୍ସଲେରଙ୍କ ମତାମତ ନେବାରୁ ସେ ଖୁବଶୀଘ୍ର ସମାଧାନ ହେବ ବୋଲି କହିଛନ୍ତି।