ପରୀକ୍ଷାରେ ପାସ୍ ହେବା ପାଇଁ ଖାତାରେ ଲେଖିଥିଲେ ଏମିତି ଉତ୍ତର… ପଢ଼ିବା ପରେ ଶିକ୍ଷୟତ୍ରୀଙ୍କ ଉଡ଼ିଲା ହୋସ୍…

ଲକ୍ଷ୍ନୋ ୧୦।୪: ବୋର୍ଡ ପରୀକ୍ଷା ସରିବା ପରେ ଏବେ ଚାଳିଛି ଖାତା ଦେଖା। ମୂଲ୍ୟାଙ୍କନ କରିବା ସମୟରେ କିଛି ଖାତା ଏମିତି ବି ସାମ୍ନାକୁ ଆସିଛି ଯାହାକୁ ଦେଖିଲେ ଆପଣ ନିଜେ ଆଶ୍ଚଯ୍ୟ ହୋଇଯିବେ।

ମୂଲ୍ୟାଙ୍କନ କରିବା ସମୟରେ ଏମିତି ଏକ ଘଟଣା ଘଟିଛି ଉତ୍ତର ପ୍ରଦେଶରେ। ବର୍ଷ ସାରା ପାଠ ନ ପଢ଼ି ପରୀକ୍ଷା ଦେବାକୁ ଚାଲିଆସିଥିବେ। ପ୍ରଶ୍ନ ପତ୍ର ଦେଖିବା ପରେ ଉତ୍ତର ଯେତେବେଳେ ନଆସେ ସେତେବେଳେ କେମିତି ପାସ୍ ହେବେ ମୁଣ୍ଡରେ ଚଡ଼କ ପଡ଼ିଯାଏ। କିଏ ଖାତାରେ ଟଙ୍କା ରଖେ ତ ପୁଣି କିଏ ଗରିବ ପରିବାରର ସ୍ଥିତି ଦେଖାଇ ପାସ୍ କରି ଦିଅନ୍ତୁ ବୋଲି ଲେଖି ଗୁହାରି କରିଥାଏ।

ଠିକ୍ ସେହିପରି ଏହି ଶିକ୍ଷୟିତ୍ରୀ ଜଣକ ମୂଲ୍ୟାଙ୍କନ କରୁଥିବା ସମୟରେ ଏମିତି ଏକ ଖାତା ସାମ୍ନାକୁ ଆସିଲା ଯେଉଁ ଥିରେ ଲେଖାଯାଇଥିଲା କି, ‘ଯଦି ଆପଣ ମୋତେ ପାସ୍ ନ କରିବେ ତେବେ ମୋର ପୁରା ପରିବାର ଲୋକ ଆପଣଙ୍କୁ ଭୂତ ହୋଇ ଡରାଇବେ ।’ ଅନ୍ୟ ଜଣେ ଛାତ୍ର ଲେଖିଥିଲା କି, ’ଯଦି ମୋତେ ପାସ୍ ନ କରିବେ ତେବେ ଆପଣଙ୍କୁ ଡେଙ୍ଗୁ ହୋଇଯିବ।’ ଆଉ ଜଣେ ଛାତ୍ର ଲେଖିଥିଲା ଯେ, ‘ମ୍ୟାଡମ/ ସାର୍ ମୁଁ ଯେତିକି ଜାଣିଥିଲି ସେତିକି ଲେଖିଛି… ଆଉ କିଛି ଜାଣିନି.. ଯେମିତି ହେଉ ପଛେ ମୋତେ ପାସ୍ କରିଦିଅନ୍ତୁ। ଯଦି ମୋତେ ପାସ୍ ନ କରିବେ ତେବେ ଆପଣଙ୍କର ଦୁର୍ଘଟଣା ହୋଇଯିବ।’

ସୋସିଆଲ ମିଡ଼ିଆରେ ଛାତ୍ରଛାତ୍ରୀଙ୍କର ଏଭଳି ପରୀକ୍ଷା ଖାତା ଭାଇରାଲ ହେବାରେ ଲାଗିଛି। ବୋର୍ଡ ପରୀକ୍ଷାରେ ବି ଅନେକ ବିଦ୍ୟାର୍ଥୀ ଇମୋସନାଲ୍ ଉତ୍ତର ଦେଇ ନମ୍ବର ହାସଲ କରିବା ପାଇଁ ଚେଷ୍ଟା କରୁଛନ୍ତି।

   ସମ୍ବନ୍ଧିତ ଖବର


ବିଜେପିକୁ ଓବେସୀଙ୍କ କଡାପ୍ରଶ୍ନ, ବିଜେପି ଶାସିତ ୪ ରାଜ୍ୟରେ କାହିଁକି ନାହାନ୍ତି ଜଣେ ହେଲେ ମୁସଲିମ ମନ୍ତ୍ରୀ ?

ପୁଣି ଲଜ୍ଜା: ମନ୍ଦିର ପରିସରରେ ଖେଳୁଥିବା ନାବାଳିକାକୁ ପୂଜାରୀ କଲା ଦୁଷ୍କର୍ମ

ମିଗ୍-୨୯କେ ଟ୍ରେନର ବିମାନ ଦୁର୍ଘଟଣାଗ୍ରସ୍ତ, ପାଇଲଟ୍ ନିଖୋଜ

ଜାଣନ୍ତି ଋଷ ରାଷ୍ଟ୍ରପତି ଭ୍ଲାଦିମର ପୁଟିନଙ୍କ ଏହି ସୁନ୍ଦରୀ ଗର୍ଲଫ୍ରେଣ୍ଡଙ୍କ ଦରମା କେତେ ?

ଗୁଜରାଟର ଏକ କୋଭିଡ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ, ଶ୍ବାସରୁଦ୍ଧ ହୋଇ ୬ ଜଣ ରୋଗୀଙ୍କ ମୃତ୍ୟୁ…

ଅନ୍ତର୍ଜାତୀୟ ଉଡ଼ାଣ ଉପରେ କଟକଣା, ଡିସେମ୍ବର ୩୧ ଯାଏ ବିମାନ ସେବା ବନ୍ଦ