ପୋଲିସ୍ ସବ୍-ଇନ୍ସପେକ୍ଟରଙ୍କ ସିଘଂମ୍ ଷ୍ଟାଇଲ୍ : ଭିଡିଓ ଭାଇରାଲ୍ ହେବା ପରେ ୫ହଜାର ତଣ୍ଡ ଗଣିଲେ, ଦେଖନ୍ତୁ ଭିଡ଼ିଓ

ମଧ୍ୟପ୍ରଦେଶ ୧୨।୫ : ମଧ୍ୟପ୍ରଦେଶର ଦାମୋହ ଜିଲ୍ଲାରେ ପୋଲିସ ସବ୍‌- ଇନ୍ସପେକ୍ଟର ଜେନେରାଲ୍ ମନୋଜ ଯାଦବ ଦୁଇଟି ଚଳନ୍ତା କାର ଛାତ ଉପରେ ଠିଆ ହୋଇ ସିଘଂମ୍ ଷ୍ଟାଇଲରେ ଷ୍ଟଣ୍ଟ ମାରିବା ଭାରୀ ପଡ଼ିଯାଇଛି। ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଭିଡିଓ ଭାଇରାଲ ହେବା ପରେ ଦାମୋହର ପୋଲିସ ଅଧୀକ୍ଷକ ହେମନ୍ତ ଚୌହାନ ଏକ ଅଭିଯୋଗ ଗ୍ରହଣ କରିଛନ୍ତି। ଯାଞ୍ଚ ପରେ ସେ ଯାଦବଙ୍କ ଉପରେ ୫ ହଜାର ଟଙ୍କା ଜରିମାନା ଆଦାୟ କରିଥିଲେ ଏବଂ ଭବିଷ୍ୟତରେ ଏପରି ଭୁଲ୍ ପୁନରାବୃତ୍ତି ନକରିବାକୁ ଚେତାବନୀ ଦେଇଥିଲେ କାରଣ ଏହା ତାଙ୍କ ପଦର ସମ୍ମାନର ପ୍ରତିବାଦ କରୁଛି ବୋଲି।

ଯାଦବ ଦାମୋହ ଜିଲ୍ଲାର ନରସିଂହଗଡ ପୋଲିସ ଆଉଟପୋଷ୍ଟର ଦାୟିତ୍ୱରେ ଅଛନ୍ତି ଏବଂ ଭାଇରାଲ ଭିଡିଓ ତାଙ୍କୁ ସିଘଂମ ଫିଲ୍ମର ଟାଇଟଲ ଟ୍ରାକର ଷ୍ଟଣ୍ଟ କରୁଥିବା ଦୁଇଟି ଚଳନ୍ତା କାର ଉପରେ ଠିଆ ହୋଇଥିବା ଦେଖାଯାଇଛି। ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ସେ ରବିବାର ଦିନ ଲକ୍‌ ଡାଉନ୍‌ ସମୟରେ ଏହି ଭିଡିଓ କରିଥିଲେ। ସେ କହିଛନ୍ତି ଯେ ତଦନ୍ତ ପରେ ଦାମୋହ ପୋଲିସ ଅଧୀକ୍ଷକ ହେମନ୍ତ ଚୌହାନ ତାଙ୍କ ଉପରେ  ୫ ହଜାର ଟଙ୍କା ଜୋରିମାନା ଲଗାଇଛନ୍ତି ଏବଂ ଭବିଷ୍ୟତରେ ଏଭଳି ତ୍ରୁଟି ପୁନରାବୃତ୍ତି ନକରିବା ପାଇଁ ଚେତାବନୀ ଦେଇଛନ୍ତି।

   ସମ୍ବନ୍ଧିତ ଖବର


ଚଳିତ ବର୍ଷ ପ୍ରବଳ ଶୀତ, ଜାଣନ୍ତୁ ‘ଲା ନିନା’ ଓ ’ଏଲ ନିନୋ’ର କ’ଣ ରହିଛି ପ୍ରଭାବ?

ପାକିସ୍ତାନରେ କାଶ୍ମୀର ବିଷୟରେ ଲାଇଭ୍‌ ବେଳେ ଇଣ୍ଡିଆନ୍‌ ହାକର୍‌ ବଜାଇଲେ ଜୟ ଶ୍ରୀରାମ ଏବଂ ହନୁମାନଙ୍କ ଭଜନ

ଆଖି ବିନ୍ଧା ହେବାରୁ ହସ୍ପିଟାଲ ପହଁଞ୍ଚିଲେ ମହିଳା, ଡାକ୍ତର ବାହାର କଲେ ୨୦ଟି ଜୀଅନ୍ତା ପୋକ

ବୈଜ୍ଞାନିକ ତିଆରି କଲେ ପ୍ରଥମ ସିନ୍ଥେଟିକ୍‌ ମାନବ ଜିଭ

୬୫ ବର୍ଷ ବୟସରେ ବିବାହ କଲେ ଜଣାଶୁଣା ଓକିଲ ହରୀଶ ସାଲଭେ, ICJରେ ପାକିସ୍ତାନ ବିରୋଧରେ ଲଢିଥିଲେ କୁଳଭୂଷଣ ମାମଲାର ରାୟ…

ବିଏସ୍‌ପିର ୭ ବିଦ୍ରୋହୀ ବିଧାୟକଙ୍କୁ ନିଲମ୍ବିତ କଲେ ମାୟାବତୀ, କହିଲେ- ଏସପିକୁ ଶିକ୍ଷା ଦେବାକୁ ବିଜେପିକୁ ଭୋଟ୍ ଦେବାକୁ ପଛେଇବି ନାହିଁ