ରାଜନନ୍ଦଗାଓଁରେ ଜଣେ ପୁଲିସ ସହିଦ ଓ ୪ ମାଓବାଦୀ ନିହତ : ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ

ରାୟପୁର ୯।୫: ଛତିଶଗଡ ରାଜନନ୍ଦଗାଓଁ ଜିଲ୍ଲାରେ ପୋଲିସ–ନକ୍ସଲ ମଧ୍ୟରେ ଗୁଳିବିନିମୟ । ଶୁକ୍ରବାର ବିଳମ୍ବିତ ରାତିରେ ରାଜନନ୍ଦଗାଓଁର ଥିବା ମାନପୁର ନିକଟରେ ଥିବା ଜଙ୍ଗଲରେ ପୋଲିସ-ନକ୍ସଲ ମଧ୍ୟରେ ଏନ୍‌କାଉଣ୍ଟକର ହୋଇଛି । ଏନ୍‌କାଉଣ୍ଟରେ ଜଣେ ପୋଲିସ ସବ୍‌-ଇନ୍ସପେକ୍ଟର ସହିଦ ହୋଇଛନ୍ତି । ସେହିପରି ପୋଲିସ ଗୁଳିରେ ୪ଜଣ ନକ୍ସଲ ନିହତ ହୋଇଥିବା ଜଣାପଡିଛି । ମୃତ ୪ଜଣ ନକ୍ସଲଙ୍କ ମଧ୍ୟରେ ଦୁଇଜଣ ପୁରୁଷ ଓ ଦୁଇ ଜଣ ମହିଳା ଥିବା ସୂଚନା ରହିଛି । ତେବେ ଶହିଦ ହୋଇଥିବା ସବ୍‌-ଇନ୍ସପେକ୍ଟର ଶ୍ୟାମକିଶୋର  ଅମ୍ବିକାପୁର ଜିଲ୍ଲାର ବାସିନ୍ଦା ବୋଲି ଜଣାପଡିଛି ।

ସୂଚନାଯୋଗ୍ୟ ଯେ, ଶୁକ୍ରବାର ବିଳମ୍ବିତ ରାତିରେ ମାନପୁର ଥାନା ଅଞ୍ଚଳରେ  ଥିବା ପାର୍ଦୋନି ଜଙ୍ଗଲରେ ପୋଲିସର ସର୍ଚ୍ଚ ଅପରେସନ ସମୟରେ କିଛି ନକ୍ସଲ ଲୁଚି ରହିଥିବା ସୂଚନା ମିଳିଥିଲା । କିନ୍ତୁ ନକ୍ସଲମାନେ ପୋଲିସ ଉପରକୁ ଗୁଳିଚାଳନା ଆରମ୍ଭ କରିଦେଇଥିଲେ । ପୋଲିସ ଏହାର ଦୃଢ ଜବାବ ମଧ୍ୟ ଦେଇଥିଲା । ଅତିକମ୍‌ରେ ୧ଘଣ୍ଟା ପର୍ଯ୍ୟନ୍ତ ଉଭୟଙ୍କ ମଧ୍ୟରେ ଗୁଳିବିନିମୟ ଜାରି ରହିଥିଲା । ଘଟଣାସ୍ଥଳରୁ ବିପୁଳ ପରିମାଣ ବନ୍ଧୁକ ଓ ଗୁଳିଗୋଳ ଜବତ କରିଛି । ପୋଲିସ ସର୍ଚ୍ଚ ଅପରେସନ ଏନକାଉଣ୍ଟର ସ୍ଥାନରୁ ଏକ AK-47 ରାଇଫଲ, 1 SLR ଏବଂ 2 .315 ବୋର ରାଇଫଲ ଜବତ ହୋଇଛି ।

   ସମ୍ବନ୍ଧିତ ଖବର


ଫେସବୁକ୍ ଲଞ୍ଚ୍ କଲା ନୂଆ ସେବା, ଖୁବ୍ ଶୀଘ୍ର ଆକାଉଣ୍ଟକୁ କରନ୍ତୁ ଚେକ୍

ଚିନ୍ତାର କଥା ! ପରୀକ୍ଷଣ ସମୟରେ କରୋନା ଟିକାରେ ହେଲା ମୃତ୍ୟୁ…

ଟ୍ରେନରେ ଯାତ୍ରା ସମୟରେ ଲଗେଜ୍ ଚିନ୍ତା ଗଲା, ଏଣିକି ଘରେ ପହଞ୍ଚିବ ସାମଗ୍ରୀ

କରୋନାରୁ ରକ୍ଷା କରିବ ଏହି ‘ଛତୁ’–ଷ୍ଟାର୍ଟ ଅପ୍‌ କମ୍ପାନୀ ତିଆରି କଲେ ଇମ୍ୟୁନିଟି ବୁଷ୍ଟର

କରୋନା ଭୟରେ ଏହି ଦେଶରେ ବନ୍ଦ ହେଲା ମାଛ ମାର୍କେଟ୍, ଲାଗିଲା କର୍ଫ୍ୟୁ

ନବରାତ୍ରୀ ନେଇ ସୋସିଆଲ ମିଡିଆରେ ଅଶ୍ଲୀଳ ପୋଷ୍ଟ, କ୍ଷମା ମାଗିଲା Eros Now