PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ରାଜ୍ୟରେ ହାରୁଛି କରୋନା, ୨୪ ଘଣ୍ଟା ମଧ୍ୟରେ ୩ ପଜିଟିଭ୍ ଚିହ୍ନଟ
  • ||
  • ଭୁବନେଶ୍ୱର : ୧୦ ଜିଲ୍ଲାରେ ପ୍ରବଳ ବର୍ଷିଲା, ଆଜିଠୁ ବଢ଼ିବ ତାପମାତ୍ରା
  • ||
  • ଭଞ୍ଜନଗର : ଭାରସାମ୍ୟ ହରାଇ ଓଲଟିଲା ଟୁରିଷ୍ଟ ବସ୍, ୬ ମୃତ ୩୦ରୁ ଉର୍ଦ୍ଧ୍ଵ ଆହତ
  • ||
  • ରାଇରଙ୍ଗପୁର : ସାପ୍ତାହିକ ହାଟରେ ଗୁଳିକାଣ୍ଡ, ଗୋରୁ ବେପାରୀଙ୍କୁ ଗୁଳି କରି ୨୦ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||

ସବ୍‌ ଜୁନିଅର କରାଟେ ପ୍ରତିଯୋଗିତା: ଆଦ୍ୟାଶାଙ୍କୁ ସ୍ୱର୍ଣ୍ଣ, ସତ୍ୟମ, ଶୁଭମ୍‌ଙ୍କୁ ବ୍ରୋଞ୍ଚ

ଭୁବନେଶ୍ୱର,୧୪ା୪(ବ୍ୟୁରୋ): ଭୁବନେଶ୍ୱରର ତିନିଜଣିଆ ସବ୍‌ ଜୁନିଅର କରାଟେ ଦଳ ଝାରସୁଗୁଡାରେ କମାଲ କରିଛନ୍ତି । ଝାରସୁଗୁଡା ସ୍ଥିତ ଅପର୍ଣ୍ଣା ୱାର୍ଲଡ ସ୍କୁଲ ପରିସରରେ ଅଲ୍‌ ଓଡ଼ିଶା ସେଇସିନ ସଂଘ ପକ୍ଷରୁ ଅନୁଷ୍ଠିତ ସିଟୋରିୟୁ କରାଟେ ପ୍ରତିଯୋଗିତାରେ ଦଶବର୍ଷରୁ କମ୍‌ ବାଳକ ବର୍ଗରେ ଭୁବନେଶ୍ୱରର ଏହି ସବ୍‌ ଜୁନିଅର କରାଟେ ଦଳର ଆଦ୍ୟାଶା ସାମନ୍ତରାୟ ସ୍ୱର୍ଣ୍ଣପଦକ ଏବଂ କାଟାରେ ବ୍ରୋଞ୍ଚପଦକ ପାଇଛନ୍ତି । ଏଥିସହିତ ଫାଇଟବର୍ଗରେ ସତ୍ୟମ ସାହୁ ରୌପ୍ୟପଦକ ଓ କାଟାରେ ବ୍ରୋଞ୍ଚପଦକ ଏବଂ ଶୁଭମ ସାହୁ ବ୍ରୋଞ୍ଚ ପଦକ ଲାଭ କରିଛନ୍ତି । ଏହି ବିଜୟୀ ସବ୍‌ ଜୁନିୟର କରାଟେ ଦଳଙ୍କୁ ଝାରସୁଗୁଡାର ଏକ ହୋଟେଲରେ ଆୟୋଜିତ ଉଦ୍‌ଯାପନୀ ଉତ୍ସବରେ ପୁରସ୍କୃତ କରାଯାଇଥିଲା । ଉତ୍ସବରେ ଅଜୟ ପୋଦ୍ଦାର, ଏସ.ଡାନିଏଲ, ଏସ.ଭି. ନାୟାର, ଏ.କେ. ଶର୍ମା ଓ ନିର୍ଦ୍ଦେଶକ ସୁଶାନ୍ତ ଗୁପ୍ତା ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ ।
ଉଲ୍ଲେଖନୀୟ, ଭୁବନେଶ୍ୱର ଭଞ୍ଜକଳାମଣ୍ଡପ ପରିସରରେ ଥିବା ଓଡ଼ିଶା ମାର୍ସଲ ଆର୍ଟସ ଆସୋସିଏସନର ମୁଖ୍ୟ କରାଟେ ପ୍ରଶିକ୍ଷକ ଦୀପ୍ତିରଞ୍ଜନ ମହାପାତ୍ରଙ୍କ ନେତୃତ୍ୱରେ ବିଜୟୀ ଏହି ସବ୍‌ଜୁନିୟର କରାଟେ ଦଳ ଝାରସୁଗୁଡା ଯାଇଥିଲେ । ଉତ୍ସବରେ କରାଟେ ପ୍ରଶିକ୍ଷକ ଦୀପ୍ତିରଞ୍ଜନ ମହାପାତ୍ରଙ୍କୁ ମଧ୍ୟ ପଦକ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ।