ଶୁଭମନ ନା ପୃଥ୍ୱୀ? କିଏ ଟେଷ୍ଟରେ କରିବେ ଓପନିଂ? ଏମିତି କହିଲେ କୋଚ ଶାସ୍ତ୍ରୀ

ନୂଆଦିଲ୍ଲୀ, ୧୪|୦୨: ନ୍ୟୁଜିଲାଣ୍ଡ ବିପକ୍ଷ ଟି୨୦ ସିରିଜକୁ ଭାରତ ୫-୦ରେ କବଜା କରିବା ପରେ ଦିନିକିଆରେ ବିରାଟ ବାହିନୀ ୩-୦ରେ ପରାସ୍ତ ହୋଇଛି। ଏବେ ବିରାଟ କୋହଲିଙ୍କ ନଜର ୨୧ ଫେବ୍ରୁଆରୀରୁ ଆରମ୍ଭ ହେବାକୁ ଥିବା ଟେଷ୍ଟ୍ ସିରିଜ ଉପରେ ରହିଛି। ସିରିଜ ଆରମ୍ଭ ହେବାକୁ ଆଉ ମାତ୍ର କିଛି ଦିନ ରହିଛି। ଏହା ପୂର୍ବରୁ ଓପନର୍ସଙ୍କୁ ନେଉ ଚର୍ଚ୍ଚା ଜୋର ଧରିଛି। ରୋହିତ ଶର୍ମା ଆହତ ହେବା ପରେ ମୟଙ୍କ ଅଗ୍ରଓ୍ୱାଲଙ୍କ ସହ ଓପନିଂ କିଏ କରିବ ତାକୁ ନେଇ ପ୍ରଶ୍ନ ଉଠିଛି। ଦଳ ପାଖରେ ପୃଥ୍ୱୀ ଶ ଓ ଶୁଭମନ ଗିଲ ବିକଳ୍ପ ରହିଛନ୍ତି। ଏ ଦୁହିଁଙ୍କ ମଧ୍ୟରୁ କାହାକୁ ସୁଯୋଗ ମିଳିବ ତାକୁ ନେଇ ଆଶଙ୍କା ରହିଛି।

ମ୍ୟାଚ ପୂର୍ବରୁ କୋଚ ରବି ଶାସ୍ତ୍ରୀ ଓପନିଂ ଯୋଡିକୁ ନେଇ ବଡ ବୟାନ ଦେଇଛନ୍ତି। ଭାରତୀୟ ଦଳ ମଜବୁତ ଓ ସ୍ଥିର ଏବଂ ଗୋଟିଏ ସ୍ଥାନ ପାଇଁ ପ୍ରତିଦ୍ୱନ୍ଦ୍ୱିତା ଲାଗିବା ଭଲ ଖବର ବୋଲି ସେ କହିଛନ୍ତି। ମୟଙ୍କ, ଶୁଭମନ ଓ ପୃଥ୍ୱୀ ଏକାଭଳି ଖେଳାଳି। ସେମାନେ ଚ୍ୟାଲେଞ୍ଜକୁ ସାମ୍ନା କରନ୍ତି। ଦୁର୍ଭାଗ୍ୟପୂର୍ଣ୍ଣ ଭାବେ ରୋହିତ ସିରିଜରୁ ବାଦ ପଡିଛନ୍ତି।

ଶାସ୍ତ୍ରୀ ଆହୁରି କହିଛନ୍ତି ଯେ, ପୃଥ୍ୱୀ ଓ ଶୁଭମନ ଉଭୟଙ୍କ ପାଖରେ ପ୍ରତିଭା ରହିଛି। ଚୁଡାନ୍ତ ଏକାଦଶରେ ଯାହାକୁ ସ୍ଥାନ ମିଳିଲେ ମଧ୍ୟ ଉଭୟ ଜାତୀୟ ଦଳରେ ଅଛନ୍ତି। ହାମିଲଟନରେ ଗିଲ ଓ ପୃଥ୍ୱୀ ଓ୍ୱାର୍ମ ଅଫ୍ ମ୍ୟାଚ ଖେଳୁଛନ୍ତି। ତେବେ ବୋଲିଂକୁ ନେଇ ଦଳ ଚିନ୍ତାରେ ପଡିଛି। ଇଶାନ୍ତ ଶର୍ମା ଫିଟ୍ ହୋଇନାହାଁନ୍ତି। ଏବେ ଦଳ ପାଖରେ କେବଳ ଜସପ୍ରିତ ବୁମରାହ, ଉମେଶ ଯାଦବ ଓ ମହମ୍ମଦ ଶାମି ରହିଛନ୍ତି। ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜରେ ବୁମରାହ ଗୋଟିଏ ହେଲେ ଓ୍ୱିକେଟ୍ ନେଇପାରି ନଥିଲେ।

   ସମ୍ବନ୍ଧିତ ଖବର


ଜିମ୍‌ରେ ଧୋନୀଙ୍କ ଷ୍ଟଣ୍ଟ ଦେଖି ଆଶ୍ଚର୍ଯ୍ୟ ହେଲେ ଲୋକେ ; ଭିଡ଼ିଓ ଭାଇରାଲ

ପୃଥ୍ୱୀଙ୍କ ଉପରେ ଭରସା କରନ୍ତି ବିରାଟ, କୋହଲି କହିଲେ…

ଅଣ୍ଡର-୧୯ ମହିଳା କ୍ରିକେଟ୍‌ରେ ଇତିହାସ ରଚିଲେ କାଶଭି: ଦିନିକିଆ ମ୍ୟାଚ୍‌ରେ ନେଲେ ୧୦ ୱିକେଟ୍‌

ଆଇପିଏଲ୍‌-୧୩: ଅଭ୍ୟାସ୍‌ ପାଇଁ ହୋମ୍ ଗ୍ରାଉଣ୍ଡକୁ ଫୋରିଲେ ମାହୀ, ୨ତାରିଖରୁ ଏମ୍‌ଏ ଚିଦାମ୍ବରମ ଷ୍ଟାଡିୟମ ଦଳ ସହ ଆରମ୍ଭ କରିବେ ଅଭ୍ୟାସ