ରାଜ୍ୟରେ କରୋନା ସଚେତନତା ପାଇଁ ସୁବ୍ରତ ବାଗଚୀଙ୍କୁ ଦାୟିତ୍ୱ

ଭୁବନେଶ୍ୱର – ରାଜ୍ୟରେ ଭୟାବହ କରୋନା ବିଷୟରେ ସଚେଚନତା ସୃଷ୍ଟି କରିବା ପାଇଁ ରାଜ୍ୟ ସରକାର ସୁବ୍ରତ ବାଗଚୀଙ୍କୁ ନୂଆ ଦାୟିତ୍ୱ ଦେଇଛନ୍ତି । ସୁବ୍ରତ ବାଗଚୀ ଏବେ ଓଡ଼ିଶା କୌଶଳ ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ରହିଛନ୍ତି ।

ଏବେ ସେ ରାଜ୍ୟ ସରକାରଙ୍କ ଦ୍ୱାରା କରାଯାଉଥିବା COVID-19 ବା କରୋନା ସଚେତନତାର ମୁଖପାତ୍ର ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି ।
ଏହି ସଚେତନତା କାର୍ଯ୍ୟକ୍ରମ ପାଇଁ ତିଆରି କରାଯାଇଥିବା କମିଟିର ମୁଖ୍ୟ ଭାବେ ସେ କାର୍ଯ୍ୟ କରିବେ । ବିଭିନ୍ନ କାର୍ଯ୍ୟକ୍ରମ ସହାୟତାରେ ରାଜ୍ୟରେ କରୋନା ବିଷୟରେ ସଚେତନତା ସୃଷ୍ଟି କରାଯିବ ।

ଏହା ସହ ସେ କରୋନା ସମ୍ପର୍କୀତ ସାମ୍ବାଦିକ ସମ୍ମିଳନୀର ତଦାରଖ କରିବେ ।