PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଦଳିଲେ ବିଏମସି କମିଶନର, ସଞ୍ଜୟ କୁମାର ସିଂହ ହେଲେ ନୂଆ କମିଶନର
  • ||
  • ବିନିକା : ପରିବା ବୋଝେଇ ପିକଅପ ଭ୍ୟାନକୁ ପିଟିଲା ଟ୍ରକ୍, ୩ ଗୁରୁତର
  • ||
  • ରାଜସୁନାଖଳା : ବନ୍ଧୁକ ମୁନରେ ଦମ୍ପତିଙ୍କୁ ଲୁଟ୍
  • ||
  • କେନ୍ଦୁଝର : କେନ୍ଦୁଝର ଜେଲରେ ପଶିଲା କରୋନା, ୯ କଏଦୀ ପଜିଟିଭ ଚିହ୍ନଟ
  • ||
  • ମାଲକାନଗିରି : ମାଓବାଦୀଙ୍କ ବର୍ବରକାଣ୍ଡ, ଯବାନଙ୍କୁ ଗଳାକାଟି ହତ୍ୟା
  • ||
  • ବୋରିଗୁମ୍ମା : ବୋରିଗୁମ୍ମା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଟିକା ନେବାକୁ ଛକାପଞ୍ଝା, ସାମାଜିକ ଦୂରତାକୁ ଫୁ, ଯେତିକି ଆସୁଛି ଅଣ୍ଟୁନି, ସ୍ଥାନୀୟ ଲୋକେ ଅସନ୍ତୋଷ
  • ||
  • ଭୁବନେଶ୍ଵର : ରାଜ୍ୟରେ ପୁଣି ୧୦ ହଜାର ଟପିଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୯୮୨ ପଜିଟିଭ୍, ସଂକ୍ରମିତଙ୍କ ସଂଖ୍ୟା ୫ଲକ୍ଷ ୬୫ ହଜାର ପାର୍
  • ||
  • ଭୁବନେଶ୍ଵର : ଓଡ଼ିଶାରେ ଆଉ ୧୭ ମୁଣ୍ଡ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୨୩୨କୁ ବୃଦ୍ଧି
  • ||

ଗୋଟିଏ ହାତରେ ସାଲାଇନ୍ ଓ ଅନ୍ୟ ହାତରେ ବହି, କିଛି ଏମିତି ଥିଲା ଆଇଏଏସ୍ ନବଜୀବନଙ୍କ କାହାଣୀ

ମୁମ୍ବାଇ, ୨୧|୧୨:  ଲକ୍ଷାଧିକ ପ୍ରାର୍ଥୀ ଦେଶର ସବୁଠାରୁ ପ୍ରତିଷ୍ଠିତ ଓ କଷ୍ଟକର ୟୁପିଏସସି ପରୀକ୍ଷାରେ ପ୍ରତିବର୍ଷ ସାମିଲ ହୋଇଥାନ୍ତି। କିନ୍ତୁ ମାତ୍ର ହାତ ଗଣତି କେଇଜଣ ଏଥିରେ ସଫଳ ହୋଇଥାନ୍ତି। ଯେଉଁମାନେ ଏଥିରେ କୃତକାର୍ଯ୍ୟ ହୋଇଥାନ୍ତି ସେମାନଙ୍କ କାହଣୀ ମଧ୍ୟ ଅନନ୍ୟ ହୋଇଥାଏ। ସେମାନଙ୍କର ଯାତ୍ରା ମଧ୍ୟ ରୋମାଞ୍ଚଭରା ହୋଇଥାଏ। ୨୦୧୮ରେ ସିଭିଲ ସର୍ଭିସ ପରୀକ୍ଷାରେ ୩୧୬ ରାଙ୍କ ରଖିଥିବା ନବଜୀବନ ବିଜୟ ପାଓ୍ୱାରଙ୍କ କାହଣୀ ମଧ୍ୟ ଠିକ ଏହିପରି କିଛି ଥିଲା।

ନବଜୀବନ ଏକ ଭିଡିଓ ଇଣ୍ଟରଭ୍ୟୁରେ କହିଛନ୍ତି, ସେ ଜୋତିଷଙ୍କର ଦାବିକୁ ମିଛ ବୋଲି ପ୍ରମାଣିତ କରିଥିଲେ। ଏହାସହ ସେ ପ୍ରଥମ ଚେଷ୍ଟାରେ ଆଇଏଏସ ପାଇଥିଲେ। ଏପରିକି ମେନ୍ ପରୀକ୍ଷା ସମୟରେ ସେ ଡେଙ୍ଗୁରେ ଆକ୍ରାନ୍ତ ଥିଲେ। ଏତେ ସବୁ ପରେ ମଧ୍ୟ ତାଙ୍କ ଲକ୍ଷ୍ୟକୁ କେହି ଅଟକାଇ ପାରିନଥିଲେ।

ସେ ମହାରାଷ୍ଟ୍ରରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତା କୃଷକ ଥିବା ବେଳେ ମା ଏକ ସ୍କୁଲରେ ଶିକ୍ଷୟିତ୍ରୀ ଭାବେ କାମ କରୁଥିଲେ। ନବଜୀବନ ପିଲାଦିନୁ ଭଲ ପାଠ ପଢୁଥିଲେ। ସେ ସ୍କୁଲ ସାରିବା ପରେ ସିଭିଲ ଇଞ୍ଜିନିୟରିଂରେ ନାମ ଲେଖାଇଥିଲେ। ଏହାପରେ ସେ ସିଭିଲ ସର୍ଭିସ୍ ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ।

ପ୍ରଥମେ ସେ ଦିଲ୍ଲୀ ଯାଇ ସିଭିଲ ସର୍ଭିସ୍ ପାଇଁ ପାଠ ପଢା ଆରମ୍ଭ କରିଥିଲେ। କିନ୍ତୁ ସେ ବିନା କୌଣସି କୋଚିଂରେ ନିଜେ ପାଠ ପଢିଥିଲେ। ସେ ସେଳ୍ପ ଷ୍ଟଡିକୁ ବେଶୀ ଫୋକସ କରିଥିଲେ। ମେନ୍ ପରୀକ୍ଷାର ଏକ ମାସ ପୂର୍ବରୁ ତାଙ୍କୁ ଜ୍ୱର ହୋଇଥିଲା। ହସ୍ପିଟାଲ ଯିବା ପରେ ଡେଙ୍ଗୁ ହୋଇଥିବା ସେ ଜାଣିବାକୁ ପାଇଥିଲେ। ତାଙ୍କୁ ତୁରନ୍ତ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଗୋଟିଏ ହାତରେ ତାଙ୍କର ସାଲାଇନ ଲାଗିଥିଲା ଓ ଅନ୍ୟ ହାତରେ ସେ ବହି ଧରି ପଢୁଥିଲେ।

୧୫ ଦିନ ପରେ ତାଙ୍କୁ ଡେଙ୍ଗୁରୁ ମୁକ୍ତି ମିଳିଥିଲଲା। କିନ୍ତୁ ସେ ମାନସିକ ଚାପରେ ଥିଲେ। ସେହି ସମୟରେ ତାଙ୍କର ସାଙ୍ଗମାନେ ମାନସିକ ଭାବେ ଦୃଢ ରହିବକୁ କହିଥିଲେ। ଶେଷରେ ୨୦୧୮ରେ ତାଙ୍କ ପରିଶ୍ରମ ସାର୍ଥକ ହୋଇଥିଲା। ସେ ୟୁପିଏସସି ପରୀକ୍ଷା ଦେଇ ୩୧୬ ରାଙ୍କ୍ ହାସଲ କରିଥିଲେ।