PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରଙ୍ଗେଇଲୁଣ୍ଡା: ହଳଦିଆପଦର ନିକଟରେ ଟ୍ରାକ୍ଟର ସହ ଅଟୋ ଦୁର୍ଘଟଣା, ୩ ମହିଳା ମତ୍ସ୍ୟଜୀବୀ ଗୁରୁତର
  • ||
  • ସୋର: ହାଇଦର୍ ଏନ୍‌କାଉଣ୍ଟର ସ୍ଥଳରୁ ୨ଟି ଗୁଳି ଜବତ କଲା ପୋଲିସ ଓ ସାଇଣ୍ଟିଫିକ୍‌ ଟିମ୍‌
  • ||
  • ଭୁବନେଶ୍ୱର: ଓଡ଼ିଶାରେ ଆଉ ୬୭ଜଣଙ୍କ ଜୀବନ ନେଲା କରୋନା, ସାଢ଼େ ୫ ହଜାର ଟପିଲା ମୃତ୍ୟୁସଂଖ୍ୟା
  • ||
  • ଭୁବନେଶ୍ୱର: ରାଜ୍ୟରେ ୨୪ ଘଣ୍ଟା ଭିତରେ ଚିହ୍ନଟ ହେଲେ ଆଉ ୧୮୩୩ ଜଣ କରୋନା ପଜିଟିଭ୍
  • ||
  • ଭୁବନେଶ୍ୱର : ରାଜଧାନୀରେ କାୟା ମେଲାଉଛି ଡେଙ୍ଗୁ, ୧୨ ଦିନରେ ଆକ୍ରାନ୍ତଙ୍କ ସଂଖ୍ୟା ୨୫୦ ପାର୍
  • ||
  • ପାରଳାଖେମୁଣ୍ଡି : ଏସିଏଫ୍‌ ସୌମ୍ୟରଞ୍ଜନ ଡେଥ୍ ମିଷ୍ଟ୍ରି, ବଲାଙ୍ଗୀରରେ ପାରଳା ପୁଲିସର ୫ଜଣିଆ ଟିମ୍‌, ବିଦ୍ୟାଙ୍କ ପାର୍ଟି ସହ ସୌମ୍ୟ ମୃତ୍ୟୁର ଲିଙ୍କ୍‌ ଖୋଜିବ
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟା ଭିତରେ ଚିହ୍ନଟ ହେଲେ ଆଉ ୧୮୩୩ ଜଣ କରୋନା ପଜିଟିଭ୍
  • ||
  • ଜଳେଶ୍ଵର : ମନ୍ଦାର ଫୁଲ ଗଛ କଟାକୁ ନେଇ ଶଳାକୁ ଭିଣୋଇର ସଙ୍ଘବଦ୍ଧ ଆକ୍ରମଣ, ସଜ୍ଞାହୀନ ଅବସ୍ଥାରେ ନଦୀ କୂଳରୁ ଉଦ୍ଧାର
  • ||
  • ଭୁବନେଶ୍ୱର : ୨୮ରେ ପୁଣି ଏକ ଲଘୁଚାପ, ୨୭ରୁ ବଢ଼ିବ ବର୍ଷା
  • ||

ହାତୀଙ୍କୁ ବଞ୍ଚାଇବ ଶାଳିଆ ବାଉଁଶ, ଆଠଗଡ଼ ବନ ବିଭାଗର ସଫଳ ପରୀକ୍ଷଣ

ଭୁବନେଶ୍ୱର,୧୨।୮: ହାତୀଙ୍କୁ ଜଙ୍ଗଲ ପ୍ରତି ଆକର୍ଷିତ କରିବାକୁ ବନ ବିଭାଗ ଉଦ୍ୟମ ଚଳାଇଛି । ଜନବସତି ମୁହାଁ ନହେବା ଲାଗି ଜଙ୍ଗଲରେ ହାତୀଙ୍କ ଖାଦ୍ୟ ଯଥେଷ୍ଟ ପରିମାଣରେ ସୃଷ୍ଟି କରିବା ଦିଗରେ ପ୍ରୟାସ ଆରମ୍ଭ ହୋଇଛି । ହାତୀଙ୍କ ପ୍ରିୟ ଖାଦ୍ୟ ଶାଳିଆ ବାଉଁଶ ବଣଜଙ୍ଗଲରେ ଖୁନ୍ଦି ଦେବାକୁ ଯୋଜନା ଚାଲିଛି । ଆଠଗଡ଼ ଫରେଷ୍ଟ ଡିଭିଜନ ଏଦିଗରେ ଆଗରେ ରହିଛି । ଡିଭିଜନ କର୍ମଚାରୀଙ୍କ ଉଦ୍ୟମ ଫଳରେ ଆଠଗଡ଼ ବନାଞ୍ଚଳରେ ବିପୁଳ ସଂଖ୍ୟକ ଶାଳିଆ ବାଉଁଶ ଗଛ ମୁଣ୍ଡ ଟେକିଲାଣି । ସମ୍ପୂର୍ଣ୍ଣ ଘଞ୍ଚ ବାଉଁଶ ବଣ ସୃଷ୍ଟି କରିବା ଦିଗରେ ଚଳିତ ବର୍ଷ ବ୍ୟାପକ ଯୋଜନା ହାତକୁ ନିଆଯାଇଛି ।

ସ୍ଥାନୀୟ ଡିଏଫ୍‌ଓ ସସ୍ମିତା ଲେଙ୍କାଙ୍କ ଉଦ୍ୟମରେ ଆଠଗଡ଼ ଫରେଷ୍ଟ ଡିଭିଜନ ଅଧୀନ ୩୮ଟି ସଂରକ୍ଷିତ ଜଙ୍ଗଲରେ ଶାଳିଆ ବାଉଁଶ ରୋପଣ ପ୍ରକ୍ରିୟା ଜାରି ରହିଛି । ଡିଏଫ୍‌ଓ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ଶାଳିଆ ବାଉଁଶ ଗଜା ଗଛ ହାତୀମାନଙ୍କର ପ୍ରିୟ ଖାଦ୍ୟ । ଏହି ବାଉଁଶ ଜଙ୍ଗଲରେ ପ୍ରଚୁର ରହିଲେ ହାତୀମାନେ ଆଉ ଜନବସତି ମୁହାଁ ହେବେ ନାହିଁ । ହାତୀଙ୍କ ବାସସ୍ଥଳୀରେ ବାଉଁଶ ଜଙ୍ଗଲ ସୃଷ୍ଟି କରିବା ଲାଗି ପ୍ରଥମ ପର୍ଯ୍ୟାୟରେ ଗତବର୍ଷ ସିଡି ବଲ୍‌ ପ୍ରସ୍ତୁତ କରିବାକୁ ସାଢ଼େ ୯ କେଜି ବାଉଁଶ ମଞ୍ଜି ସଂଗ୍ରହ କରା ଯାଇଥିଲା । ବିଲମାଟି, ସାର, ଖତକୁ ଚକଟି ସିଡ୍‌ ବଲ୍‌ ତିଆରି କଲାପରେ ପ୍ରତି ବଲ୍‌ରେ ୧୦ଟି ଲେଖାଏଁ ମଞ୍ଜି ଭର୍ତ୍ତି କରି ଶୁଖାଇ ଦିଆଯାଏ । ପରେ ଏହି ସିଡ୍‌ ବଲକୁ ହାତୀ ବସବାସ କରୁଥିବା ଜଙ୍ଗଲକୁ ଫିଙ୍ଗି ଦିଆଯାଏ । ଗତବର୍ଷ ବର୍ଷା ଦିନେ ବୁଣା ଯାଇଥିବା ସିଡ୍‌ ବଲରୁ ପ୍ରାୟ ୬୦ରୁ ୬୫ ପ୍ରତିଶତ ଅଙ୍କୁରୋଦ୍ଗମ ହୋଇଛି । ଏହି ସଫଳତାକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ୧ କ୍ୱିଣ୍ଟାଲ ମଞ୍ଜି ଯଶୀପୁରରୁ ସଂଗ୍ରହ କରାଯାଇ ସିଡ୍‌ ବଲ ତିଆରି କରାଯାଉଛି । ଏହି ସିଡ୍‌ ବଲ ଡିଭିଜନର ସବୁ ଜଙ୍ଗଲରେ ଫିଙ୍ଗା ଚାଲିଛି । ଆସନ୍ତା ୭-୮ ମାସରେ ଜଙ୍ଗଲରେ ବାଉଁଶ ଗଛ ଭର୍ତ୍ତି ହୋଇଯିବ ବୋଲି ଆଶା କରାଯାଉଛି ।

ଆଠଗଡ଼ ବନଖଣ୍ଡରେ ହାତୀ-ମଣିଷ ଲଢ଼େଇ ଚରମରେ ପହଞ୍ଚିଛି । ଜଙ୍ଗଲରେ ବାଉଁଶ ଗଛ ଅଭାବରୁ ଏହି ସମସ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । ଏହାର ନିରାକରଣ ନିମନ୍ତେ ଲୋକଙ୍କ ମଧ୍ୟରେ ବ୍ୟାପକ ସଚେତନତା ସୃଷ୍ଟି କରାଯାଉଛି । ଜଙ୍ଗଲରେ ବାଉଁଶ ଗଛ ବଢ଼ିଗଲେ ହାତୀମାନେ ନିଜ ଆବାସସ୍ଥଳୀରୁ ବାହାରକୁ ବାହାରିବେ ନାହିଁ । ଏହାର ସକାରାତ୍ମକ ପ୍ରଭାବ ନିଶ୍ଚିତ ପଡ଼ିବ ବୋଲି ବନ ବିଭାଗ ଆଶା ରଖିଛି ।