ଘରେ ଏହି ଦିଗରେ ରଖିଥିବା ଜିନିଷ ହୋଇଥାଏ ଅଶୁଭ, ବାସ୍ତୁ ଅନୁସାରେ ରଖନ୍ତୁ ଠିକ୍‌ ସ୍ଥାନରେ

ବାସ୍ତୁ ଅନୁସାରେ ଘରେ ଅନେକ ଜିନିଷ ଠିକ୍‌ ସ୍ଥାନରେ ନଥାଏ। ଯାହାଦ୍ବାରା ଅନେକ ପ୍ରକାରର ସମସ୍ୟା ହୋଇଥାଏ। ଆଜି ଆମେ ଆପଣଙ୍କୁ କହିବୁ ଯେ, ଏମିତି କିଛି ଜିନିଷ ସମ୍ପର୍କରେ ଯାହା ଘରକୁ ଅଶୁଭ ଫଳ ଆଣିଥାଏ। ବାସ୍ତୁ ଅନୁସାରେ ସମୟ ଖରାପ ଆସିବା ପୂର୍ବରୁ ଏହି ଜିନିଷକୁ ଠିକ୍‌ ସ୍ଥାନରେ ରଖିଦେବା ଭଚିତ୍‌ ହେବ। କିଛି ଜିନିଷ ଠିକ୍ ସ୍ଥାନରେ ରହିଲେ ଘରକୁ ଶୁଭ ଫଳ ଆସିଥାଏ। ଧନ-ସମ୍ପତ୍ତି ବୃଦ୍ଧି ହୋଇଥାଏ। ତେବେ ଆସନ୍ତୁ ଜାଣି ସେହି ଜିନିଷ ସମ୍ପର୍କରେ…

ବାସ୍ତୁ ଶାସ୍ତ୍ର ଅନୁସାରେ ଘରର ସାମ୍ନାରେ କୌଣସି ଗଛ ରହିବା ଭଲ ନୁହେଁ। କୁହାଯାଏ କି ଆପଣଙ୍କ ଜୀବନରେ ଉନ୍ନତିର ମାର୍ଗ ବନ୍ଦ ହୋଇଯାଇଥାଏ। ସେହିପରି ଘରର କବାଟ ସାମ୍ନାରେ କୌଣସି କୂଅ ରହିବା ଭଲ ନୁହେଁ।

ଘରର ମୁଖ୍ୟ କବାଟ ଯଦି ଖରାପ ଅଛି ତାହେଲେ ତାକୁ ତୁରନ୍ତ ସଜାଡି ଦେବା ଉଚିତ୍। ଏମିତି କୁହାଯାଏ କି, ଘରର ମୁଖ୍ୟ ଦ୍ବାର ଖରାପ ହେବା ଦ୍ବାରା ଘରେ ଧନର ଅବନତି ଘଟିଥାଏ। ଏହାଦ୍ବାରା ଘରେ ନକାରାତ୍ମକ ଶକ୍ତି ଆସିଥାଏ। ଏଥିପାଇଁ ଘରର କବାଟକୁ ତୁରନ୍ତ ସଜାଡ଼ି ଦେବା ଉଚିତ୍।

ଘରର ଦକ୍ଷିଣ-ପଶ୍ଚିମ କୋଣରେ ସବୁବେଳେ ଭାରୀ ବସ୍ତୁ ରଖିବା ଉଚିତ୍। କୁହାଯାଏ କି, ଏହା ଦ୍ବାରା ରାହୁ ଗ୍ରହ ଶାନ୍ତ ହୋଇଥାଏ। କିନ୍ତୁ ଏହି କଥାର ଧ୍ୟାନ ରଖିବା ଉଚିତ୍ କି, ଏହି ଦିଗରେ ଟଏଲଟ୍‌ ତିଆରି କରିବା ଉଚିତ ନୁହେଁ। ଏହି ଦିଗରେ ଟଏଲଟ୍‌ ତିଆରି କଲେ ରାହୁର ପ୍ରଭାବ ରହିଥାଏ। ଘର ଲୋକଙ୍କର ମାନସିକ ସମସ୍ୟା ରହିଥାଏ।

ଯଦି ଘରର ମଧ୍ୟ ଅର୍ଥାତ୍ ମଝି ସ୍ଥାନକୁ ସବୁବେଳେ ଖାଲି ରଖିବା ଉଚିତ୍। ଏଥିପାଇଁ ଘରେ ଆଙ୍ଗନ ତିଆରି ହୋଇଥାଏ। ଏହି ସ୍ଥାନରେ ଭାରି ଜିନିଷ ରଖିବା କିମ୍ବା ଅଳିଆ ରଖିବା ଦ୍ବାରା ଅଶୁଭ ଫଳ ପ୍ରାପ୍ତ ହୋଇଥାଏ। ଏହା ଦ୍ବାରା ଘରର ଲୋକଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ କରିବାକୁ ପଡ଼ିଥାଏ।

   ସମ୍ବନ୍ଧିତ ଖବର


୧ ଡିସେମ୍ବରରୁ ହେଉଛି ଏହି ୫ ବଡ ପରିବର୍ତ୍ତନ, ଜାଣନ୍ତୁ ଲାଭରେ ରହିବେ ନା ସହିବେ କ୍ଷତି

କାର୍ତ୍ତିକ ପୂର୍ଣ୍ଣିମାରେ କରନ୍ତୁ ଏହିସବୁ କାମ : ମିଳିବ ସଫଳତା, ଉନ୍ନତି ଏବଂ ସମୃଦ୍ଧି

ଆଜି ବର୍ଷର ଶେଷ ଚନ୍ଦ୍ର ଗ୍ରହଣ: ଲାଗିବନି ସୂତକ,ଏହି ରାଶିର ବ୍ୟକ୍ତି ଓ ଗର୍ଭବତୀ ରୁହନ୍ତୁ ସତର୍କ

ଆଜି ଚଳିତ ବର୍ଷର ଶେଷ ଚନ୍ଦ୍ର ଗ୍ରହଣ : ଭୁଲ୍‌ରେ ବି କରନ୍ତୁ ନାହିଁ ଏହିସବୁ କାମ

ଥଣ୍ଡା ଦିନରେ ଚର୍ମ କୁଣ୍ଡାଇ ହେବା ସମସ୍ୟା ଦେଖା ଦିଏ –ଜାଣନ୍ତୁ କେମିତି ଏଥିରୁ ମୁକ୍ତି ପାଇବେ

ହାଡ଼ ପାଇଁ ଘାତକ ଓଜନ କମାଇବାର ଏହି ଫର୍ମୂଲା – ଭବିଷ୍ୟତରେ ପରିଣାମ ଭୟଙ୍କର ହୋଇପାରେ