ରାଜସ୍ୱ ଅଧିକାରୀ ତାଲିମ ପ୍ରତିଷ୍ଠାନକୁ ମନ୍ତ୍ରୀଙ୍କ ଅଚାନକ ପରିଦର୍ଶନ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁଦାମ ମାର୍ଣ୍ଡି ପଢ଼ାଇଲେ ୫ ‘ଟି’ ମନ୍ତ୍ର

ଭୁବନେଶ୍ୱର, ୧୨/୦୯/୨୦୧୯ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁଦାମ ମାର୍ଣ୍ଡି ବିଭାଗ ଅଧୀନସ୍ଥ ରାଜସ୍ୱ ଅଧିକାରୀ ତାଲିମ ଅନୁଷ୍ଠାନକୁ ଅଚାନକ ପରିଦର୍ଶନ କରିଥିଲେ । ଏହି ପରିଦର୍ଶନ ଅବସରେ ମନ୍ତ୍ରୀ ଶ୍ରୀ ମାର୍ଣ୍ଡି ଅନୁଷ୍ଠାନରେ ଚାଲୁଥିବା ସରକାରଙ୍କର ତାଲିମ ଓ ଦକ୍ଷତା ନିର୍ମାଣ କାର୍ଯ୍ୟକ୍ରମ ଉପରେ ଅବଗତ ହୋଇଥିଲେ । ଓଡ଼ିଶା ପ୍ରଶାସନିକ ସେବା ତଥା ଓଡ଼ିଶା ରାଜସ୍ୱ ସେବା ପ୍ରଶିକ୍ଷାର୍ଥୀମାନଙ୍କ ସହିତ ମନ୍ତ୍ରୀ ମତ ଓ ତଥ୍ୟ ବିନିମୟ କରିଥିଲେ ।

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ୫ ‘ଟି’ ମନ୍ତ୍ର ଆଧାରରେ ନିଷ୍ଠା ଓ ଦାୟିତ୍ୱର ସହ କତ୍ତର୍ବ୍ୟ ସଂପାଦନ କରିବା ପାଇଁ ମନ୍ତ୍ରୀ ଶ୍ରୀ ମାର୍ଣ୍ଡି ପରାମର୍ଶ ଦେବା ସହ ସରକାରୀ ସେବାରେ ୫ ‘ଟି’ ମନ୍ତ୍ରୀ ପ୍ରୟୋଗ ଉପରେ ପ୍ରଶିକ୍ଷଣ ଦେଇଥିଲେ । ଅଧିକାରୀମାନେ ସେମାନଙ୍କର କାର୍ଯ୍ୟରେ ଦଳଗତ ପରିଚାଳନା, ବୈଷୟିକ ଜ୍ଞାନକୌଶଳ, ସ୍ୱଚ୍ଛତା ଓ ସମୟାନୁବର୍ତ୍ତତା ପ୍ରୟୋଗ କରି କାର୍ଯ୍ୟଧାରାରେ ଏକ ମାନବିକ ଦୃଷ୍ଟିଭଙ୍ଗୀମୂଳକ ରୂପାନ୍ତରଣ ଆଣିବା ସହିତ ପ୍ରଶାସନ ଓ ସେବା ବିତରଣ ବ୍ୟବସ୍ଥାକୁ ୫ ‘ଟି’ ପର୍ଯ୍ୟବସିତ କରିବା ଉପରେ ଗୁରୁତ୍ୱ ଆରୋପ କରିଥିଲେ ।

ଆପାତକାଳୀନ ଆବଶ୍ୟକତା ଯଥା ପ୍ରାକୃତିକ ବିପର୍ଯ୍ୟୟ ଓ ଆଇନଶୃଙ୍ଖଳା ଅବସ୍ଥାର ସୁପରିଚାଳନାରେ ନିଜର ସାମର୍ଥ୍ୟ ପ୍ରମାଣ କରିବା ପାଇଁ ଅଧିକାରୀମାନେ ନିଜକୁ ଶାରୀରିକ ଭାବେ ସୁସ୍ଥ ରଖିବା ପାଇଁ ମନ୍ତ୍ରୀ ଶ୍ରୀ ମାର୍ଣ୍ଡି ପରାମର୍ଶ ଦେଇଥିଲେ । ବଂଶଧାରା ପ୍ରକଳ୍ପ, ଭୂମି ଅଧିକାର ସମେତ ବିଭିନ୍ନ ପ୍ରମାଣପତ୍ର ଯୋଗାଇଦେବା ନିମନ୍ତେ ଇ-ମୁ୍ୟଟେସନ୍‌, ଇ-ରେଜିଷ୍ଟ୍ରସନ୍‌ ଓ ସର୍ଭିସ୍‌ ପ୍ଲସ୍‌ ପରି ବୈଷୟିକ ପ୍ରୟୋଗଗୁଡ଼ିକ ଉପରେ ଗୁରୁତ୍ୱ ଦେଇ ଅଧିକାରୀମାନେ କାର୍ଯ୍ୟକଲେ ଶୀଘ୍ର ବିଭିନ୍ନ କାର୍ଯ୍ୟ ସଂପାଦିତ ହୋଇପାରିବ ଓ ଜନସାଧାରଣଙ୍କୁ ଉତ୍ତମ ଓ ସ୍ୱଚ୍ଛ ପ୍ରଶାସନର ସୁଫଳ ଉପଲବ୍ଧ ହେବ ବୋଲି ମନ୍ତ୍ରୀ ଶ୍ରୀ ମାର୍ଣ୍ଡି ଉଲ୍ଲେଖ କରିଥିଲେ ।

   ସମ୍ବନ୍ଧିତ ଖବର


ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ: ନଭେମ୍ବର ୧ରୁ ଉତ୍ତରରେ, ୩ରେ ଉପକୂଳରେ ବର୍ଷା ସମ୍ଭାବନା

ପେଟ୍ରୋଲ ପମ୍ପରେ ବିସ୍ଫୋରଣ ଘଟଣା: ସୀମାଞ୍ଚଳଙ୍କ ମୃତ୍ୟୁ ସ୍ପଷ୍ଟ, ଆସିଲା ମାଂସ ଖଣ୍ଡର DNA ରିପୋର୍ଟ

ସାରୁଅ ଜମି କେଳେଙ୍କାରୀ ମାମଲା : ସ୍ଥାନୀୟ ଲୋକଙ୍କୁ କ୍ରାଇମବ୍ରାଞ୍ଚ ୩ ଜଣିଆ ଟିମ୍‌ର ପଚରାଉଚରା

ରାଜ୍ୟରେ ୧୩ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୧୨୯୭ କୁ ବୃଦ୍ଧି

ରାଜ୍ୟରେ ଚିହ୍ନଟ ହେଲେ ୧୬୧୭ ଜଣ କରୋନା ଆକ୍ରାନ୍ତ: ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ୮୭ ହଜାର ଟପିଲା

୧୯୯୯ ମହାବାତ୍ୟା @ ୨୧: ‘ମନେ ପଡିଲେ ଏବେ ବି ଛାତି ଥରି ଉଠେ ପ୍ରଳୟଙ୍କାରୀ ବାତ୍ୟାର ତାଣ୍ଡବ’