PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ଆଜି ଅପରାହ୍ନ ୫ଟାରେ କୋଭିଡ଼ ନେଇ ସମିକ୍ଷା କରି​‌ବେ ମୁଖ୍ୟମନ୍ତ୍ରୀ
  • ||
  • ପଞ୍ଜାବ ନିର୍ବାଚନ: ପଞ୍ଜାବ ପାଇଁ ଆପ୍‌ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା, ମୁଖ୍ୟମନ୍ତ୍ରୀ ଚେହେରା ହେଲେ ଭାଗୱତ ମାନ୍
  • ||
  • ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ଲାଗି ବଡ଼ ଘୋଷଣା, ଡ୍ୟୁଟିରେ ଥାଇ ମୃତ୍ୟୁ ହେଲେ ମିଳିବ ୩୦ଲକ୍ଷ ଅନୁକୁମ୍ପା
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୮କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ରାଜ୍ୟରେ ୮୦ ହଜାର ଟପିଲା ଆକ୍ଟିଭ କେସ୍, ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୧୧,୦୮୬ ଜଣ କରୋନା ପଜିଟିଭ
  • ||
  • ଭୁବନେଶ୍ଵର : ଏଟିଏମ୍‌ରୁ ଲୁଟ୍ ଉଦ୍ୟମ ବେଳେ ଧରାପଡ଼ିଲେ ୨ ଯୁବକ, ଗ୍ୟାସ୍ କଟର ମେସିନ୍ ଜବତ
  • ||
  • ଭୁବନେଶ୍ୱର : ରାଜ୍ୟରେ ଗାଏବ ହେବ ଶୀତ, ୨ ଦିନ ଘନ କୁହୁଡ଼ି, ୨୩ରୁ ବର୍ଷା ସମ୍ଭାବନା
  • ||
  • କଣ୍ଟାବାଞ୍ଜି : ବାଇକ୍ ଦୁର୍ଘଟଣାଗ୍ରସ୍ତ, ୨ ବାଇକ୍ ଆରୋହୀ ମୃତ
  • ||
  • ଚେନ୍ନାଇ : ୧୮ ବର୍ଷର ବୈବାହିକ ସମ୍ପର୍କରେ ପୂର୍ଣ୍ଣଛେଦ ପକାଇଲେ ସାଉଥ୍ ସୁପରଷ୍ଟାର ଧନୁଷ-ଐଶ୍ଵର୍ଯ୍ୟା, ଟ୍ଵିଟ୍ କରି ଦେଲେ ସୂଚନା
  • ||
  • ଲମତାପୁଟ : ପିକଅପ୍ ଭ୍ୟାନ୍‌ରୁ ୩୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୨ ଗିରଫ
  • ||

ଫୁଲ କୁଣ୍ଡରେ ଫୁଟିଲା ବ୍ରହ୍ମକମଳ, ଜଗନ୍ନାଥଙ୍କୁ ସମର୍ପଣ କଲେ ସୁଦର୍ଶନ

ପୁରୀ, ୦୪/୦୬ : ପୁରୀ ଜିଲ୍ଲା ଗୋପ କୁସୁପୁରର ସୁଦର୍ଶନ ପରମାଣିକଙ୍କ ଘରେ ଫୁଟିଲା ଚାରୋଟି ବ୍ରହ୍ମକମଳ ଫୁଲ। ଏହି ଖବର ଶୁଣିବା ପରେ ସୁଦର୍ଶନଙ୍କ ଘରକୁ ଲୋକଙ୍କ ସୁଅ ଛୁଟିଛି l ମହାପ୍ରଭୁ ଜଗନାଥଙ୍କୁ ଅର୍ପଣ କରିବେ ବୋଲି ମନରେ ଆଶା ନେଇ ବ୍ରହ୍ମକମଳ ଗଛ ଲଗାଇଥିଲେ ସୁଦର୍ଶନ। ଏବେ ଏହି ଗଛରେ ଫୁଲ ଫୁଟିବା ପରେ ସୁଦର୍ଶନଙ୍କ ପରିବାର ଖୁସୀରେ ବିଭୋର ହୋଇଯାଇଛନ୍ତି।

ସୂଚନାନୁଯାୟୀ, ପୁରୀ ଜିଲ୍ଲା ଗୋପ କୁସୁପୁରର ସୁଦର୍ଶନ ପରମାଣିକ ତାଙ୍କ ଛାତ ଉପରେ ଏକ ବ୍ରହ୍ମକମଲ ଫୁଲ ଗଛ ଲଗାଇଥିଲେ । ମହାପ୍ରଭୁଙ୍କ ନିକଟରେ ଅର୍ପଣ କରିବା ଆଶା ନେଇ ସୁଦର୍ଶନ ଏହି ଗଛ ଲଗାଇଥିଲେ। ଗତକାଲି ହଠାତ୍ ସନ୍ଧ୍ୟାରେ ଛାତ ଉପରକୁ ଗଲାବେଳେ ଦେଖିଲେ ଚାରୋଟି ଫୁଲ ଫୁଟିଛି । ସାଙ୍ଗେ ସାଙ୍ଗେ ସେ ଖୁସିରେ ଭାବ ବିଭୋର ହୋଇ ପଡିଥିଲେ । ପରିବାର ଲୋକେ ଧୂପ ଦୀପ ଦେଇ ଗଛଟିକୁ ପୂଜା ମଧ୍ୟ କରିଥିଲେ।

ଏନେଇ ସୁଦର୍ଶନ କହିଛନ୍ତି ଯେ, ଆମେ ଭାଗ୍ୟବାନ ! କାରଣ ଜଗନାଥଙ୍କ ପ୍ରିୟ ପୁଷ୍ପ ବ୍ରହ୍ମକମଳ ଫୁଲ ଆମ ଛାତ ଉପରେ ଫୁଟିଛି l ଏପଟେ ବ୍ରହ୍ମକମଳ ଫୁଲ ଜଗନାଥଙ୍କୁ ପ୍ରିୟ ଫୁଲ ଯାହା ରାତିରେ ଫୁଟି ରାତିରେ ଝଡି ଯାଏ। ମହାପ୍ରଭୁ ପ୍ରତ୍ୟକ ଦିନ ଶୟନକୁ ଯିବା ବେଳେ ତାଙ୍କୁ ବଡସିଂହlର ବେଶ କରାଯାଏ । ଏହାପରେ ରାତିରେ ମହାପଭୁଙ୍କ ପ୍ରିୟ ଫୁଲ ବ୍ରହ୍ମକମଳ ପୁଲ ଅର୍ପଣ କରଯାଇଥାଏ ବୋଲି କିମ୍ବଦନ୍ତୀ ରହିଅଛି । ଫୁଲଟି ମହାପ୍ରଭୁଙ୍କ ବ୍ରହ୍ମରେ ଲାଗୁଥିବାରୁ ଏହାକୁ ବ୍ରହ୍ମ କମଳ ନାମରେ ନାମିତ କରାଯାଇଛି । ଏପଟେ ସୁଦର୍ଶନ ରାତିରେ ଫୁଲକୁ ନେଇ ଶ୍ରୀମନ୍ଦିରରେ ସମର୍ପଣ କରିଥିବାରୁ ବେଶ ଖୁସି ଅଛନ୍ତି ।