ଏହି ଛୋଟ ଶିଶୁର ହସକୁ ଦେଖିଲେ ଆପଣ ବି ଠୋ ଠୋ ହସିବେ – ଭିଡ଼ିଓ ଭାଇରାଲ

 ଯେକୌଣସି ମାଆଙ୍କୁ ବି ପଚାରିଲେ ଆପଣ ଜାଣିପାରିବେ  ଛୋଟ ଶିଶୁକୁ ଖାଦ୍ୟ ଖୁଆଇବା କେତେ କଷ୍ଟକର କଥା । ତାକୁ ଯେତେ ସୁଆଦିଆ , ଆଉ ତାର ପସନ୍ଦର ଖାଦ୍ୟ ଦିଅ , ସେ କିନ୍ତୁ ଅସୁବିଧାରେ ପକାଇବା ହିଁ ସାର । ଅନେକ ସମୟ ଯାଏ ତାକୁ ବୁଝାଇ , ବାଆଁରେଇ , ତାଙ୍କ ସହ ଖେଳିବା ପରେ ଯାଇ ସେ ଖାଇଥାଏ , ପୁଣି କିଛି ମାତ୍ରାରେ । ଏଣୁ ଛୋଟ ଶିଶୁକୁ ଖାଦ୍ୟ ଖୁଆଇବା କାଠିକର ପାଠ ହୋଇଥାଏ ।  କିନ୍ତୁ କିଛି ପିଲା ଏହି ଧରଣର ପିଲାଙ୍କ ଠାକୁ ଟିକେ ଅଲଗା ଥାଆନ୍ତି ।

ଏହି ଭିଡ଼ିଓରେ ଆପଣ ଦେଖିପାରିବେ କି ଜଣେ ଶିଶୁ ବହୁତ ଖୁସି ହୋଇ କେବଳ ଖାଦ୍ୟ ଖାଉନି , ଏହାସହ ଖାଇବା ବେଳେ ସେ ଖୁସି ହୋଇ ଖୁବ୍ ଜୋରର  ହସୁଛି । ଏହି ଛୋଟ ଶିଶୁଟିର ଉକ୍ତ ସୁନ୍ଦର ଭିଡ଼ିଓ ଭିଡ଼ିଓଟି ସୋସିଆଲ ମିଡ଼ିଆରେ ବହୁତ ଭାଇରାଲ ହେଉଛି ଏବଂ ଲୋକେ ବହୁତ ମାତ୍ରାରେ ଉକ୍ତ ଭିଡ଼ିଓଟିକୁ ପସନ୍ଦ କରୁଛନ୍ତି ।

ଭିଡ଼ିଓଟିକୁ ଭଲରେ ଦେଖିବା ପରେ ଆମକୁ ଜଣାପଡ଼ୁଛି କି ଶିଶୁଟି ଏଥିରେ କିଛି ଖାଦ୍ୟ ଖାଉନି , ତାକୁ ସ୍ପ୍ରେ ବୋତଲରେ କ୍ରିମ୍‌  ଖୁଆ ଯାଉଛି । ଯାହାକୁ ଖାଇ ସେ ବହୁତ ଖୁସି ହେଉଛି । ଆଉ ଜୋର ଜୋରରେ ହସୁଛି ।

ସୂଚନା ଯେ, ଭିଡ଼ିଓଟି ସୋସିଆଲ ମିଡ଼ିଆରେ ଖୁବ୍‌ ଦ୍ରୁତ ଭାବେ ଭାଇରାଲ ହେଉଛି । ଏବେସୁଦ୍ଧା ଏହାକୁ ଲକ୍ଷ ଲକ୍ଷ ଲୋକ ଦେଖିସାରିଲେଣି । ବହୁତ ଗୁଡ଼ିଏ ଲାଇକ୍ ଓ କମେଣ୍ଟ ମଧ୍ୟ ଆସିଛି ।

   ସମ୍ବନ୍ଧିତ ଖବର


ନକଲି ରେଳ ଟିକେଟକୁ ସାବଧାନ- ମାତିଛନ୍ତି ଏ ପ୍ରକାରର ଦଲାଲ

ରବିବାର ଦ୍ବିତୀୟ ଦିନିକିଆ, ପ୍ଲେଇଙ୍ଗ୍‌ ଇଲେଭେନରୁ ବାଦ ପଡ଼ିପାରନ୍ତି ଏହି ଦୁଇ ଖେଳାଳି!

କାର୍ତ୍ତିକ ବୈକୁଣ୍ଠ ଚତୁର୍ଦ୍ଦଶୀ- ଜାଣନ୍ତୁ ଏହାର ପର ଚାରି ମାସ କାହିଁକି କରାଯାଇ ନଥାଏ ଶୁଭ କାର୍ଯ୍ୟ

ନିଖୋଜ ନେଭି କମାଣ୍ଡରଙ୍କର ଚିଠି ଭାଇରାଲ : କାହିଁକି ସେ ଲେଖିଲେ – ମୁଁ ବୋମା ପକାଇବାକୁ ଚାହୁଁଛି

ଧର୍ମ ପରିବର୍ତ୍ତନ କରିବାକୁ ସ୍ତ୍ରୀଙ୍କୁ ସ୍ୱାମୀଙ୍କ ନିର୍ଯାତନା – ଥାନାରେ ଏତଲା ଦେଲେ ମହିଳା

ହାଡ଼ ପାଇଁ ଘାତକ ଓଜନ କମାଇବାର ଏହି ଫର୍ମୂଲା – ଭବିଷ୍ୟତରେ ପରିଣାମ ଭୟଙ୍କର ହୋଇପାରେ