ସୁଦୃଢ ହୋଇଛି ସମ୍ପର୍କ- ୨୦୧୫ରୁ ୫୮ଟି ଦେଶ ଯାଇଛନ୍ତି ମୋଦି

ନୂଆଦିଲ୍ଲୀ: କରୋନା ମହାମାରୀ ମଧ୍ୟରେ ସଂସଦର ମୌସୁମୀ ଅଧିବେଶନ ଜାରି ରହିଛି । ସରକାର ବିରୋଧୀମାନଙ୍କର ଲିଖିତ ପ୍ରଶ୍ନର ଉତ୍ତର ରଖୁଛନ୍ତି । ମଙ୍ଗଳବାର କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଦେଶ ଗସ୍ତ ସମ୍ପର୍କିତ ରିପୋର୍ଟ ପ୍ରଦାନ କରିଛି । ମନ୍ତ୍ରଣାଳୟ ମୁତାବକ, ମୋଦି ୨୦୧୫ରୁ ବର୍ତ୍ତମାନ ସୁଦ୍ଧା ମୋଟ ୫୮ଟି ଦେଶ ଯାତ୍ରା କରିଛନ୍ତି । ମୋଦିଙ୍କର ବିଦେଶ ଯାତ୍ରା ବାବଦରେ ୫୧୭.୮୨ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଏହି ଯାତ୍ରା ସମୟରେ ଭାରତ ଅନେକ ଦେଶ ସହ ଅନେକ ବୈଦେଶିକ ଚୁକ୍ତି ସ୍ୱାକ୍ଷର କରିଛ । ବାଣିଜ୍ୟ, ପୁଞ୍ଜିନିବେଶ, ପ୍ରତିରକ୍ଷା ଭଳି ଅନେକ କ୍ଷେତ୍ରରେ ଭାରତ ଅନ୍ୟ ଦେଶ ସହ ଆଲୋଚନା କରିଛି । ମୋଦିଙ୍କର ବିଦେଶ ଗସ୍ତ ଦ୍ୱାରା ଦେଶରେ ଆର୍ଥିକ ବିକାଶ ଏଜେଣ୍ଡା ବିସ୍ତାର ହୋଇପାରିଥିବା ବିଦେଶ ମନ୍ତ୍ରଣାଳୟ ଦାବି କରିଛି ।

 ଆହୁରି ମଧ୍ୟ କୁହାଯାଇଛି ଯେ, କରୋନା ମହାମାରୀ ଆରମ୍ଭରୁ ବର୍ତ୍ତମାନ ସୁଦ୍ଧା ମୋଦି କୌଣସି ଦେଶକୁ ଯାଇନାହାନ୍ତି । ଫେବ୍ରୁଆରୀରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଆସିବା ପରେ କୌଣସି ବଡ଼ ବିଦେଶୀ ନେତା ଏଯାଏଁ ଭାରତ ଆସି ନାହାନ୍ତି । କିନ୍ତୁ ଇତିମଧ୍ୟରେ ମୋଦି ଭିଡିଓ କନ୍‌ଫରେନ୍ସି ଜରିଆରେ ଅନେକ ପ୍ରମୁଖ ବିଦେଶୀ ନେତାଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି । ଭିଡିଓ କନଫରେନ୍ସିଂରେ କେତେକ ଅନ୍ତର୍ଜାତୀୟ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି । ଚଳିତ ସପ୍ତାହରେ ମୋଦି ଭିଡିଓ କନଫରେନ୍ସିଂ ଜରିଆରେ ଜାତିସଂଘକୁ ସମ୍ବୋଧିନ କରିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି ।

ଅନ୍ୟପକ୍ଷରେ କରୋନା ମହାମାରୀ ସମୟରେ ଭାରତ ବିଭିନ୍ନ ଦେଶକୁ କରିଥିବା ସାହାଯ୍ୟ ସହଯୋଗ ସମ୍ପର୍କରେ ପ୍ରକାଶ କରି ମନ୍ତ୍ରଣାଳୟ କହିଛି, ମୋଟ ୧୫୦ଟି ଦେଶକୁ ଔଷଧ, ଚିକିତ୍ସା ଉପକରଣ ପଠାଯାଇଛି । ଚୀନ୍‌ ସମେତ ମୋଟ ୮୦ଟି ଦେଶକୁ ୮୦ କୋଟି ଟଙ୍କାର ଅନୁଦାନ ଦିଆଯାଇଛି । ଜାପାନ, ଆମେରିକା, ଫ୍ରାନ୍ସ, ଜର୍ମାନୀ, ଇସ୍ରାଏଲ ଆଦି ଦେଶ ନିକଟରୁ ଭାରତକୁ ବିଭିନ୍ନ ପ୍ରକାର ସହାୟତା ମିଳିଥିବା ମଧ୍ୟ ରିପୋର୍ଟରେ କୁହାଯାଇଛି ।

   ସମ୍ବନ୍ଧିତ ଖବର


କେମିତି କଟିବ ଆଜି, ପଢନ୍ତୁ ନିଜର ଭାଗ୍ୟ ଭବିଷ୍ୟ…

ନଭେମ୍ବର ଏକ ତାରିଖରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ

ଆଇଫୋନ୍‌ ୟୁଜର୍ସଙ୍କୁ ଝଟକା, ଆପ୍ସ ପାଇଁ ଦେବାକୁ ପଡ଼ିବ ଅଧିକ ଟଙ୍କା

ସାଂଘାତିକ ଷଡଯନ୍ତ୍ର-ପ୍ରେମିକ ସହ ମିଶି ଛାଡପତ୍ର ପାଇଁ ପତିଙ୍କ ପ୍ରାଇଭେଟ୍‌ ପାର୍ଟ କାଟିବା ପାଇଁ ଚେଷ୍ଟା କରୁଥିଲେ ନବ ବିବାହିତା

ଶୋକରେ ବି ଫାର୍ସ: ବାପାଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବା ପୂର୍ବରୁ ଚିରାଗ ପାଶଓ୍ବାନଙ୍କ ରିହର୍ସଲ, ଭିଡିଓ ଭାଇରାଲ

ପ୍ରିନ୍ସପାଲଙ୍କ ବିରୁଦ୍ଧରେ ଏମିତି ଅଭିଯୋଗ ଆଣିଲେ ମହିଳା ପ୍ରଫେସର, କହିଲେ ‘କ୍ୟାମେରାରେ ଜୁମ୍ କରି ଦେଖନ୍ତି…’