PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଦଳିଲେ ବିଏମସି କମିଶନର, ସଞ୍ଜୟ କୁମାର ସିଂହ ହେଲେ ନୂଆ କମିଶନର
  • ||
  • ବିନିକା : ପରିବା ବୋଝେଇ ପିକଅପ ଭ୍ୟାନକୁ ପିଟିଲା ଟ୍ରକ୍, ୩ ଗୁରୁତର
  • ||
  • ରାଜସୁନାଖଳା : ବନ୍ଧୁକ ମୁନରେ ଦମ୍ପତିଙ୍କୁ ଲୁଟ୍
  • ||
  • କେନ୍ଦୁଝର : କେନ୍ଦୁଝର ଜେଲରେ ପଶିଲା କରୋନା, ୯ କଏଦୀ ପଜିଟିଭ ଚିହ୍ନଟ
  • ||
  • ମାଲକାନଗିରି : ମାଓବାଦୀଙ୍କ ବର୍ବରକାଣ୍ଡ, ଯବାନଙ୍କୁ ଗଳାକାଟି ହତ୍ୟା
  • ||
  • ବୋରିଗୁମ୍ମା : ବୋରିଗୁମ୍ମା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଟିକା ନେବାକୁ ଛକାପଞ୍ଝା, ସାମାଜିକ ଦୂରତାକୁ ଫୁ, ଯେତିକି ଆସୁଛି ଅଣ୍ଟୁନି, ସ୍ଥାନୀୟ ଲୋକେ ଅସନ୍ତୋଷ
  • ||
  • ଭୁବନେଶ୍ଵର : ରାଜ୍ୟରେ ପୁଣି ୧୦ ହଜାର ଟପିଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୯୮୨ ପଜିଟିଭ୍, ସଂକ୍ରମିତଙ୍କ ସଂଖ୍ୟା ୫ଲକ୍ଷ ୬୫ ହଜାର ପାର୍
  • ||
  • ଭୁବନେଶ୍ଵର : ଓଡ଼ିଶାରେ ଆଉ ୧୭ ମୁଣ୍ଡ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୨୩୨କୁ ବୃଦ୍ଧି
  • ||

ସଂଘର୍ଷ ଓ ସଫଳତାର ଉଦାହରଣ: ମସ୍ତିଷ୍କ ପକ୍ଷାଘାତ ଓ ମୁହଁରେ ପାରାଲାଇଜ୍, ତଥାପି ସିଭିଲ୍ ଜଜ୍ ହେଲେ ନିଖିଲ

ପୁଣେ,୩୧।୧୨: ଦୃଢ ଇଛା ଶକ୍ତି ଆଗରେ ପ୍ରତିକୂଳ ପରିସ୍ଥିତି ମଧ୍ୟ ହାରମାନେ। ଏହାକୁ ପ୍ରମାଣ କରି ଦେଖାଇଛନ୍ତି ମହାରାଷ୍ଟ୍ରର ପୁନେରେ ରହୁଥିବା ନିଖିଲ ପ୍ରସାଦ ବାଜି(୩୧)। ତାଙ୍କର କଠିନ ପରିଶ୍ରମ ଓ ଦୃଢ ଇଛା ଶକ୍ତି ଦ୍ବାରା ସେ ସିଭିଲ୍ ଜଜ୍ ଓ ପ୍ରଥମ ଶ୍ରେଣୀ ଜୁଡିସିଆଲ ମାଜିଷ୍ଟେ୍ରଟ୍ ପରୀକ୍ଷାରେ ସଫଳତା ପାଇଛନ୍ତି। ଏହି ପରୀକ୍ଷାରେ ସେ ମହାରାଷ୍ଟ୍ର ପବ୍ଳିକ ସର୍ଭିସ କମିଶନ୍ ଆୟୋଜନ କରିଥାଏ। ବାଜି ଏବେ ଫେବୃଆରୀରେ ହେବାକୁ ଥିବା ଏହାର ଟ୍ରେନିଂ କରିବାକୁ ଯାଉଛନ୍ତି। ନିଜର ସଫଳତା ନେଇ ବାଜି କୁହନ୍ତି ଯେ, ତାଙ୍କ ପରିବାର ଲୋକ କେବେ ବି ଏହା ଅନୁଭବ ହେବାକୁ ଦେଇ ନାହାନ୍ତି ସେ ଏକ ଗମ୍ଭୀର ରୋଗରେ ପୀଡିତ।

ନିଖିଲ ଦ୍ବାଦଶ ଶ୍ରେଣୀ ପାସ୍ କରିବା ପରେ ସିଧା କମନ୍ ଲ ଆଡମିଶନ୍ ଟେଷ୍ଟ(CLAT) ପରୀକ୍ଷା ମାଧ୍ୟମରେ ଗୁଜରାଟ ନ୍ୟାସନାଲ ଲ ୟୁନିଭର୍ସିଟିକୁ ଆସିଥିଲେ। ଜୁନିୟର କଲେଜରେ ନିଖିଲଙ୍କର ଏଭଳି ସହପାଠୀ ଥିଲେ, ଯିଏକି ଘରଠାରୁ ଦୂରେ ରହୁଥିଲେ ଓ ଦୃଷ୍ଟିହୀନ ମଧ୍ୟ ଳଥିଲେ। ଯେତେବେଳେ ତାଙ୍କର ଗୁଜରାଟ ନ୍ୟାସନାଲ ଲ କଲେଜ ୟୁନିଭର୍ସିଟିରେ ଚୟନ କରାଯାଇଥିଲା ସେ ଘରଠାରୁ ଓ ସ୍ବତନ୍ତ୍ର ରୂପରେ ରହିବା ପାଇଁ ପ୍ରେରଣା ପାଇଥିଲେ।

ଜେଏନଏଲୟୁରୁ ସ୍ନାତକ ପାଇବା ପରେ ସେ ଶିବାଜୀ ନଗର ଡିଷ୍ଟ୍ରିକ୍ଟ କୋର୍ଟ ଓ ଡେଟ୍ ରିକଭରି ଟ୍ରିବ୍ୟୁନାଲରେ ୫ ବର୍ଷ ପର୍ଯ୍ୟନ୍ତ ପ୍ରାକ୍ଟିସ କରିଥିଲେ। ସିଭିଲ ଜଜ୍ ଜୁନିୟର ଡିଭିଜନ୍ ଓ ପ୍ରଥମ ଶ୍ରେଣୀ ଜୁଡିସିଆଲ ମାଜିଷ୍ଟେ୍ରଟରେ ପ୍ରି, ମେନ୍ ଓ ଇଣ୍ଟରଭ୍ୟୁରେ ୩ସ୍ତରୀୟ ପରୀକ୍ଷା ହୋଇଥିଲେ। ସେ ଡେଟ୍ ରିକଭରି ଟ୍ରିବ୍ୟୁନାଲରେ ପ୍ରାକ୍ଟିସ୍ କରିବା ସହିତ ଅପ୍ରେଲ ୨୦୧୯ରେ ହେବାକୁ ଥିବା ପରୀକ୍ଷାର ପ୍ରସ୍ତୁତି କରିଥିଲେ।

ନିଖିଲ କୁହନ୍ତି, ସେ ପ୍ରତିଦିନ ୩ଘଣ୍ଟା ପାଠ ପଢ଼ନ୍ତି। ସେ ଟ୍ରିବ୍ୟୁନାଲରେ କାମ କରୁଥିବାରୁ ଜଣେ ଫ୍ରେସର ତାଙ୍କୁ ଆଇନ ସମ୍ପର୍କରେ ଖୁବ୍ ଭଲ ଭାରେ ବୁଝାଇଥିଲେ  ଫଳରେ ପରୀକ୍ଷା ପାଇଁ ତାଙ୍କୁ ସହଜ ହୋଇଥିଲା। ପ୍ରାରମ୍ଭିକ ପରୀକ୍ଷାରେ ସେ ସଫଳ ହୋଇଥିଲେ। ଏହାପରେ   ମୁଖ୍ୟ ପରୀକ୍ଷା ପ୍ରସ୍ତୁତି ସମୟରେ ତାଙ୍କୁ ସେରବ୍ରେଲ ପାଲସି ଝଟକା ଲାଗିଥିଲା। ଫଳରେ ତାଙ୍କର ମୁହଁର ଅଧା ଭାଗ ପକ୍ଷାଘାତଗ୍ରସ୍ତ ହୋଇଯାଇଥିଲା।

ଏଥିପାଇଁ ତାଙ୍କୁ ପାଠ ପଢ଼ିବାକୁ କଷ୍ଟ ହୋଇଥିଲା। ସେ ନିଜକୁ ଠିକ୍ କରିବାକୁ ଉଦ୍ୟମ କରିଥିଲେ। ଫିଜିଓଥେରାପି ସାହାଯ୍ୟରେ ସେ ମାସକରେ ଠିକ୍ ହୋଇଯାଇଥିଲେ।   ସ୍ନାତକ ହେବା ପ​‌ରେ ସେ ପରୀକ୍ଷାରେ ସାମିଲ ହୋଇଥିଲେ,କିନ୍ତୁ କିଛି ନମ୍ବର ପାଇଁ ସଫଳ ହୋଇପାରିନଥିଲେ। ଏହାପରେ ଲ’ ପ୍ରାକ୍ଟସିସ୍ ଜାରି ରଖିଥିଲେ,ପରେ ଦ୍ବିତୀୟ ଥର ପରୀକ୍ଷା ଦେଇଥିଲେ।