ନିର୍ବାଚନ ଖବର
  • ବୁଥରେ ଇଭିଏମ୍ ଭାଙ୍ଗିବା ମାମଲା: ପ୍ରଶାନ୍ତ ଜଗଦ୍ଦେବଙ୍କୁ ଅନ୍ତରୀଣ ଜାମିନ
  • ||
  • ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ ଦିଲ୍ଲୀ ଡାକରା, CWC ବୈଠକ ହେବେ ସାମିଲ୍
  • ||
  • ବାଲେଶ୍ଵର; ଲଗାତାର ଦୁଇ ଦିନ ହେବ ବାଲେଶ୍ଵର ଜିଲ୍ଲାରେ ଶୁଭୁଛି ପ୍ରଚଣ୍ଡ ଶବ୍ଦ, ଲୋକ ଭୟଭିତ
  • ||
  • ବିସିସିଆଇ ଘରୋଇ କ୍ରୀଡ଼ାସୂଚୀ ଘୋଷଣା: ଏଥର ଦୁଇଟି ପର୍ଯ୍ୟାୟରେ ଖେଳାଯିବ ରଣଜୀ ଟ୍ରଫି
  • ||
  • ପୁରୀ ବାଣ ଦୁର୍ଘଟଣାଗ୍ରସ୍ତ ମୃତକଙ୍କ ପରିଚୟ ଅସ୍ପଷ୍ଟ: ଆସିଲେନି ସମ୍ପର୍କୀୟ, ଆଜି ହେବ ସଂସ୍କାର
  • ||
  • ଶୁକ୍ରବାର ନାସାଉରେ ମୁହାଁମୁହିଁ ହେବେ କାନାଡ଼ା- ଆୟର୍ଲାଣ୍ଡ, ପ୍ରଥମ ବିଜୟ ଲକ୍ଷ୍ୟରେ ଉଭୟ ଟିମ୍
  • ||
  • ଶୁକ୍ରବାର ବସିବ ଏନ୍‌ଡିଏର ସଂସଦୀୟ ଦଳ ବୈଠକ, ନୂଆ କ୍ୟାବିନେଟରେ ପୁରୁଣାଙ୍କୁ ମିଳିପାରେ ସ୍ଥାନ
  • ||
  • ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ୨୦୨୪: ବିପର୍ଯ୍ୟୟ ଘଟାଇଲା ୟୁଏସଏ, ସୁପର ଓଭରରେ ପାକିସ୍ତାନକୁ ହରାଇଲା
  • ||
  • ରାଜ୍ୟରେ ଏବେ ଭୀଷଣ ତାତି, ୧୦ ସୁଦ୍ଧା ଛୁଇଁପାରେ ମୌସୁମୀ: ଦକ୍ଷିଣରେ କାଳବୈଶାଖୀ ସମ୍ଭାବନା
  • ||

କ'ଣ ଆପଣ ବି ମଧୁମେହ ରୋଗରେ ପିଡୀତ କି? ଜଳଖିଆରେ ଖାଆନ୍ତୁନି ଏହିସବୁ ଖାଦ୍ୟ

ନୂଆଦିଲ୍ଲୀ୧୨/୫: ଦିନକୁ ଦିନ ଭାରତ ତଥା ବିଶ୍ୱରେ ବୃଦ୍ଧି ପାଉଛି ମଧୁମେହ । ଏହି ରୋଗୀମାନଙ୍କୁ ଖାଦ୍ୟପେୟରେ ବିଶେଷ ଭାବରେ ଏହି ରୋଗୀମାନଙ୍କୁ ଖାଦ୍ୟପେୟରେ ବିଶେଷ ଯତ୍ନ ନେବା ଆବଶ୍ୟକ ହୋଇଥାଏ । ବିଶେଷ କରି ସକାଳ ଜଳଖିଆ ରୋଗୀଙ୍କ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି ବିଶେଷଜ୍ଞମାନେ ମତ ଦେଇଥାନ୍ତି । ଏପରି ପରିସ୍ଥିତିରେ ଯଦି ଆପଣ ସଠିକ ଖାଦ୍ୟ ନ ଖାଇବେ ତେବେ ମଧୁମେହ ରୋଗୀଙ୍କ ବ୍ଲଡସୁଗାର ସ୍ତର ବଢିବା ସହ ସ୍ଥିତି ଗମ୍ଭୀର ହୋଇପାରେ । ତେଣୁ ମଧୁମେହ ରୋଗରେ ପୀଡ଼ିତ ଲୋକମାନେ ନିଜ ଖାଦ୍ୟପେୟ ଉପରେ ବିଶେଷ ଯତ୍ନ ଦେବା ସହ କ'ଣ ଖାଇବା ଉଚିତ, କ’ଣ ଖାଇବା ଉଚିତ୍ ନୁହେଁ ଆସନ୍ତୁ ଜାଣିବା

ମଧୁମେହ ରୋଗୀ ଜଳଖିଆରେ ଖାଆନ୍ତୁନି ଏହି ଖାଦ୍ୟ

ଫଳ ରସ: ବିଶେଷଜ୍ଞମାନେ ଚେତବନୀ ଦେଇଛନ୍ତି ଯେ ମଧୁମେହ ରୋଗୀମାନେ ଯଦି ଖାଲି ପେଟର ଫଳରସ ପିଉଛନ୍ତି , ତେବେ ତାହା ରକ୍ତରେ ଶର୍କରା ସ୍ତରର ଶୀଘ୍ର ବୃଦ୍ଧି ଘଟାଇପାରେ । କାରଣ ଫଳ ରସରେ ଫାଇବର କମ୍ ଏବଂ ଚିନି ଅଧିକ ମାତ୍ରାରେ ଥାଏ । ସେଥିପାଇଁ ସେମାନଙ୍କ ଠାରୁ ଦୂରରେ ରହିବାକୁ କୁହାଯାଏ । ୨୦୦୮ ମସିହାରେ "ଡାଇବେଟିସ୍ କେୟାର" ପତ୍ରିକାରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଅନୁସନ୍ଧାନକାରୀମାନେ ଜାଣିବାକୁ ପାଇଲେ ଯେ ମଧୁମେହ ରୋଗୀ ଯେଉଁମାନେ ସକାଳେ ଫଳ ରସ ପିଉଥିଲେ ସେମାନଙ୍କ ରକ୍ତରେ ଶର୍କରା ସ୍ତର ବଢିଯାଇଥିଲା ।

ବ୍ରେଡ: ବଜାରରେ ଉପଲବ୍ଧ ଅଧିକାଂଶ ପ୍ରକାରର ବ୍ରେଡରେ ଚିନି, ପ୍ରକ୍ରିୟାକୃତ କାର୍ବୋହାଇଡ୍ରେଟ୍ ଏବଂ ହାଇଡ୍ରୋଜେନେଟେଡ୍ ତେଲ ପରି ବିଭିନ୍ନ ଉପାଦାନ ଅଧିକ ଥାଏ । ତେବେ ବିଶେଷଜ୍ଞମାନେ କହିଛନ୍ତି ଯେ ମଧୁମେହ ରୋଗୀମାନେ ଜଳଖିଆ ପାଇଁ ବ୍ରେଡ ଖାଇଲେ ସେମାନଙ୍କ ସୁଗାର ସ୍ତର ବଢିପାରେ ।

ଚା' ଏବଂ କଫି ସେବନ କରନ୍ତୁ ନାହିଁ: ଅନେକ ଲୋକ ସକାଳୁ ଉଠିବା ମାତ୍ରେ କଫି କିମ୍ୱା ଚା' ପିଇବାକୁ ଭଲାପାଆନ୍ତି । କିନ୍ତୁ ଖାଲି ପେଟରେ କଫି କିମ୍ୱା ଚା' ପିଇବା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ । ମଧୁମେହ ରୋଗୀମାନେ ସକାଳେ ଖାଲି ପେଟରେ ଏହା ସେବନ କରିବା ଉଚିତ୍ ନୁହେଁ । ଜଳଖିଆରେ ଚା’ ଖାଇବା ଦ୍ୱାରା ଅନେକ ସମସ୍ୟା ହୋଇପାରେ ।

ଜଳଖିଆରେ କ'ଣ ଖାଇବା ଉଚିତ

ମଧୁମେହ ରୋଗୀମାନେ ଜଳଖିଆରେ ଫାଇବର ଏବଂ ପ୍ରୋଟିନ ଭରପୂର ଖାଦ୍ୟ ଖାଇବା ଉଚିତ । ତେଣୁ  ସକାଳ ଜଳଖିଆ ପାଇଁ ସିଝା ଅଣ୍ଡା କିମ୍ବା ଅମଲେଟ୍ ଖାଇବାକୁ ପରାମର୍ଶ ଦିଆଯାଇଛି । ସେହିପରି ଜଳଖିଆରେ ଶସ୍ୟ ଜାତୀୟ ପ୍ରସ୍ତୁତ ଖାଦ୍ୟ ଖାଇବା ଉଚିତ। ଦଲିଆ ଖାଇବା ଦ୍ୱାରା ସୁଗାର ସ୍ତର ନିୟନ୍ତ୍ରଣରେ ରହିଥାଏ ବୋଲି କୁହାଯାଏ ।


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.