ନବୀନ ନିବାସ ସାମ୍ନାରେ ମହିଳାଙ୍କ ଆତ୍ମାହୁତି ଉଦ୍ଯମ, ଉଦଳା ବିଜେଡି ପ୍ରାର୍ଥୀଙ୍କ ନାଁରେ ଆଣିଲେ ଅସଦାଚରଣ ଅଭିଯୋଗ

ଭୁବନେଶ୍ୱର ୩/୪: ନବୀନ ନିବାସ ଆଗରେ ଆତ୍ମାହୁତି ଉଦ୍ଯମ । ନବୀନ ନିବାସ ସାମ୍ନାରେ ଜଣେ ମହିଳା ଆତ୍ମାହୁତି ଉଦ୍ଯମ କରିଛନ୍ତି । କିରୋସିନ୍ ଢାଳି ହୋଇ ନିଜ ଦେହରେ ନିଆଁ ଲଗାଇବାକୁ ଉଦ୍ଯମ କରୁଥିବାବେଳେ ତାଙ୍କୁ ସୁରକ୍ଷା କର୍ମୀ କାବୁ କରିଛନ୍ତି । ମହିଳାଙ୍କୁ ଉଦ୍ଧାର କରି କ୍ଯାପିଟାଲ ହସପିଟାଲକୁ ପଠାଯାଇଛି । ତେବେ ତାଙ୍କୁ ଚାକିରି ଦେବା ନାଁରେ ଠକିଥିବା ନେଇ ମହିଳା ଜଣଙ୍କ ଶ୍ରୀନାଥ ସୋରେନଙ୍କ ନାଁରେ ଅଭିଯୋଗ ଆଣିଛନ୍ତି ।
ଉଦଳା ବିଜେଡି ବିଧାୟକ ପ୍ରାର୍ଥୀ ଶ୍ରୀନାଥ ସୋରେନଙ୍କ ନାଁରେ ଅଭିଯୋଗ ଆଣିଛନ୍ତି ମହିଳା ଜଣଙ୍କ। ଶ୍ରୀନାଥ ସୋରେନ୍ ତାଙ୍କ ଇଜ୍ଜତ ସହ ଖେଳିଥିବା ସେ ଅଭିଯୋଗ କରିଛନ୍ତି । ଚାକିରି କରାଇ ଦେବାକୁ କହି ୧ ଲକ୍ଷ ନେଇଥିଲେ ଏବଂ ପରେ ଅସଦାଚରଣ କରିଥିବା ସେ ଅଭିଯୋଗ ଆଣିଛନ୍ତି । ନ୍ଯାୟ ନପାଇବାରୁ ଆତ୍ମାହୁତି ଦେବାକୁ ଉଦ୍ଯମ କରିଥିଲେ ବୋଲି ମହିଳା ଜଣଙ୍କ କହିଛନ୍ତି ।