ପ୍ରେମ ଉଜାଡ଼ିଲା ସଂସାର…

ପ୍ରଥମେ ସୁମ୍ମା ଓ ଲାଲ୍‌ପରୀ ଦୁହେଁ ମିଶି ଗୱରଙ୍କ ମୁହଁକୁ ତକିଆରେ ମାଡ଼ିବସିଥିଲେ, ଏହାପରେ ତାଙ୍କୁ ମାରପିଟ୍‌ କରିଥିଲେ, ଶେଷରେ ତାଙ୍କ ଗଳା ଚିପି ହତ୍ୟା କରିଥିଲେ । ଏଥିରୁ ଖସିଯିବା ପାଇଁ ଏବଂ ଆତ୍ମହତ୍ୟା ରୂପ ଦେବା ନିମନ୍ତେ ଦୁହେଁ ମିଶି ଗୱରଙ୍କ ଶବକୁ ଫ୍ୟାନ୍‌ରେ ଟାଙ୍ଗି ଦେଇଥିଲେ ।

୨୦୧୮ ମସିହା ଅକ୍ଟୋବର ୩୦ ତାରିଖ । ସକାଳୁ ଉଠିପଡ଼ିଥାନ୍ତି ହରଭେଜି । ସବୁଦିନ ପରି ସେଦିନ ସକାଳେ କିନ୍ତୁ ପୁଅ, ବୋହୂ ଓ ନାତିଙ୍କର ପାଟିତୁଣ୍ଡ ଶୁଭୁନଥାଏ । ହରଭେଜି ଚିନ୍ତାରେ ପଡ଼ିଗଲେ । ହଠାତ୍‌ ଆଜି ସକାଳେ କ’ଣ ହେଲା? ସକାଳ ୮ଟା ହେଲାଣି ରୁମ୍‌ ଭିତରୁ ସ୍ୱରଶବ୍ଦ କାହିଁକି ଶୁଭୁନାହିଁ? କ’ଣ ଆଉ ହୋଇଥାଇପାରେ ବୋଲି ଭାବି ହରଭେଜି ଗୱରଙ୍କ ରୁମ୍‌ ଭିତରକୁ ପଶିଗଲେ । ଯାହା ସେ ଦେଖିଲେ, ତାଙ୍କ ପାଦ ତଳୁ ମାଟି ଖସିଗଲା । ଯେମିତି ପୃଥିବୀର ଭାର ତାଙ୍କ ଉପରେ ଲଦି ହୋଇଗଲା, ଅଣନିଃଶ୍ୱାସୀ କରିଦେଲା ତାଙ୍କୁ ରୁମ୍‌ ଭିତରର ଦୃଶ୍ୟ । ବୋହୂ ଲାଲ୍‌ପରୀ ନାତି ଅନୁଜ ରୁମ୍‌ରେ ନଥିଲେ । କିନ୍ତୁ ତାଙ୍କ ପୁଅ ଗୱର ରୁମ୍‌ରେ ଥିଲେ ସତ ହେଲେ ଜୀବିତ ଅବସ୍ଥାରେ ନୁହେଁ ବରଂ ତାଙ୍କ ମୃତ ଶରୀର ଫ୍ୟାନ୍‌ରେ ଝୁଲୁଥିଲା । ହରଭେଜି ଓ ତାଙ୍କ ପତ୍ନୀଙ୍କ ପାଖରେ ଗୱରଙ୍କ ଆଉ ଦୁଇପୁଅ ଶୁଅନ୍ତି । ହରଭେଜିଙ୍କ ପାଟି ଶୁଣି ତାଙ୍କ ଦୁଇ ନାତି ଓ ପତ୍ନୀ ଧାଇଁ ଆସିଲେ । ଗୱରଙ୍କ ଏଭଳି ଅବସ୍ଥା ଦେଖି ତାଙ୍କ ମା’ ଚିତ୍କାର କରି କାନ୍ଦିବାକୁ ଲାଗିଲେ । ବୋହୂ ଲାଲ୍‌ପରୀ ଓ ନାତି ଅନୁଜକୁ ଘର ସାରା ଖୋଜିଥିଲେ ମଧ୍ୟ ପାଇନଥିଲେ । ଏପଟେ କାନ୍ଦବୋବାଳି ଶୁଣି ଆଖପାଖର ଲୋକ ଧାଇଁ ଆସିଲେ । ପୁଲିସକୁ ମଧ୍ୟ ଖବର ଦେଲେ ।

୪୦ ବର୍ଷୀୟ ଗୱରଙ୍କ ମୃତ ଶରୀର ଫ୍ୟାନ୍‌ରେ ଝୁଲୁଥିଲା, ତାଙ୍କର ପାଦ ଚଟାଣରେ ଲାଗିଥିଲା ଓ ଦେହସାରା ରକ୍ତ ଜୁଡୁବୁଡୁ ହୋଇଥିଲା ଏବଂ ରକ୍ତ ବୋହି ଚଟାଣରେ ପଡୁଥାଏ । ପୁଲିସ ଟିମ୍‌ ପହଞ୍ଚି ଏଭଳି ଦୃଶ୍ୟ ନିରକ୍ଷଣ କରି କହିଲେ ଯେ ଏହା ଆତ୍ମହତ୍ୟା ନୁହେଁ ବରଂ ଗୱରଙ୍କୁ ପିଟିପିଟି ହତ୍ୟା କରାଯାଇଛି । ଯେହେତୁ ଲାଲ୍‌ପରୀ ଘରେ ନଥିଲେ, ତେଣୁ ଗୱରଙ୍କୁ ଲାଲ୍‌ପରୀ ହତ୍ୟା କରିଥିବ ବୋଲି ପୁଲିସ ସନ୍ଦେହ କରିଥିଲା । ହତ୍ୟା ପରେ ଲାଲ୍‌ପରୀ ଏକା ଗୱରଙ୍କୁ ଫ୍ୟାନ୍‌ରେ ଝୁଲାଇବା ଅସମ୍ଭବ । ଏଣୁ ସେ ଅନ୍ୟର ସହାୟତା ନେଇଥିବେ ନିଶ୍ଚୟ ।

ପୁଲିସ ଘର ଲୋକଙ୍କୁ ପଚରାଉଚରା କରିବାରୁ ସେମାନେ କହିଥିଲେ କି ରାତିରେ ପତିପତ୍ନୀ କୌଣସି କଥାକୁ ନେଇ ଝଗଡ଼ା କରୁଥିଲେ । । ଝଗଡ଼ା ସମୟରେ ଲାଲ୍‌ପରୀଙ୍କ ବନ୍ଧୁ ସୁମ୍ମା ସେଠାରେ ଉପସ୍ଥିତ ଥିଲେ । ଏହି ସମୟରେ ପରିବାର ଲୋକ ଦୁଇଜଣଙ୍କୁ ବୁଝାଇସୁଝାଇ ଶାନ୍ତ କରିଥିଲେ । ସୁମ୍ମା ସେଠାରୁ ଚାଲିଯାଇଥିଲେ । ଏହାପରେ ଦୁହେଁ ଶୋଇବା ପାଇଁ ରୁମ୍‌ ଭିତରକୁ ଚାଲିଯାଇଥିଲେ । ଗୱରଙ୍କ ଭାଇ ଯୋଗେଶ ପୁଲିସକୁ କହିଥିଲେ କି ସୁମ୍ମା ଲାଲ୍‌ପରିଙ୍କ କୌଣସି ବନ୍ଧୁ ନୁହଁନ୍ତି ବରଂ ସେ ତାଙ୍କ ପ୍ରେମିକ । ଲାଲ୍‌ପରୀ ବିବାହ ପୂର୍ବରୁ ତାଙ୍କ ପ୍ରେମିକ ସୁମ୍ମା ସହିତ ଅବୈଧ ସମ୍ପର୍କ ରଖୁଥିଲେ । ପୁଲିସ ସମସ୍ତ ତଥ୍ୟ ସଂଗ୍ରହ ପରେ ଗୱରଙ୍କ ଶବକୁ ପୋଷ୍ଟମଟମ୍‌ ପାଇଁ ଜିଲ୍ଲା ହସ୍‌ପିଟାଲକୁ ପଠାଇଥିଲେ ଓ ଲାଲ୍‌ପରୀ ଏବଂ ତାଙ୍କ ପ୍ରେମିକ ସୁମ୍ମା ନାମରେ ଧାରା ୩୦୨ ଲଗାଇ କେସ୍‌ ଫାଇଲ କରିଥିଲେ ।

ସୂଚନା ଅନୁଯାୟୀ ଲାଲ୍‌ପରୀ ଗୱରଙ୍କୁ ବିବାହ କରିଥିଲେ ସତ କିନ୍ତୁ ତାଙ୍କ ହୃଦୟରେ ପ୍ରେମିକ ସୁମ୍ମା ହିଁ ଥିଲେ । ବାପା ମା’ଙ୍କ ବାଧ୍ୟବାଧ୍ୟକତାରେ ଗୱରଙ୍କୁ ବିବାହ କରିଥିଲେ ଲାଲ୍‌ପରୀ । ବିବାହ ପରେ ସେ ସୁମ୍ମାଙ୍କୁ ଭୁଲି ପାରିନଥିଲେ । ତାଙ୍କ ସହ ଅବୈଧ ସମ୍ପର୍କ ମଧ୍ୟ ରଖିଥିଲେ । ଏହାକୁ ବିରୋଧ କରିଥିଲେ ସ୍ୱାମୀ ଗୱର । ଏଥିପାଇଁ ଲାଲ୍‌ପରୀ ଓ ଗୱରଙ୍କ ସହ ବହୁଥର ଝଗଡ଼ା ହୋଇଛି । କିଛି ଦିନ ଲାଲ୍‌ପରୀ ଘର ଛାଡ଼ି ଭଡ଼ା ଘରେ ରହୁଥିଲେ । ରାଗ କମି ମନ ବୁଝିଯିବା ପରେ କ୍ଷମା ପ୍ରାର୍ଥନା କରି ପୁଣି ଲାଲ୍‌ପରୀ ଶାଶୁଘରକୁ ଚାଲିଆସିଥିଲେ । ଏହାରି ଭିତରେ ଲାଲପରୀ ଓ ଗୱର ତିନୋଟି ପୁତ୍ରର ବାପା ମା’ ହୋଇଥିଲେ । ଏତେପରେ ବି ଲାଲ୍‌ପରୀ ପ୍ରେମିକ ସୁମ୍ମାଙ୍କଠାରୁ ନିଜକୁ ଦୂରେଇ ରଖିପାରିନଥିଲେ । ଗୱର ଘରେ ନଥିବା ସମୟରେ ସୁମ୍ମା ଲାଲ୍‌ପରୀଙ୍କ ପାଖକୁ ଯିବାଆସିବା କରୁଥିଲେ । ଗୱର କାମକୁ ବାହାରିଯିବା ପରେ ଲାଲ୍‌ପରୀ ଫୋନ୍‌ କରି ସୁମ୍ମାଙ୍କୁ ଘରକୁ ଡାକୁଥିଲେ । ଲାଲ୍‌ପରୀ ଏମିତି ବାରମ୍ବାର କରିବା ଦ୍ୱାରା ଶାଶୁଘର ଲୋକ ଓ ଗୱର ମଧ୍ୟ ଏହାକୁ ବିରୋଧ କରିଥିଲେ । ଏହାପରେ ଲାଲ୍‌ପରୀ ଓ ଗୱରଙ୍କ ମଧ୍ୟରେ କଳହ ସୃଷ୍ଟି ହୋଇଥିଲା ।

ଘଟଣାର ୩ ସପ୍ତାହ ପର୍ଯ୍ୟନ୍ତ ଲାଲ୍‌ପରୀ ଓ ତା’ର ପ୍ରେମିକ ସୁମ୍ମା ବିଷୟରେ କୌଣସି ଖୋଜ ଖବର ମିଳିନଥିଲା । ୨୧ ନଭେମ୍ବର, ୨୦୧୮କୁ ପୁଲିସ୍‌କୁ ଏକ ଜରୁରି ସୂଚନା ମିଳିଥିଲା । ଲାଲ୍‌ପରୀ ଓ ସୁମ୍ମା ଟୁଡଲାରୁ ୬ କିଲୋମିଟର ଦୂର ଏଫଏଚ ମେଡିକାଲ କଲେଜରେ ଅଛନ୍ତି । ଥାନାପ୍ରଭାରୀ ବି.ଡ଼ି. ପାଣ୍ଡେୟା ଏସ୍‌ଆଇ ନେତ୍ରପାଳ ଶର୍ମାଙ୍କ ନେତୃତ୍ୱରେ ତୁରନ୍ତ ଏକ ପୁଲିସ ଟିମ୍‌ ସେଠାରେ ପହଞ୍ଚିଥିଲା । ପୁଲିସ ସୁମ୍ମାକୁ ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ପାଇଥିଲା । ସେଠାରେ ଲାଲ୍‌ପରୀ ତାଙ୍କ ସେବାରେ ଥିଲେ । ସଡ଼କ ଦୁର୍ଘଟଣାରେ ସୁମ୍ମାଙ୍କ ମୁଣ୍ଡରେ ବହୁ ଜୋରରେ ମାଡ଼ ହୋଇଥିବାରୁ ଚିକିତ୍ସା ପାଇଁ ମେଡ଼ିକାଲ୍‌ ଆସିଥିଲେ । ପୁଲିସ ମେଡ଼ିକାଲ୍‌ରୁ ଲାଲ୍‌ପରୀ ଓ ସୁମ୍ମାକୁ ଥାନାକୁ ଆଣି ଗୱରଙ୍କ ହତ୍ୟାକାଣ୍ଡ ଉପରେ ପଚରା ଉଚୁରା କରିଥିଲେ । ସେଦିନ ଗୱରଙ୍କ ହତ୍ୟାକାଣ୍ଡ ଏପରି ଥିଲା-

ରୋଜାବାଦ ଜିଲ୍ଲାର ଗାଁ ନଗଳା ରାଧେଲାଲରେ ରହୁଥିବା ଗୱରଙ୍କୁ ୯ ବର୍ଷ ପୂର୍ବରୁ ବିବେକ କୁମାରୀ ଓରଫ୍‌ ଲାଲ୍‌ପରି ବିବାହ କରିଥିଲେ । ଗୱରଙ୍କ ଧନ ସମ୍ପତ୍ତି କହିଲେ କିଛି ଜମି ଥିଲା । ବହୁ କଷ୍ଟରେ ପରିବାର ଗୁଜୁରାଣ ମେଣ୍ଟାଉଥିଲେ । ଚାଷ କାମ ପରେ ଖାଲି ସମୟରେ ସେ ରାଜମିସ୍ତ୍ରୀ କାମ ମଧ୍ୟ କରନ୍ତି । ଗୁଜୁରାଣ ମେଣ୍ଟାଇବା ପାଇଁ ଗୱରଙ୍କୁ ଦିନରାତି ପରିଶ୍ରମ କରିବାକୁ ପଡୁଥିଲା । ଏଣେ କିନ୍ତୁ ଲାଲ୍‌ପରୀଙ୍କର ସଉକ୍‌ ବାହାରେ ବୁଲିବା, ଅଏସ୍‌ କରିବା । ଯାହା ଗୱରଙ୍କ ପାଖରେ ମିଳିପାରୁନଥିଲା । ଏହାର ମଉକା ନେଇ ଲାଲ୍‌ପରୀ ତାଙ୍କର ପ୍ରେମିକ ସୁମ୍ମା ସହିତ ସମ୍ପର୍କ ରଖୁଥିଲେ । ବିବାହର ଏକ ବର୍ଷ ପରେ ଲାଲ୍‌ପରୀ ଓ ତାଙ୍କ ପ୍ରେମିକ ସୁମ୍ମାଙ୍କର ଏକ ଅଶ୍ଲୀଳ ଭିଡିଓ ଭାଇରାଲ ହୋଇଥିଲା । ଯାହା ଗୱର ଓ ତାଙ୍କ ଘରଲୋକଙ୍କର ସମ୍ମାନରେ ଦାଗ ଲଗାଇଥିଲା । ହେଲେ ଲାଲ୍‌ପରୀ ଭୁଲ୍‌ ମାଗି ଆଉ ସୁମ୍ମା ସହିତ ସମ୍ପର୍କ ରଖିବେ ନାହିଁ ବୋଲି ପ୍ରତିଜ୍ଞା କରିଥିଲେ ଓ ସ୍ୱାମୀ ଗୱରଙ୍କ ପାଖରେ ରହିଥିଲେ । ହେଲେ ଲାଲ୍‌ପରୀଙ୍କ ସେହି କଦର୍ଯ୍ୟ ଅଭ୍ୟାସ ବଦଳିଲା ନାହିଁ । ସେହି ସମାନ କାମ ପୁଣି କଲେ ।

ଗୱର କିନ୍ତୁ ଏଥର ଲାଲ୍‌ପରୀଙ୍କ ଉପରେ ତୀକ୍ଷ୍ମ ନଜର ରଖୁଥିଲେ । ଯାହା ଲାଲ୍‌ପରୀଙ୍କ ପ୍ରେମରେ ବାଧା ସୃଷ୍ଟି କରିଥିଲା । ଲାଲ୍‌ପରୀ ସୁମ୍ମାଙ୍କ ପ୍ରେମରେ ଏମିତି ମସଗୁଲ୍‌ ଥିଲେ ଯେ ତାଙ୍କ ପାଇଁ ତିନିତିନିଟି ପୁଅ ଓ ସ୍ୱାମୀ ସବୁ ପର ହୋଇଯାଇଥିଲା । ସେ ପ୍ରଥମେ ଖାଦ୍ୟରେ ବିଷ ଦେଇ ଗୱରଙ୍କୁ ମାରିବାକୁ ଚେଷ୍ଟା କରିଥିଲେ । ହେଲେ ସେ ମେଡିକାଲ୍‌ରେ ଚିକିତ୍ସା ହେବା ପରେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଯାଇଥିଲେ । ଗୱରଙ୍କ ଏପରି ଅବସ୍ଥା ହେବାରେ ଘରଲୋକ ସମସ୍ତେ ଲାଲ୍‌ପରୀଙ୍କୁ ସନ୍ଦେହ କରିଥିଲେ । ହେଲେ ପ୍ରମାଣ ଅଭାବରୁ ଲାଲ୍‌ପରୀଙ୍କୁ କେହି କିଛି କହିପାରି ନଥିଲେ ।

୨୯ ଅକ୍ଟୋବର, ୨୦୧୮ରେ ଲାଲପରୀଙ୍କ ପ୍ରେମିକ ସୁମ୍ମା ଗୱରଙ୍କ ଘରକୁ ଆସିଥିଲା । ଗୱର ସୁମ୍ମାକୁ କିଛି କହିଲେ ନାହିଁ, ସୁମ୍ମାଙ୍କ ଉପସ୍ଥିତିରେ ପତ୍ନୀଙ୍କ ସହ ଝଗଡ଼ା କରିଥିଲେ । ଘରଲୋକ ଓ ସୁମ୍ମା ବୁଝାଇବା ପରେ ଗୱର ଶାନ୍ତ ପଡ଼ିଥିଲେ । ଏହି ସମୟରେ ଲାଲ୍‌ପରୀ ସୁମ୍ମାଙ୍କୁ କହିଥିଲେ କି ଆଜି ଏହି କଣ୍ଟାକୁ ଆମ ରାସ୍ତାରୁ ହଟାଇଦେବା । ପ୍ରେମିକାଙ୍କ କଥା ଶୁଣି ସୁମ୍ମା ସେଠାରୁ ଚାଲିଯାଇଥିଲା । ସେଦିନ ରାତିରେ ସାନ ପୁଅ ଅନୁଜ ସହିତ ଲାଲ୍‌ପରି ଓ ତାଙ୍କ ସ୍ୱାମୀ ଗୱର ଶୋଇଥାନ୍ତି । ବିଳମ୍ବିତ ରାତିରେ ଗୱର ଗାଢ଼ ନିଦ୍ରାରେ ଶୋଇଯିବା ପରେ ଫୋନ୍‌ ଯୋଗେ ଲାଲପରୀ ସୁମ୍ମାଙ୍କୁ ଡାକିଥିଲେ । ଘର ଭିତରୁ ପଟୁ ଦିଆଯାଇନଥିବାରୁ ସୁମ୍ମା ଘରକୁ ପ୍ରବେଶ କରିବା ବିଷୟରେ କେହି ଜାଣିପାରିନଥିଲେ । ପ୍ରଥମେ ସୁମ୍ମା ଓ ଲାଲ୍‌ପରୀ ଦୁହେଁ ମିଶି ଗୱରଙ୍କ ମୁହଁକୁ ତକିଆରେ ମାଡ଼ିବସିଥିଲେ, ଏହାପରେ ତାଙ୍କୁ ମାରପିଟ୍‌ କରିଥିଲେ, ଶେଷରେ ତାଙ୍କ ଗଳା ଚିପି ହତ୍ୟା କରିଥିଲେ । ଏଥିରୁ ଖସିଯିବା ପାଇଁ ଏବଂ ଆତ୍ମହତ୍ୟା ରୂପ ଦେବା ନିମନ୍ତେ ଦୁହେଁ ମିଶି ଗୱରଙ୍କ ଶବକୁ ଫ୍ୟାନ୍‌ରେ ଟାଙ୍ଗି ଦେଇଥିଲେ । ପୁଲିସ ସୁମ୍ମା ଓ ଲାଲପରୀଙ୍କୁ ପଚରାଉଚୁରା ପରେ ଦୁହିଁଙ୍କୁ ଗିରଫ କରିଥିଲା ।

   ସମ୍ବନ୍ଧିତ ଖବର


ଡବଲ ମର୍ଡର ଘଟଣାର ମୁଖ୍ୟ ଅଭିଯୁକ୍ତକୁ ନରସିଂହପୁରରୁ ଉଠାଇ ନେଲା କୋଲକାତା ପୁଲିସ

ଯୌନ ରାକ୍ଷସ ଭାଇ ବୁଝିଲାନି ପବିତ୍ର ରାଖୀର ବନ୍ଧନ: ଦାଦାର ନାବାଳିକା ଝିଅକୁ ଦୁଷ୍କର୍ମ କଲା ବଡ଼ବାପା ପୁଅ

ଚଳନ୍ତା ଟ୍ରେନ୍‌ର ବାଥରୁମ୍‌‌ରେ ନାବାଳିକଙ୍କୁ ଦୁଷ୍କର୍ମ ଉଦ୍ୟମ କଲା ସମ୍ରାଟ: ଯୌନ ପିପାଷୁ ଠିକାଦାରକୁ ବାନ୍ଧିଲା ଜିଆର୍‌ପି

ଛାଡ଼ଖାଇ ପୂର୍ବରୁ ଛେଳି ଚୋରି: ଗୁହାଳରେ କାର ଲଗାଇ ୨୦ ଅଧିକ ଖାସି ନେଇଗଲେ ଦୁର୍ବୃତ୍ତ, ସିସିଟିଭିରେ କଏଦ ହେଲା କାରନାମା

ଲଜ୍ଜା ! ବୋହୂର ସର୍ବସ୍ୱ ସାରିଲା ଶ୍ୱଶୂରଙ୍କର ପାପ ନଜର- ପୁଅକୁ ଗୁଳି କରି ଫେରାର

୧୩ ବର୍ଷିୟା ନାବାଳିକାଙ୍କୁ ନିଶା ଦେଇ ଗଣଦୁଷ୍କର୍ମ – ୨ ଗିରଫ