PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ହରିଆଣାରେ ୨୪ମଇ ଯାଏ ବଢ଼ିଲା ଲକ୍‌ ଡାଉନ୍‌ , ମୁଖ୍ୟମନ୍ତ୍ରୀ ଖଟ୍ଟର କହିଲେ –ଜନତାଙ୍କ ଦାବି ନେଇ ନିଷ୍ପତ୍ତି
  • ||
  • ନୂଆଦିଲ୍ଲୀ : ପୂର୍ବତନ ଭାରତୀୟ କ୍ରିକେଟ ଅଲରାଉଣ୍ଡର ରାଜେନ୍ଦ୍ର ସିଂ ଜାଡେଜାଙ୍କ କରୋନାରେ ପରଲୋକ
  • ||
  • ଭୁବନେଶ୍ଵର : ରାଜ୍ୟରେ ଫିଲ୍ମ କିମ୍ଵା ସିରିୟଲ ସୁଟିଂ ଉପରେ ପ୍ରତିବନ୍ଧକ, ସମସ୍ତ ଇନଡୋର ଓ ଆଉଟଡୋର ସୁଟିଂ ବନ୍ଦ
  • ||
  • ୨୪ରେ ବଙ୍ଗୋପସାଗରରେ ଲଘୁଚାପ: ଆଣ୍ଡାମାନ ସାଗରରେ ସୃଷ୍ଟି ହେବ, ଅବପାତ ରୂପ ନେବା ପାଇଁ ପାଣିପାଗ ଅନୁକୂଳ…
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧ ହଜାର ୭୩୨ ଜଣ କରୋନା ପଜିଟିଭ, ସଂକ୍ରମିତଙ୍କ ସଂଖ୍ୟା ୬ ଲକ୍ଷ ୧୨ ହଜାର ଟପିଲା
  • ||
  • ଭୁବନେଶ୍ୱର : ଓଡ଼ିଶାରେ ୧୯ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୩୧୩କୁ ବୃଦ୍ଧି
  • ||
  • ସଇଁତଳା : ଜମିବାଡ଼ି କଳହକୁ ନେଇ ଗୋଷ୍ଠୀ ସଙ୍ଘର୍ଷ, ଜଣେ ମୃତ, ୨ ଅଟକ
  • ||
  • ପାଟଣାଗଡ଼ : କରୋନା ଯୁଦ୍ଧରେ ହାରିଗଲେ ବରିଷ୍ଠ ସାମ୍ବାଦିକ କୈଳାଶ ସାହୁ
  • ||
  • ଆଠଗଡ : ଚୋରା ଚାଲାଣ ବେଳେ ଓଲଟିଲା କାଠ ବୋଝେଇ ପିକଅପ୍ ଭ୍ୟାନ, ଡ୍ରାଇଭର ମୃତ ଜଣେ ଗୁରୁତର
  • ||
  • ଭୁବନେଶ୍ୱର : ସ୍ୱର୍ଗତ ରଘୁନାଥ ମହାପାତ୍ରଙ୍କ ପୁଅ ପ୍ରଶାନ୍ତ ମହାପାତ୍ରଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର, କରୋନା ଆକ୍ରାନ୍ତ ହେବା ପରେ ଚାଲିଛି ଚିକିତ୍ସା
  • ||
  • ଭୁବନେଶ୍ୱର : ସୋମବାରଠୁ ଅନ୍‌ଲାନ୍‌ରେ ମିଳିବ ମଦ, ସକାଳ ୭ଟାରୁ ସଂଧ୍ୟା ୫ଟା ଯାଏଁ ଦେଇ ପାରିବେ ଅର୍ଡର, ହଜାର ଟଙ୍କାରେ ମଦ କିଣିଲେ ୧୦୦ ଟଙ୍କା ଡେଲିଭାରୀ ଚାର୍ଜ
  • ||
  • ଭୁବନେଶ୍ୱର : ପାରା ଧରିବାକୁ ଯାଇ ଟ୍ରେନ୍‌ ଲାଇନ୍ରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଜଳିଗଲା ନାବାଳକ, ଗୁରୁତର ଆହତ ଅବସ୍ଥାରେ ଉଦ୍ଧାର
  • ||
  • ଭୁବନେଶ୍ୱର : ମାସ ଶେଷକୁ ଓଡ଼ିଶାରେ ସଂକ୍ରମଣ ପିକ୍‌ରେ ପହଞ୍ଚିବ, ଜୁନ୍‌ ପ୍ରଥମ ସପ୍ତାହରୁ କମିପାରେ
  • ||
  • କଟକ : ବୃଦ୍ଧ ଦମ୍ପତ୍ତିଙ୍କ ସନ୍ଦେହଜନକ ଅବସ୍ଥାରେ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ !
  • ||

ଶୁଳିଆ ଯାତ୍ରାରେ ରକ୍ତ ରଞ୍ଜିତ ହେଲା ବଡ଼ଖଳା, ସାନଖଳାରେ ପଡ଼ିଲା ବଳ

ଦେଓଗାଁ ୦୧/୦୧: ପୁଣି ଥରେ ରକ୍ତ ରଞ୍ଜିତ ହୋଇଛି ଶୁଳିଆ ପୀଠ । ପୁଲିସ ଏବଂ ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତିରେ ବଲାଙ୍ଗୀର ଜିଲ୍ଲାର ପ୍ରସିଦ୍ଧ ଶୁଳିଆ ଯାତ୍ରା ସଂପନ୍ନ ହୋଇଛି । ସକାଳୁ ଆଦିବାସୀମାନେ ଏକ ଶୋଭାଯାତ୍ରାରେ ଆସି ଖଇରଗୁଡାର ବଡ଼ଖଳା ଏବଂ କୁମୁରିଆର ସାନଖଳାରେ ବଳି ଚଢ଼ାଇଛନ୍ତି । ଫଳରେ ଶୁଳିଆ ପୀଠ ରକ୍ତରେ ଭିଜିଛି । ଆଦିବାସୀଙ୍କ ଧର୍ମଭାବନା ଓ ବିଶ୍ୱାସର ପ୍ରତୀକ ଭାବେ ଶୁଳିଆ ଯାତ୍ରାରେ ଅନେକ ମାନସିକଧାରୀ ହଜାର ହଜାର ପଶୁପକ୍ଷୀଙ୍କୁ ବଳି ଦେଇଛନ୍ତି । ଦେଓଗାଁ କୁଲତାପଡ଼ା ପଞ୍ଚାୟତ ଖଇରଗୁଡାଠାରେ ମିଳିତ ଶୁଳିଆ ମଞ୍ଚ କମିଟି ସଭାପତି ମୟ ପ୍ରଧାନୀ ଓ ସଂପାଦକ ତପନ କୁଅଁରଙ୍କ ନେତୃତ୍ୱରେ ଆୟୋଜିତ ଯାତ୍ରାରେ ହଜାର ହଜାର ଲୋକଙ୍କ ଗହଳି ଲାଗିରହିଥିଲା ।ଶୁଳିଆ ପାହାଡ଼ ପାଦଦେଶରେ ପୌଷ ମାସ ଶୁକ୍ଲପକ୍ଷ ପ୍ରଥମ ମଙ୍ଗଳବାର ଯାତ୍ରା ଅନୁଷ୍ଠିତ ହୋଇଛି ।

ମଙ୍ଗଳବାର ସକାଳୁ ଆଦିବାସୀଙ୍କ ପୂଜକ ଶକ୍ତି ଧରି ବାଜା, ପାରମ୍ପରିକ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ହୋଇ ବଡ଼ଖଳା ଓ ସାନଖଳାକୁ ଆସିଥିଲେ । ପ୍ରଥମେ ସାତ୍ତ୍ୱିକ ପୂଜାର୍ଚ୍ଚନା ପରେ ବଳି ପର୍ବ ଆରମ୍ଭ ହୋଇଥିଲା । ଏହି ଅବସରରେ ଶୁଳିଆ ପୀଠରେ ବିଧାୟକ ନରସିଂହ ମିଶ୍ର, ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ ସଭାପତି ଲକ୍ଷ୍ମଣ କୁମାର ମେହେର, ପ୍ରମୋଦ ବହିଦାର, ସୁରେଶ କୁମାର ମେହେର ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । ଶୁଳିଆ ଯାତ୍ରାରେ ମାଜିଷ୍ଟ୍ରେଟ ଦାୟିତ୍ୱରେ ଦେଓଗାଁ ତହସିଲଦାର ସୋନାଲି ପାତ୍ର, ପୁଇଁନ୍ତଲା ତହସିଲଦାର ନିରୁପମା ବୁଡେକ ଏବଂ ତୁଷୁରା ଥାନାଧିକାରୀ ଯଶୋବନ୍ତ ପ୍ରଧାନୀଙ୍କ ନେତୃତ୍ୱରେ ପୁଲିସ ଫୋର୍ସ ସୁରକ୍ଷା ବ୍ୟବସ୍ଥା ନିୟନ୍ତ୍ରଣ କରିଥିଲେ । ଚଳିତ ବର୍ଷ ପ୍ରଶାସନ ପକ୍ଷରୁ ବଳି ବନ୍ଦ ପାଇଁ କୌଣସି କଟକଣା ବା ଜନସଚେତନତା ସୃଷ୍ଟି କରିନଥିବା ବେଳେ ପୂର୍ବବତ ପଶୁପକ୍ଷୀ ବଳି ପଡ଼ିବା ସହ ଆଦିବାସୀ ପରମ୍ପରାର ଧର୍ମୀୟ ଭାବନା ଓ ବିଶ୍ୱାସ ଆଗରେ ପ୍ରଶାସନକୁ ହାର ମାନିବାକୁ ପଡ଼ିଛି ।