ସମ୍‌ ଡାକ୍ତରଙ୍କ ସଫଳ ଚିକିତ୍ସା -ଜଟିଳ ହୃଦରୋଗରୁ ସୁସ୍ଥ ହେଲେ ବୃଦ୍ଧ

ଭୁବନେଶ୍ୱର: ଜଟିଳ ହୃଦରୋଗ ସମସ୍ୟାରୁ ସୁସ୍ଥ ହେଲେ ୭୨ ବର୍ଷୀୟ ବୃଦ୍ଧ । ସମ୍‌ ହସ୍ପିଟାଲର ହୃଦରୋଗ ବିଭାଗ ଡାକ୍ତରଙ୍କ ସଫଳ ଉଦ୍ୟମ ଓ କଠୋର ପରିଶ୍ରମ ଫଳରେ ସାଲେପୁର ଅଞ୍ଚଳର ଏହି ୭୨ ବର୍ଷୀୟ ବୃଦ୍ଧ ରତ୍ନାକର ବାରିକ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଗତ ଅଗଷ୍ଟ ୨୨ରେ ଗୁରୁତର ହୃୃଦରୋଗ ଜନିତ ସମସ୍ୟା ନେଇ ସମ୍‌ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ରତ୍ନାକର ।

ତାଙ୍କର କେରାନାରୀ ଆର୍ଟେରୀ ଡିଜିଜ୍‌ ରହିଥିଲା । ସେହିପରି ତାଙ୍କର ଜଟିଳ ଏଲ୍‌ଭି ଡିସ୍‌ଫଙ୍କସନ୍‌ ଓ କମ୍ପ୍‌ଲିଟ୍‌ ହାର୍ଟ ବ୍ଲକ ରହିଥିଲା । ତାଙ୍କ ଫୁସଫୁସ୍‌ରେ ପାଣି ଜମିବା ସହିତ ନିମୋନିଆ ହୋଇଯାଇଥିଲା । ଏପରିକି ତାଙ୍କ କିଡନି ଜନିତ ସମସ୍ୟା ମଧ୍ୟ ଦେଖାଦେଇଥିଲା । ସୋଡିୟମ୍‌ ସ୍ତର କମ ଥିଲା । ଅକ୍ସିଜେନ ସାଚ୍ୟୁରେସନ୍‌ ୬୪ରୁ ୬୬ ପ୍ରତିଶତ ରହିଥିଲା । ଏଭଳି ପରିସ୍ଥିତିରେ ରୋଗୀଙ୍କୁ ପ୍ରଥମେ ସମ୍‌ ଆଇସୋଲେସନ୍‌ର ଭେଣ୍ଟିଲେଟରରେ ରଖାଯାଇ ଚିକିତ୍ସା ଆରମ୍ଭ କରାଯାଇ ଟେମ୍ପରାରୀ ପେସ୍‌ ମେକ୍‌ର ଲଗାଯାଇଥିଲା ।

ପରବର୍ତୀ ସମୟରେ ତାଙ୍କୁ ମେଡିସିନ ବିଭାଗର କ୍ରିଟିକାଲ କେୟାର ୟୁନିଟକୁ ଅଣାଯାଇଥିଲା । ଭେଣ୍ଟିଲେଟରରେ ରହିଥିବା ଏହି ରୋଗୀଙ୍କ ଚିକିତ୍ସା କରିବା ସହ ଅସ୍ତ୍ରୋପଚାର କରିବା ଏତେ ସହଜ ନଥିଲା । କିନ୍ତୁ ହୃଦରୋଗ ବିଜ୍ଞାନ ବିଭାଗର ଆସୋସିଏଟ୍‌ ପ୍ରଫେସର ଡାକ୍ତର ମାନଭଞ୍ଜନ ଜେନା ଏବଂ ତାଙ୍କ ଟିମ୍‌ଙ୍କ ପ୍ରଚେଷ୍ଟାରେ ଚିକିତ୍ସା ସଫଳ ହୋଇଥିଲା । ଏହି ଚିକିତ୍ସା ଦ୍ୱାରା ତାଙ୍କ ହାର୍ଟରେ କାଡିଆକ୍‌ ରିସିଙ୍କ୍ରୋନାଇଜେସନ୍‌ ଥେରାପି ୱିଥ୍‌ ପେସ୍‌ ମେକର ଲଗାଯାଇଥିଲା ।

ଅତ୍ୟାଧୁନିକ ସିଆରଟି-ପି ଯନ୍ତ୍ରର ସଫଳ ରୋପଣ ଛାତିର ବାମ ପାଶ୍ୱର୍ରେ କରାଯାଇଛି । ଦୀର୍ଘ ଏକ ମାସ ରହିବା ପରେ ରୋଗୀ ଏବେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି ବୋଲି ତାଙ୍କ ପୁଅ ଦୀପକ ବାରିକ କହିଛନ୍ତି । ସେ ଡାକ୍ତର ଜେନା ଓ ସମ୍‌ହସ୍ପିଟାଲର ସମସ୍ତ ଟିମ୍‌କୁ ଗଭୀର କୃତଜ୍ଞତା ଜଣାଇଛନ୍ତି ।

   ସମ୍ବନ୍ଧିତ ଖବର


ଚୀନ୍‌ ଏବଂ ପାକିସ୍ତାନକୁ ଚେତାବନୀ ଦେଲେ ଅଜିତ୍‌ ଡୋଭଲ୍‌ – ଏ ହେଉଛି ନୂଆ ଭାରତ, ଯେଉଁଠାରେ ବିପଦ ସେହିଠାରେ କରିବୁ ମୁକାବିଲା

ଚୀନ୍‌ର ଚିନ୍ତା, ଶକ୍ତିଶାଳୀ ହେଉଛି ଭାରତ- ଆମେରିକା କହିଲା ଏବେ ମିଳିମିଶି କାମ କରିବାର ସମୟ,

ମିଛ ବା ସେଲ୍ କଂମ୍ପାନୀ ଜରିଆରେ କୋଟି କୋଟି ଟଙ୍କାର ବେଆଇନ୍‌ କାରବାର, ବାହାମାସ୍ ପେପର ସ୍କାମ୍‌ରେ ଜୟ ପଣ୍ଡା ଓ ପତ୍ନୀ ଜଗୀ ମଙ୍ଗତ ପଣ୍ଡାଙ୍କ କମ୍ପାନୀର ସମ୍ପୃକ୍ତି ଅଭିଯୋଗ

କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ବଡ଼ ବୟାନ, ସମସ୍ତଙ୍କୁ ନିଃଶୁଳ୍କରେ ମିଳିବ କରୋନା ଟିକା

ମହିଳାଙ୍କୁ ଦେଖି ପ୍ୟାଣ୍ଟ ଖୋଲି – ଖରାପ କାମ କରିଥିବା ପୁଲିସ ଅଧିକାରୀ ଦିଲ୍ଲୀରୁ ଗିରଫ

ବ୍ଲାକରୋଜ ଜାହାଜରେ ପିଟିହୋଇ ବୁଡିଗଲା ମାଛଧରା ଟ୍ରଲର: ୫ ଜଣ ମତ୍ସ୍ୟଜୀବୀ ଉଦ୍ଧାର, ୪ ନିଖୋଜ