ସମ୍‌ରେ ଗ୍ରହଣ ଖଣ୍ଡିଆ ଶିଶୁଙ୍କୁ ବଣ୍ଟାଗଲା ନୂଆ ପୋଷାକ

ଭୁବନେଶ୍ୱର ୨/୯ : ସମ୍‌ ହସ୍ପିଟାଲ୍‌ରେ ମାଗଣା ଗ୍ରହଣ ଖଣ୍ଡିଆ ଅସ୍ତ୍ରୋପଚାର କରାଯାଇଥିବା ଶିଶୁଙ୍କୁ ପୋଷାକ ବଣ୍ଟନ କରାଯାଇଛି । ସୋଆର ନିର୍ଦ୍ଦେଶକ (ରିସୋର୍ସ )ଓ ଚିଫ୍‌ ଭିଜିଲାନ୍‌ସ ଅଫିସର ଯୁଗଳ କିଶୋର ଦାସ ଶନିବାର ଗ୍ରହଣ ଖଣ୍ଡିଆ ଶିଶୁଙ୍କୁ ଦେଖିବା ସହ ପୋଷାକ ବଣ୍ଟନ କରିଛନ୍ତି । ଗତ ୨୭ ତାରିଖରୁ ଆଜି ପର୍ଯ୍ୟନ୍ତ ହୋଇଥିବା ଏହି ଅସ୍ତ୍ରୋପଚାର ସୋଆ, ଇଙ୍ଗା ହେଲ୍‌ଥ ଫାଉଣ୍ଡେସନ୍‌ ଓ ଅପରେସନ୍‌ ସ୍ମାଇଲ୍‌ର ମିଳିତ ସହଯୋଗରେ ଆୟୋଜନ ହୋଇଛି ।

ଦେଶ ବିଦେଶର ସ୍ୱତନ୍ତ୍ର ତାଲିମପ୍ରାପ୍ତ ଡାକ୍ତରୀ ଦଳ ଏହି ଅଭିଯାନରେ ସାମିଲ ହୋଇଥିଲେ । ପାଖାପାଖି ୧୫୦ରୁ ଅଧିକ ଶିଶୁଙ୍କର ଏହି ଅଭିଯାନରେ ମାଗଣାରେ ଗ୍ରହଣ ଖଣ୍ଡିଆ ଅସ୍ତ୍ରୋପଚାର କରାଯାଇଛି । ଶିଶୁମାନଙ୍କୁ ନୂତନ ପୋଷାକ ବଣ୍ଟନ ସମୟରେ ସମ୍‌ ହସ୍ପିଟାଲ୍‌ ଅଧୀକ୍ଷକ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାର ଓ ଅନ୍ୟାନ୍ୟ କର୍ମକର୍ତ୍ତା ଉପସ୍ଥିତ ଥିଲେ ।

   ସମ୍ବନ୍ଧିତ ଖବର


ବିବାହକୁ ଅକ୍ଷୁଣ୍ଣ, ସ୍ଥାୟୀ କରିବାକୁ ବର୍ଷାଙ୍କ ପିଟିସନ୍‌; ଅନୁଭବଙ୍କୁ ପରିବାର ଅଦାଲତରୁ ନୋଟିସ୍‌

ଖଣ୍ଡଗିରିରୁ ଯୁବକଙ୍କୁ ଉଠାଇନେଲା NIA, ଅଜ୍ଞାତ ସ୍ଥାନରେ କରୁଛି ପଚରାଉଚରା

ବାଡିରୁ ଫୁଲ ତୋଳିଦେଲା ବୋଲି, ଦିବ୍ୟାଙ୍ଗ ନାବାଳିକାକୁ ନିସ୍ତୁକ ମାଡ ମାରିଲେ ପଡୋଶୀ…

ସାବଧାନ ! ପାର୍ବଣରେ ମାତିଛନ୍ତି ଲୁଟେରା, ଜୋର୍ ଜବରଦସ୍ତ ମହିଳାଙ୍କ ଠାରୁ ଝାମ୍ପିନେଲେ କାନଫୁଲ…

ରାସ୍ତାରେ ଝାଡୁମାରି ଚର୍ଚ୍ଚାରେ ଥିବା ଟ୍ରାଫିକ୍ କନେଷ୍ଟବଳଙ୍କୁ ସମ୍ବର୍ଦ୍ଦିତ କଲେ କମିଶନର…

ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା ଫୁଙ୍ଗୁଳା; ମାଳ ମାଳ ପୁଲିସ ଦ୍ୱାର ମୁହଁରେ ଥାଇ ବି ଭିତରେ ପଶିଥିଲେ ୫ଜଣ ଅଣସେବାୟତ…