ସମ୍‌ ଅଲ୍ଟିମେଟ୍‌ ମେଡିକେୟାରକୁ ଟାଇମ୍ସ୍‌ ଷ୍ଟେଲାର ବ୍ରାଣ୍ଡ ସମ୍ମାନ- ଏହି ମହାମାରୀ ସମୟରେ ବିଶ୍ୱ ସ୍ତରୀୟ ସ୍ୱାସ୍ଥ୍ୟସେବା ଯୋଗାଇଥିବାରୁ ସମ୍ମାନିତ

କୋଲକତା- ସମ୍‌ ଅଲ୍ଟିମେଟ୍‌ ମେଡିକେୟାରକୁ ଟାଇମ୍ସ୍‌ ଷ୍ଟେଲାର ବ୍ରାଣ୍ଡ ସମ୍ମାନରେ ସମ୍ମାନିତ କରାଯାଇଛି। କରୋନା ମହାମାରୀ ପରି ସମୟରେ ଅତି ଉଚ୍ଚକୋଟୀର ସ୍ୱାସ୍ଥ୍ୟସେବା ଯୋଗାଇ ଦେଇଥିବାରୁ ଏହି ସମ୍ମାନ ପ୍ରଦାନ କରାଯାଇଛି । ସୋଆ ବିଶ୍ୱ ବିଦ୍ୟାଳୟ ଅଧିନରେ ଆସୁଥିବା ଏହି ନୂତନ ହେଲ୍ଥ ୟୁନିଟ୍‌ ବିଶ୍ୱ ସ୍ତରୀୟ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେଇ ଆସୁଅଛି । ଏଥିରେ ଅତ୍ୟାଧୁନିକ ଯନ୍ତ୍ରପାତି ସହ ଆଧୁନିକ ଜ୍ଞାନ କୌଶଳର ପ୍ରୟୋଗ କରାଯାଉଛି । ସାରା ବିଶ୍ୱରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ଡାକ୍ତର ଏବଂ ସ୍ୱାସ୍ଥ୍ୟକର୍ମୀଙ୍କ ତତ୍ୱାବଧାନାରେ ରୋଗୀମାନଙ୍କୁ ନେକ୍ସଟ୍‌ ଜେନେରେସନ୍‌ର ଚିକିତ୍ସା ସେବା ପ୍ରଦାନ କରାଯାଉଛି ।

ପୂର୍ବ ଭାରତରେ ଏହା ଏକ ଅଗ୍ରଣୀ ସ୍ୱାସ୍ଥ୍ୟ ସେବା ପ୍ରଦାନକାରୀ ହସ୍‌ପିଟାଲ୍ । ଏଥିରେ ଅତ୍ୟାଧୁନିକ ଜ୍ଞାନକୌଶଳ, ନେକ୍ସଟ୍‌ ଜେନେରେସନ୍‌ର ସ୍ୱାସ୍ଥ୍ୟସେବା ଏବଂ ଅଭିଜ୍ଞ ଡାକ୍ତରଙ୍କ ତତ୍ୱାବଧାନରେ ଚିକିତ୍ସା ସେବା ପ୍ରଦାନ କରାଯାଉଛି । ଜାତୀୟକ୍ଷେତ୍ରରେ ଉଚ୍ଚକୋଟୀର ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ସମ୍‌ ଅଲ୍ଟିମେଟ୍‌ ମେଡିକେୟାରର ଲକ୍ଷ୍ୟ ।

TimesStellarBrands ଦ୍ୱାରା ପୂର୍ବ ଭାରତରେ ଅଗ୍ରଣୀ ସେବା ପ୍ରଦାନକାରୀ ଏବଂ ବ୍ରାଣ୍ଡମାନଙ୍କୁ ସମ୍ମାନିତ କରାଯାଇଥାଏ । ସମାଜର ଉନ୍ନତି ପାଇଁ ଯୋଗଦାନ ଥିବା ସଂସ୍ଥାମାନଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥାଏ । ସେମାନଙ୍କର ସେବା ଉତ୍ସଗୀକୃତ ମନୋଭାବକୁ ସମାଜନରେ ପ୍ରଚାର ପ୍ରସାର କରାଯାଇଥାଏ । ସମ୍‌ ଅଲ୍ଟିମେଟ୍‌ ମେଡିକେୟାରର ପୂର୍ବ ଭାରତରେ ଉଚ୍ଚକୋଟୀର ସ୍ୱାସ୍ଥ୍ୟସେବା ଯୋଗାଇ ଦେଉଥିବାରୁ TimesStellarBrands ସମ୍ମାନ ପ୍ରଦାନ କରାଯାଇଛି ।

   ସମ୍ବନ୍ଧିତ ଖବର


ରାଜ୍ୟ ସରକାର ଜାରି କଲେ ଡିସେମ୍ବର ଗାଇଡଲାଇନ୍

ଆରମ୍ଭ ହେଲା ବାହା ଋତୁ: ‘କାହା ମନରେ ଜୁଆର, କାହା ମନରେ ଭଟ୍ଟା’

ନାବାଳିକାଙ୍କୁ ପ୍ରଲୋଭନ ଦେଖାଇ ନିଛାଟିଆ ରାସ୍ତାରେ ଦୁଷ୍କର୍ମ ଉଦ୍ୟମ: ଅଭିଯୁକ୍ତକୁ ବାନ୍ଧିଲା ପୁଲିସ୍

ରାଜ୍ୟରେ କରୋନା ନେଲା ଆଉ ୧୨ ମୁଣ୍ଡ: ମୃତକଙ୍କ ସଂଖ୍ୟା ୧୭୩୦କୁ ବୃଦ୍ଧି

୨୪ଘଣ୍ଟା ଆଉ ୫୫୦ ନୂଆ କରୋନା ପଜିଟିଭ ଚିହ୍ନଟ୍, ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୧୭ହଜାର ୭୮୯କୁ ବୃଦ୍ଧି

ଅବକାରୀ ଗୁଇନ୍ଦା ପଞ୍ଝାରେ ନିଶା ବେପାରୀ, ୪ ଲକ୍ଷ ଟଙ୍କାର ବ୍ରାଉନ୍‌ସୁଗର୍‌ ଜବତ