ସମ୍‌ରେ ଇଆର୍‌ସିପି, ଇୟୁଏସ୍‌ କର୍ମଶାଳା

ଭୁବନେଶ୍ୱର ୨୫/୮: ସମ୍‌ ହସ୍ପିଟାଲ ପେଟ ଓ ଯକୃତ ବିଭାଗରେ ତିନି ଦିନିଆ ଇଆର୍‌ସିପି ଓ ଇୟୁଏସ୍‌ କର୍ମଶାଳା ଅନୁଷ୍ଠିତ ହୋଇଛି । ଅଗଷ୍ଟ ୨୦ରୁ ୨୩ ତାରଖ ଯାଏଁ ଚାଲିଥିବା କର୍ମଶାଳାରେ କେରଳ, କଲିକତା ସମେତ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ପେଟ ଓ ଯକୃତ ବିଶେଷଜ୍ଞ ଆସିଥିଲେ ।

କର୍ମଶାଳାକୁ ସମ୍‌ ହସ୍ପିଟାଲ ଅଧୀକ୍ଷକ ପ୍ରଫେସର ଡାକ୍ତର ପୁଷ୍ପରାଜ ସାମନ୍ତସିଂହାର ଉଦ୍‌ଘାଟନ କରିଥିବା ବେଳେ ଟ୍ରେନିଂ କୋର୍ସର ଡିଜାଇନ୍‌ ପ୍ରସ୍ତୁତ କରିଥିଲେ ସମ୍‌ ହସ୍ପିଟାଲ ପେଟ ଓ ଯକୃତ ବିଭାଗ ମୁଖ୍ୟ ଡାକ୍ତର ମନୋଜ ସାହୁ, ଡାକ୍ତର ଅୟଶକାନ୍ତ ସିଂହ, ଡାକ୍ତର ଜିମି ନାରାୟଣ, ଡାକ୍ତର ମାନସ ବେହେରା ଓ ଗୀରିଶ ପତି କର୍ମଶାଳାରେ ତାଲିମ ଦେଇଥିଲେ ।

ଆଡଭାନ୍ସ ଇଆରସିପି ହେଉଛି ଏଭଳି ଏକ ଟେକ୍ନୋଲୋଜି ଯେଉଁଥିରେ ଯକୃତ ଭିତରକୁ ଯାଇ ରୋଗ ଚିହ୍ନଟ ସହ ଚିକିତ୍ସା ହୋଇପାରୁଛି । ଇୟୁଏସ୍‌ ଆଡଭାନ୍ସ ଟେକ୍ନୋଲୋଜିରେ ଛାତି ଓ ପେଟରେ ରୋଗ ଚିହ୍ନଟ ସହ ସର୍ଜରୀ ମଧ୍ୟ କରାଯାଇ ପାରୁଛି । ସବୁଠୁ ବଡ଼ କଥା ହେଲେ, ଏଥିପାଇଁ କୌଣସି ବଡ଼ ଓପନ ସର୍ଜରୀର ମଧ୍ୟ ଆବଶ୍ୟକତା ନାହିଁ । ଏହି ଅତ୍ୟାଧୁନିକ ଟେକ୍ନୋଲୋଜି ସମ୍ପର୍କରେ ସମ୍‌ ହସ୍ପିଟାଲ ନିୟମିତ ଭାବେ କର୍ମଶାଳା ଆୟୋଜନ କରି ଡାକ୍ତରଙ୍କୁ ନୂଆ ଚିକିତ୍ସା ଜ୍ଞାନ ସମ୍ପର୍କରେ ଜଣାଉଛି ।

   ସମ୍ବନ୍ଧିତ ଖବର


ଅପରାହ୍ନ ୩ଟା ଯାଏଁ ଗୃହ ମୁଲତବି

ଅଧିବେଶନ ପୂର୍ବରୁ ପରୀକ୍ଷା : ଆଉ ୬ ବିଧାୟକଙ୍କୁ କରୋନା

ଆଜିଠୁ ଆରମ୍ଭ ହେବ ବିଧାନସଭାର ମୌସୁମୀ ଅଧିବେଶନ, ସାମାଜିକ ଦୂରତା ଓ ମାସ୍କ ପିନ୍ଧିବା ବାଧ୍ୟତାମୂଳକ

ଅକ୍ଟୋବର ୪ ତାରିଖରେ ଖୋଲିବ ନନ୍ଦନକାନନ

ବିଧାନସଭାର ୧୪ ସଦସ୍ୟଙ୍କୁ କରୋନା

ବିଜେଡ଼ିରୁ ବିଦା ହେଲେ କଳ୍ପତରୁ ଓଝା: ଦଳବିରୋଧୀ କାର୍ଯ୍ୟ ପାଇଁ ବହିଷ୍କାର କଲେ ସୁପ୍ରିମୋ ନବୀନ ପଟ୍ଟନାୟକ