ସମ୍‌ ହସ୍ପିଟାଲ୍‌ରେ ସଫଳ ଅସ୍ତ୍ରୋପଚାର: ୫୦ ବର୍ଷୀୟ ବ୍ୟକ୍ତିଙ୍କ ପେଟରୁ ବାହାରିଲା ୭ କେଜିର ଟ୍ୟୁମର୍‌

ଭୁବନେଶ୍ୱର ୧୫/୨: ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ୍‌ ସାଇନ୍‌ସେସ୍‌ ଆଣ୍ଡ ସମ୍‌ ହସ୍ପିଟାଲ୍‌ରେ ଏକ ବୃହତକାୟ ଟ୍ୟୁମର୍‌ର ସଫଳ ଅସ୍ତ୍ରୋପଚାର କରାଯାଇଛି । ବ୍ରହ୍ମଗିରି ଅଞ୍ଚଳର ଜଣେ ୫୦ ବର୍ଷୀୟ ବ୍ୟକ୍ତିଙ୍କର ପେଟରେ ବଢ଼ିଥିବା ୭ କେଜି ଓଜନର ଟ୍ୟୁମର୍‌କୁ ଅସ୍ତ୍ରୋପଚାର ଜରିଆରେ କାଢ଼ି ବାହାର କରିଛନ୍ତି ସମ୍‌ ହସ୍ପିଟାଲର ସର୍ଜିକାଲ୍‌ ଗ୍ୟାଷ୍ଟ୍ରୋ ଏଣ୍ଟେରୋଲୋଜି ବିଭାଗର ମୁଖ୍ୟ ଡାକ୍ତର ପ୍ରେମାନନ୍ଦ ପଟ୍ଟନାୟକ ।

ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ବିଶ୍ୱବିଦ୍ୟାଳୟ) ପରିଚାଳିତ ଏହି ହସ୍ପିଟାଲର ସର୍ଜିକାଲ୍‌ ଗ୍ୟାଷ୍ଟ୍ରୋ ଏଣ୍ଟେରୋଲୋଜି ବିଭାଗରେ ଫେବୃଆରୀ ୪ ତାରିଖ ଦିନ ଚିକିତ୍ସା ପାଇଁ ଏହି ବ୍ୟକ୍ତି ଭର୍ତି ହୋଇଥିଲେ । ତାଙ୍କ ପେଟରେ ଅସହ୍ୟ ଯନ୍ତ୍ରଣା ହେଉଥିବା ବେଳେ ନିଃଶ୍ୱାସ ନେବାରେ ମଧ୍ୟ କଷ୍ଟ ଅନୁଭବ କରୁଥିଲେ । ପରୀକ୍ଷା ନିରୀକ୍ଷା ପରେ ତାଙ୍କ ପେଟରେ ଟ୍ୟୁମର୍‌ ଥିବାର ଜଣାପଡ଼ିଥିଲା । ଅପରେସନ୍‌ ସମୟରେ ଟ୍ୟୁମର୍‌ଟି ଅନ୍ତନଳୀରୁ ମୁତ୍ରାଶୟ ପଯ୍ୟନ୍ତ ଲମ୍ୱି ଥିବା ଜଣାପଡ଼ିଥିଲା । ଦୀର୍ଘ ୪ ଘଣ୍ଟାର ଅପରେସନ୍‌ ପରେ ୭ କେଜି ଓଜନର ଟ୍ୟୁମରଟି ସମ୍ପୃକ୍ତ ବ୍ୟକ୍ତିଙ୍କ ଶରୀରରୁ ବାହାର କରାଯାଇଥିଲା । ଡାକ୍ତର ପଟ୍ଟନାୟକଙ୍କ ସମେତ ସର୍ଜିକାଲ୍‌ ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜି ବିଭାଗର ଡାକ୍ତର ପରୱେଜ ଆଲମ୍‌ ଖାନ୍‌ ଏବଂ ନିଶ୍ଚେତକ ବିଭାଗର ଡାକ୍ତର ଡେଜି କରନ୍‌ ଏବଂ ଡାକ୍ତର ଶାଶ୍ୱତ ପଟ୍ଟନାୟକ ଏହି ଅସ୍ତ୍ରୋପଚାରରେ ସାମିଲ ଥିଲେ ।

   ସମ୍ବନ୍ଧିତ ଖବର


ଅଢ଼େଇ ଲକ୍ଷ ଟଙ୍କାର ଧଳାଜହର ଜବତ: ନିଶାରାଣୀ ସାରା ଓ ସହଯୋଗୀ ଗିରଫ

୨୨ ବର୍ଷ ହେଲା ଚମଡ଼ା ନିଗମରେ ତାଲା: ଦୀର୍ଘ ବର୍ଷ ହେବ ପାଉଣା ଅପେକ୍ଷାରେ କର୍ମଚାରୀ

ନନ୍ଦନକାନନ ବ୍ୟାଟେରି ଗାଡ଼ି ଦୁର୍ଘଟଣାଗ୍ରସ୍ତ: ଦମ୍ପତିଙ୍କୁ ଧକ୍କାଦେଇ ବେଞ୍ଚକୁ ପିଟିଲା, ୬ ପର୍ଯ୍ୟଟକ ଆହତ

ଭାଇର ଫି ଛାଡ଼ ପାଇଁ ଡାକି ବଡ ଭଉଣୀକୁ ସ୍କୁଲ ମାଲିକ କଲେ ଦୁଷ୍କର୍ମ: ଅଭିଯୁକ୍ତ ଅଟକ