ଓଡ଼ିଶାରେ ସମ୍‌ ହସ୍‌ପିଟାଲ ପ୍ରସ୍ତୁତ କରିବ ୫୦୦ କରୋନା ବେଡ୍‌ – ରାଜ୍ୟ ସରକାରଙ୍କ ସହ ଏମ୍‌ଓୟୁ ସ୍ୱାକ୍ଷର


ଭୁବନେଶ୍ୱର ମାର୍ଚ୍ଚ ୨୬- ରାଜ୍ୟର ପ୍ରତିଷ୍ଠିତ ଚିକିତ୍ସା ପ୍ରତିଷ୍ଠାନ ସମ୍‌ ହସ୍‌ପିଟାଲ ଓ ମେଡିକାଲ୍‌ କଲେଜ୍‌ ୫୦୦ କରୋନା ବେଡ୍‌ ତିଆରି କରିବ । ଏଥିପାଇଁ ସମ୍‌ର ପରିଚାଳନା କର୍ତ୍ତୃପକ୍ଷ ରାଜ୍ୟ ସରକାରଙ୍କ ସହ ଏମ୍‌ଓୁୟ ସ୍ୱାକ୍ଷର କରିଛନ୍ତି । ସୋଆର କୁଳପତି ଡକ୍ଟର ଅଶୋକ ମହାପାତ୍ର ଏହି ସୂଚନା ଦେଇଛନ୍ତି ।

ଆସନ୍ତା ୪ ଦିନ ମଧ୍ୟରେ ସମ୍‌ ହସପିଟାଲ୍‌ରେ କରୋନା ଓ୍ୱାର୍ଡ ପ୍ରସ୍ତୁତ କରାଯିବ । ଏଥିରେ ୨୦ଟି ଆଇସିୟୁ ରହିବ । ଭୁବନେଶ୍ୱର ବ୍ୟତୀତ କେନ୍ଦ୍ରାପଡା ଓ ଅନୁଗୁଳରେ ସମ୍‌ ହସ୍‌ପିଟାଲ୍ ପକ୍ଷରୁ କରୋନା ଓ୍ୱାର୍ଡ ଖୋଲା ଯିବ । ସେଠାରେ ୧୦୦ଟି ଲେଖାଏଁ ଶଯ୍ୟା ରହିବ । ଅନ୍ୟ ଘରୋଇ ଡାକ୍ତରଖାନା କିମସ୍‌ ସହ ମଧ୍ୟ ରାଜ୍ୟ ସରକାର ୪୫୦ଟି କରୋନା ବେଡ୍‌ ସ୍ଥାପନ ପାଇଁ ଚୁକ୍ତି ସ୍ୱାକ୍ଷରିତ କରିଥିବା ସୂଚନା ମିଳଛି ।

   ସମ୍ବନ୍ଧିତ ଖବର


ନନ୍ଦନକାନନରେ ଶାଗୁଣା ମୃତ: ରଣପୁରରୁ ହୋଇଥିଲା ଉଦ୍ଧାର

ପ୍ରଧାନମନ୍ତ୍ରୀ ମୋଦୀ ଦେଶବାସୀଙ୍କୁ ମାଗିଲେ ୯ ମିନିଟ… ସମର୍ଥନରେ ବଲିଉଡ୍‌ ସେଲିବ୍ରିଟି

କର୍ତ୍ତବ୍ୟ ଆଗ, ନାହିଁ କରୋନାକୁ ଡର : ସଂକ୍ରମଣକୁ ଖାତିର ନକରି କାମ କରିଚାଲିଛନ୍ତି ସଫେଇ କର୍ମଚାରୀ

ବ୍ୟାଙ୍କ ମ୍ୟାନେଜରଙ୍କୁ ମହଙ୍ଗା ପଡିଲା ଅନ୍‌ଲାଇନ୍‌ରେ ମଦ କିଣା, ୧୯ ହଜାର ଠକିନେଲେ