PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ନୋଟିସ, ଘୁଞ୍ଚିଲା +୨ ପରୀକ୍ଷା
  • ||
  • ମହାରାଷ୍ଟ୍ରରେ ମର୍ମନ୍ତୁଦ ଦୁର୍ଘଟଣା: କାଠ ବୋଝେଇ ଟ୍ରକକୁ ଧକ୍କା ଦେବାପରେ ଡିଜେଲ ଟ୍ୟାଙ୍କରରେ ଲାଗିଲା ନିଆଁ, ୯ ଜଣ ଜୀବନ୍ତ ଦଗ୍ଧ
  • ||
  • ସରେଣ୍ଡର୍ କଲେ କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୁ, ୩୪ ବର୍ଷ ପୂର୍ବ ରୋଡ୍‌ ରେଜ୍‌ ମାମଲାରେ ହୋଇଛି ବର୍ଷେ ସଶ୍ରମ କାରାଦଣ୍ଡ
  • ||
  • ଭୁବନେଶ୍ଵର : ରାସନ ସାମଗ୍ରୀ ବଣ୍ଟନରେ ଅନିୟମିତତା ଅଭିଯୋଗ, ସ୍ଥିତି ସମୀକ୍ଷା କଲେ ବିଏମ୍ସି ମେୟର ସୁଲୋଚନା ଦାସ
  • ||
  • ଭୁବନେଶ୍ଵର : ରାଜଧାନୀରେ ଚାଞ୍ଚଲ୍ୟ, ଜଗନ୍ନାଥ ନଗରରେ ବୋମା ମାଡ଼
  • ||
  • ନୂଆଦିଲ୍ଲୀ : ୨୭ ମାସ ପରେ ଜେଲ୍‌ରୁ ମୁକୁଳିଲେ ଆଜମ ଖାନ, ସ୍ଵାଗତ କଲେ ଶିବପାଳ ଯାଦବ
  • ||
  • ଭୁବନେଶ୍ଵର : ରାଜ୍ୟରେ ଖସୁଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୧୦ ପଜିଟିଭ୍ ଚିହ୍ନଟ
  • ||
  • ସିବିଆଇ ପଞ୍ଝାରେ ପୁଣି ଲାଲୁ ପ୍ରସାଦ : ରେଲୱେ ନିଯୁକ୍ତିରେ ଦୁର୍ନୀତି ଅଭିଯୋଗ, ୧୭ଟି ଠିକଣାରେ ଚାଲିଛି ରେଡ୍
  • ||

ଦେହରେ ଘିମିରି ହେଉଛି କି? ଖରାଦିନ ସମସ୍ୟାରୁ କିପରି ଦୂରେଇବେ ଆସନ୍ତୁ ଜାଣିବା

Woman scratching her itchy back with allergy rash, Concept with Healthcare And Medicine.

ଓଃ କି ଗରମ ! ଏହି ପଦକ କଥା ଏବେ ଅଧିକାଂଶଙ୍କ ମୁହଁରୁ ଶୁଣିବାକୁ ମିଳୁଛି । ତେବେ ଯେଉଁମାନେ କର୍ମଜୀବୀ ସେମାନଙ୍କୁ ତ ନିଶ୍ଚୟ ବାହାରକୁ ଯିବାକୁ ହେବ । ଏହାବ୍ୟତୀତ ଘରେ ରହୁଥିବା ଘରଣୀମାନେ ମଧ୍ୟ ପିଲା,ପରିବାର ଲାଗି ଅନେକ ସମୟରେ ବାହାରକୁ ଗୋଡ଼ କାଢ଼ିବାକୁ ବାଧ୍ୟ । ଏଣୁ ଟାଣ ଖରାର ଶିକାର ହେବା ନିଶ୍ଚିତ । ଅତିରିକ୍ତ ଗରମ ଯୋଗୁଁ ଶରୀରରେ ବିଭିନ୍ନପ୍ରକାର ସମସ୍ୟା ଦେଖାଯାଇଥାଏ । ବିଶେଷକରି ଘିମିରି ହୋଇ ତ୍ୱଚା କୁଣ୍ଡେଇ ହେବା ଖରାଦିନର ଏକ ସାଧାରଣ ସମସ୍ୟା । ଗରମ ବଢ଼ିବା ସାଙ୍ଗକୁ ଏହି ସମସ୍ୟା ବୃଦ୍ଧି ପାଇଥାଏ । କିଛିଟା ଘରୋଇ ସାମଗ୍ରୀ ସାହାଯ୍ୟରେ ଏଥିରୁ କିଭଳି ମୁକ୍ତି ପାଇବେ ଆସନ୍ତୁ ଜାଣିବା…

ବରଫ : ଯଦି ଶରୀରର କୌଣସି ସ୍ଥାନ ଅଧିକ କୁଣ୍ଡାଇ ହେଉଥାଏ, ସେହି ସ୍ଥାନରେ ବରଫକୁ କପଡ଼ାରେ ରଖି ଲାଗାଇଲେ ଆରାମ ଲାଗିବ । ଏହି ପ୍ରକ୍ରିୟାକୁ ୪ ରୁ ୬ ଘଣ୍ଟା ବ୍ୟବଧାନରେ କରିପାରିବେ ।
ଲୁଣ, ହଳଦୀ ଓ ମେଥି ପେଷ୍ଟ : ଲୁଣ, ହଳଦୀ ଓ ମେଥିକୁ ସମାନ ପରିମାଣରେ ନେଇ ଗୁଣ୍ଡ କରିଦିଅନ୍ତୁ । ସ୍ନାନ କରିବାର ୫ ମିନିଟ୍‌ ପୂର୍ବରୁ ଗୁଣ୍ଡରେ ପାଣି ମିଶାଇ ପେଷ୍ଟ ବା ମିଶ୍ରଣ ପ୍ରସ୍ତୁତ କରନ୍ତୁ । ଏହି ପେଷ୍ଟ୍‌କୁ ପୁରା ଶରୀରରେ ଲଗାଇ ୫ମିନିଟ୍‌ ପରେ ଗାଧୋଇ ପଡ଼ନ୍ତୁ । ଏହାକୁ ସପ୍ତାହକୁ ଗୋଟେ ଥର ଲଗାଇବା ଦ୍ୱାରା ଘିମିରିରୁ ମୁକ୍ତି ମିଳିବ ।

ମୁଲତାନି ମାଟି : ଗରମରେ ମୁଲତାନି ମାଟି ତ୍ୱଚା ପାଇଁ ଭଲ । ଏହାଛଡ଼ା ଯଦି ଘିମିର ହୋଇଥାଏ, ମୁଲତାନି ମାଟି ଲେପ ଲଗାଇଲେ ଆରାମ ମିଳିଥାଏ ।

ଘିକୁଆଁରୀ : ଝାଳ ହେଉ କି ଘିମିରି ଯୋଗୁ ଯଦି ଶରୀର କୁଣ୍ଡାଇ ହେଉଥାଏ, ସେହି ସ୍ଥାନରେ ଘିକୁଆଁରୀ (ଆଲୋଭେରା) ରସ ଲଗାଇବା ଦ୍ୱାରା ଏଥିରୁ ମୁକ୍ତି ମିଳିବ ।

ସ୍ନାନ : ତ୍ୱଚା କୁଣ୍ଡାଇ ହେବା ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ ସବୁଦିନ ଭଲଭାବେ ଗାଧୋଇବା ଜରୁରି ।