କମିବ କାଳବୈଶାଖୀର ପ୍ରଭାବ, ବଢିବ ତାତି

ଭୁବନେଶ୍ୱର ୨୫/୪: ଆଜିଠୁ କମିବ କାଳବୈଶାଖୀର ପ୍ରଭାବ । ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ୨ରୁ ୩ ଡିଗ୍ରୀ ବଢିବା ସମ୍ଭାବନା ରହିଥିବା ପୂର୍ବାନମାନ କରିଛି ପାଣିପାଗ ବିଭାଗ । ବିଶେଷ କରି ଆଭ୍ୟନ୍ତରୀଣ ଓଡିଶାରେ ତାତି ବଢିବ । ଝାରସୁଗୁଡା, କେନ୍ଦୁଝର, ସମ୍ବଲପୁର, ସୁନ୍ଦରଗଡ, ବଲାଙ୍ଗିର, କନ୍ଧମାଳ, କଳାହାଣ୍ଡି, ନବରଙ୍ଗପୁର, ରାୟଗଡା  ଏବଂ  ଅନୁଗୋଳରେ  ତାପମାତ୍ରା ବଢିବାର ସମ୍ଭାବନା ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ୫ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି । ଟିଟିଲାଗଡରେ ସର୍ବାଧିକ ତାପମାତ୍ରା ୪୩.୫ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି ।

ବଜ୍ରପାତ ଆଶଙ୍କା ନେଇ ସତର୍କ କରିଛି ପାଣିପାଗ ବିଭାଗ । ୮ ଜିଲ୍ଲାରେ କାଳବୈଶାଖୀ ବଜ୍ରପାତ ଆଶଙ୍କା ରହିଛି । ଢେଙ୍କାନାଳ, ଅନୁଗୋଳ, ଯାଜପୁର, ବୌଦ୍ଧ, ଗଜପତି, ଗଞ୍ଜାମ, କୋରାପୁଟ ଓ ରାୟଗଡା ଜିଲ୍ଲାରେ ସନ୍ଧ୍ୟା ସାଢେ ୭ ଟା ପର୍ଯ୍ଯନ୍ତ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି ।

   ସମ୍ବନ୍ଧିତ ଖବର


ସଫଳତାର ଶୀର୍ଷରେ ସ୍ବାତୀ

ଆଳୁ ଅସମ୍ଭାଳ: କେଜି ୫୨ ଛୁଇଁଲା, ପଶ୍ଚିମବଙ୍ଗରେ ବି ଅଣାୟତ୍ତ

ଭିଜିଲାନ୍ସ ଜାଲରେ ଦାରିଙ୍ଗବାଡ଼ି ବିଇଓ ଅଫିସ୍‌ ମୁଖ୍ୟ କିରାଣି, ୫ହଜାର ଲାଞ୍ଚ ନେଇ ଧରାପଡ଼ିଲେ

ବିରଳ ବିସ୍ମୟ: ଏସ୍‌ସିବିରେ ଦ୍ବୈତ ଯୌନଙ୍ଗଧାରୀ ଶିଶୁ

ଅହମ୍ମଦ ପଟେଲଙ୍କ ପରଲୋକରେ ଗାନ୍ଧି ପରିବାରରେ ଶୋକ: ଟୁଇଟ୍ କରି ଦୁଃଖ ପ୍ରକାଶ କଲେ ସୋନିଆ, ରାହୁଲ ଓ ପ୍ରିୟଙ୍କା

ଅର୍ଥ ସାଜିଛି ବାଧକ, ବାପାର ଚିକିତ୍ସା ପାଇଁ ବିକ୍ରି ହେବ ପୁଅ!