ହାଇଦ୍ରାବାଦ ବିମାନବନ୍ଦରରେ ଯାତ୍ରୀଙ୍କ ଠାରୁ ୯୧ ଲକ୍ଷ ଟଙ୍କାର ସୁନା ବିସ୍କୁଟ ଜବତ

ହାଇଦ୍ରାବାଦ- ହାଇଦ୍ରାବାଦ ବିମାନ ବନ୍ଦରରେ ଜଣେ ବିମାନଯାତ୍ରୀଙ୍କ ଠାରୁ ୯୧ ଲକ୍ଷ ଟଙ୍କାର ସୁନା ବିସ୍କୁଟ ଜବତ କରାଯାଇଛି । ହାଇଦ୍ରାବାଦରେ ଥିବା ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଜଣେ ଯାତ୍ରୀ ସୁନା ବିସ୍କୁଟ ରଖି ଆସୁଥିବାର ଗୁଇନ୍ଦା ସୂଚନା ମିଳିଥିଲା ।
ଦୁବାଇରୁ ଆସିଥିବା ଏହି ବ୍ୟକ୍ତି ଜଣଙ୍କ ଭାୟା ପୁନେ ହୋଇ ହାଇଦ୍ରାବାଦରେ ପହଞ୍ଚିଥିଲେ । ସାମସାବାଦରେ ଥିବା ବିମାନବନ୍ଦରରେ ଓହ୍ଲାଇବା ପେର ସୀମା ଶୁଳ୍କ ବିଭାଗର ଅଧିକାରୀମାନେ ତାଙ୍କୁ ଗିରଫ କରିଥିଲେ । ଯାଞ୍ଚ ସମୟରେ ତାଙ୍କଠାରୁ ୧୮୬୭.୬୦୦ ଗ୍ରାମ ସୁନା ଜବତ କରାଯାଇଛି।
ଏହି ସୁନା ବିସ୍କୁଟ୍ ଆଲୁମିନିୟମ୍ ଫଏଲ୍ ଭିତରେ ଗୁଡା ହୋଇ ରହିଥିଲା ।