ରବିବାରର ପଞ୍ଜିକା – ରବିବାରର ରାଶିଫଳ

ରବିବାରର ପଞ୍ଜିକା
ତା.୦୯.୦୮.୨୦୨୦ରିଖ, କର୍କଟ ୨୫ ଦିନ, ଭାଦ୍ରବ କୃଷ୍ଣପକ୍ଷ ଷଷ୍ଠୀ, ରବିବାର । ଷଷ୍ଠୀ-୬୦ ଦଣ୍ଡ ଅହୋରାତ୍ର ରେବତୀ-ରାତ୍ରି ୭ଟା ୦୯ ମିନିଟ୍‌ । ମୀନଚନ୍ଦ୍ର – ରାତ୍ରି ୭ଟା ୦୯ ମିନିଟ୍‌ । ସୂର୍ଯ୍ୟୋଦୟ: ୫ଟା ୨୬ ମିନିଟ୍‌ ୧୫ ସେକେଣ୍ଡ । ସୂର୍ଯ୍ୟାସ୍ତ: ୬ଟା ୧୭ ମିନିଟ୍‌ ୧୭ ସେକେଣ୍ଡ । ମୃତେ ଏକପାଦ ପୁଷ୍କର ଦୋଷ । ନିମ୍ବ ବା ପିତା ଦ୍ରବ୍ୟ ଖାଇବା ମନା । ଖାଇଲେ ପଶୁଯୋନିରେ ଜନ୍ମ । ଅଦ୍ୟ ଖୁଦୁରୁକୁଣୀ ଓଷା ପ୍ରଥମ ପାଳି ।


ରବିବାରର ରାଶିଫଳ

ମେଷ : ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ମଧ୍ୟମ ହେବ । ଆୟ ଅପେକ୍ଷା ବ୍ୟୟ ବହୁତ କମ୍‌ ରହିବ । କର୍ମରେ ସଫଳ ହେବେ ଓ ସମସ୍ତ କର୍ମକୁ ଆନ୍ତରିକତାର ସହ ସମ୍ପାଦନ କରିବେ । ଅଟକିଥିବା କାମ ସମ୍ପୂର୍ଣ୍ଣ ହେବ ଓ ସହକର୍ମୀଙ୍କର ସହଯୋଗ ମିଳିବ । ଘାତବାର ହେତୁ ବାଦବିବାଦ ଓ ଯାନବାହନ ଆରୋହଣ କାଳରେ ସତର୍କ ରହିବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ମନୋନିବେଶ କରିବେ । ମହିଳାମାନେ ପ୍ରଶଂସିତ ହେବେ । ଶୁଭରଙ୍ଗ-ମେରୁନ୍‌, ଶୁଭସଂଖ୍ୟା-୬, ଆରାଧନା: ସ୍କନ୍ଦ ପୁରାଣ ପାଠ ।


ବୃଷ : ଆଗାମୀ ଦିନରେ କର୍ମରେ ଉନ୍ନତି କରିବା ପାଇଁ ଯୋଜନା କରିବେ ଓ ସେଥିରେ ସଫଳ ହେବା ପାଇଁ ନିଜକୁ ପ୍ରସ୍ତୁତ ରଖିବେ । ମନରେ ଉତ୍ସାହ ଓ ଉଦ୍ଦୀପନାର ଉଦ୍ରେକ ହେବ ଏବଂ ପରିବାରରେ ଶାନ୍ତି ଓ ମୈତ୍ରୀ ବଜାୟ ରହିବ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ଆଗ୍ରହୀ ହେବେ । ମହିଳାମାନେ ସଞ୍ଚୟ କରିବାରେ ଆଗ୍ରହୀ ହେବେ । ଶୁଭରଙ୍ଗ-ଧଳା, ଶୁଭସଂଖ୍ୟା-୧୧, ଆରାଧନା-କମଳା ।


ମିଥୁନ : ନୂତନ କର୍ମାରମ୍ଭ କରିବା ପାଇଁ ଚିନ୍ତା କରିବେ ଓ ସେଥିପାଇଁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ କରିବେ । ପରିବାରର ସମସ୍ତ ସଦସ୍ୟଙ୍କ ସହିତ ଭାବପୂର୍ଣ୍ଣ ପରିବେଶରେ ଦିନଟି କାଟିବେ । ମନ ପ୍ରଫୁଲ୍ଲ ରହିବ ଓ ପରିବାରରେ ଶାନ୍ତି ଅତୁଟ ରହିବ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ପରିଶ୍ରମ ଜାରି ରଖିବେ । ମହିଳାମାନଙ୍କର କାର୍ଯ୍ୟଦକ୍ଷତା ବୃଦ୍ଧି ପାଇବ । ଶୁଭରଙ୍ଗ-କଫି, ଶୁଭସଂଖ୍ୟା-୮, ଆରାଧନା-ବିଷ୍ଣୁମନ୍ତ୍ର ଜପ ।


କର୍କଟ: ଅପମାନ, ଅପଯଶ ଓ ଅପବାଦ ପାଇପାରନ୍ତି । ସ୍ୱଜନ, ପ୍ରିୟଜନଙ୍କ ସହ ଅପ୍ରିୟତା କିମ୍ବା ଇତର ଜନଠାରୁୁ ଅପମାନ ପାଇପାରନ୍ତି । ବାପାମା’ଙ୍କ ସହ ମତଭେଦ କିମ୍ବା ତାଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଇପାରେ । ପରିବାରରେ ବିବାଦ ଓ ମନୋମାଳିନ୍ୟ ଦେଖାଦେବ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ଅବହେଳା କରିବେ । ମହିଳାମାନଙ୍କର ଗୁରୁଜନଙ୍କ ସହ ବିବାଦ ହେବ । ଶୁଭରଙ୍ଗ-ଧଳା, ଶୁଭସଂଖ୍ୟା-୯, ଆରାଧନା-ଗଣେଶ ।

ସିଂହ : ମାନସିକ ଅଶାନ୍ତି ଓ ମନରେ ବିରକ୍ତିଭାବ ପ୍ରକାଶ ପାଇବ । କର୍ମ ପ୍ରତି ଅନାଗ୍ରହଭାବ ଓ ସମସ୍ତ କର୍ମରେ ବାଧାବିଘ୍ନ ଦେଖାଦେବ । ପରିବାରରେ କୌଣସି ସଦସ୍ୟଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେବ ଓ ପରିବାରରେ ବିବାଦ ଦେଖାଦେବ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ଆଳସ୍ୟତା ପ୍ରକାଶ କରିବେ । ମହିଳାମାନେ ଶାରୀରିକ ପୀଡ଼ା ପାଇବେ । ଶୁଭରଙ୍ଗ-ଲାଲ, ଶୁଭସଂଖ୍ୟା-୩, ଆରାଧନା-ଆଦିତ୍ୟ ହୃଦୟ ପାଠ ।


କନ୍ୟା: ଯଶ, ସମ୍ମାନ ଓ ସାମାଜିକ ପ୍ରତିଷ୍ଠାରେ ବୃଦ୍ଧି ଘଟିବ । ସ୍ତ୍ରୀ ସୌଖ୍ୟ ଓ ସ୍ତ୍ରୀ ହେତୁକ ଧନଲାଭର ଯୋଗ ରହିଛି । ମାନସିକ, ପାରିବାରିକ ଶାନ୍ତି ଓ ଶାରୀରିକ ସୁସ୍ଥତା ଅନୁଭବ କରିବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ଅସ୍ଥିରମନା ହେବେ । ମହିଳାମାନେ ସ୍ୱାମୀ ସେବାରେ ମନ ଦେବେ । ଶୁଭରଙ୍ଗ-ଚକୋଲେଟ୍‌, ଶୁଭସଂଖ୍ୟା-୧୨, ଆରାଧନା: ଷୋଡ଼ଶୀ ।


ତୁଳା : ଶତ୍ରୁମାନେ ବଶତା ସ୍ୱୀକାର କରିବେ । ପୁରାତନ ରୋଗରୁ ଆରୋଗ୍ୟ ଲାଭ କରିବେ । ଋଣମୁକ୍ତ ହେବା ପାଇଁ ଚେଷ୍ଟା କରିବେ । ମନ ପ୍ରଫୁଲ୍ଲ ରହିବ ଓ ପରିବାରର ସମସ୍ତ ସଦସ୍ୟଙ୍କ ସାହାଯ୍ୟ ଏବଂ ସହଯୋଗ ପାଇବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ସ୍ୱକର୍ମରେ ଆଗ୍ରହୀ ହେବେ । ମହିଳାମାନେ ଧାର୍ମିକ କାର୍ଯ୍ୟରେ ସମୟ ଦେବେ । ଶୁଭରଙ୍ଗ-ଧଳା, ଶୁଭସଂଖ୍ୟା-୨, ଆରାଧନା- ରାମାୟଣ ପାଠ ।

ବିଛା : ମାନସମ୍ମାନ ହାନି, ମାନସିକ ଅବସାଦ ଓ ପରିବାରରେ ଅଶାନ୍ତି ଦେଖାଦେବ । ସ୍ୱଜନ, ପ୍ରିୟଜନଙ୍କ ସହ ମତାନ୍ତର କିମ୍ବା ତାଙ୍କଠାରୁ ଅପମାନ ପାଇପାରନ୍ତି । ସନ୍ତାନହେତୁକ ଦୁଶ୍ଚିନ୍ତା ଓ ସେମାନେ ଅବଜ୍ଞା କରିବେ । ସେମାନଙ୍କ କର୍ମକୁ ନେଇ ଚିନ୍ତାଗ୍ରସ୍ତ ହେବେ ଓ ବାପାମା’ଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ହେବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ଅବହେଳା କରିବେ । ମହିଳାମାନେ ବିଷାଦଗ୍ରସ୍ତ ହେବେ । ଶୁଭରଙ୍ଗ-ହଳଦିଆ, ଶୁଭସଂଖ୍ୟା-୩, ଆରାଧନା- ବଗଳାମୁଖୀ ।


ଧନୁ : ବନ୍ଧୁବାନ୍ଧବ, ସ୍ୱଜନ, ପ୍ରିୟଜନଙ୍କ ସହ ଅପ୍ରିୟତା ଏବଂ ମନରେ ଅସ୍ଥିରଭାବ ଜାଗ୍ରତ ହେବ । ମୂଲ୍ୟବାନ ପଦାର୍ଥ ନଷ୍ଟ ବା େ•ରି ଯାଇପାରେ । ଯାନବାହନରେ ଯାନ୍ତ୍ରିକ ତ୍ରୁଟି ଓ ମାଲିମକଦ୍ଦମାରେ ପଡ଼ିପାରନ୍ତି । ପରିବାରରେ ଅଶାନ୍ତି ଓ ଘାତଚନ୍ଦ୍ର ହେତୁ ବାଦବିବାଦ ଏବଂ ଦୁର୍ଘଟଣା ଘଟିପାରେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ଅବହେଳା କରିବେ । ମହିଳାମାନେ ବିଷାଦଗ୍ରସ୍ତ ହେବେ । ଶୁଭରଙ୍ଗ-ଲାଲ, ଶୁଭସଂଖ୍ୟା-୭, ଆରାଧନା-ଗାୟତ୍ରୀ ମନ୍ତ୍ର ଜପ ।


ମକର : ଯଶ, ସମ୍ମାନ ଓ ସାମାଜିକ ପ୍ରତିଷ୍ଠାରେ ବୃଦ୍ଧି ଘଟିବ । ମାନସିକ, ପାରିବାରିକ ଶାନ୍ତି ଓ ଶାରୀରିକ ସୁସ୍ଥତା ଅନୁଭବ କରିବେ । ପରିବାରର ସମସ୍ତ ସଦସ୍ୟ ଓ ଭ୍ରାତୃଭଗ୍ନିଙ୍କର ସାହାଯ୍ୟ ଏବଂ ସହଯୋଗ ପାଇବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ପରିଶ୍ରମ ଜାରି ରଖିବେ । ମହିଳାମାନେ ଆତ୍ମସନ୍ତୋଷ ଲାଭ କରିବେ । ଶୁଭରଙ୍ଗ-ବାଇଗଣୀ, ଶୁଭସଂଖ୍ୟା-୩, ଆରାଧନା-ରୁଦ୍ରାଭିଷେକ ।

କୁମ୍ଭ : ଆର୍ଥିକ ଅବସ୍ଥା ବିଗିଡ଼ିଯିବ । ଋଣଗ୍ରସ୍ତ ହେବାର ସମ୍ଭାବନା ରହିଛି । ମୂଲ୍ୟବାନ ପଦାର୍ଥ ନଷ୍ଟ ବା ଚୋରିଯାଇପାରେ । ଆର୍ଥିକ କାରବାର କଲାବେଳେ ସତର୍କ ରହିବେ । ମନ ଅସ୍ଥିର ରହିବ ଓ ପରିବାରରେ ଅଶାନ୍ତି ଏବଂ ବିବାଦ ଦେଖାଦେବ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମ ପ୍ରତି ଅନାଗ୍ରହୀ ହେବେ । ମହିଳାମାନେ ଆଣ୍ଠୁଗଣ୍ଠି ଯନ୍ତ୍ରଣା ପାଇବେ । ଶୁଭରଙ୍ଗ-ମେରୁନ, ଶୁଭସଂଖ୍ୟା-୬, ଆରାଧନା- ଦୁର୍ଗା ସହସ୍ରନାମ ପାଠ ।


ମୀନ: ସୁଖାଦ୍ୟ, ସୁବସନ ପ୍ରାପ୍ତି, ମାନସିକ, ପାରିବାରିକ ଶାନ୍ତି ଓ ଶାରୀରିକ ସୁସ୍ଥତା ଲାଭ କରିବେ । ମାନସମ୍ମାନ ଓ ସାମାଜିକ ପ୍ରତିଷ୍ଠାରେ ବୃଦ୍ଧି ଘଟିବ । ମନ ପ୍ରଫୁଲ୍ଲ ରହିବ ଓ ପରିବାରରେ ଶାନ୍ତି ଅତୁଟ ରହିବ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ପ୍ରଶଂସିତ ହେବେ । ମହିଳାମାନେ ପରିବାରରେ ଆଦର ପାଇବେ । ଶୁଭରଙ୍ଗ-ଧଳା, ଶୁଭସଂଖ୍ୟା-୯, ଆରାଧନା-ଉଗ୍ରତାରା ।


ବିଶେଷ ସୂଚନା
ସମସ୍ତ ରାଶିର ବ୍ୟକ୍ତିମାନେ ଦିନଟି ଶୁଭ ହେବା ପାଇଁ ଉକ୍ତ ମନ୍ତ୍ରଟି ଋଷ୍ୟାଦି କରି ପାଠ କରନ୍ତୁ ।
ଋଷ୍ୟାଦି : ଓଁ ଅସ୍ୟ ଶ୍ରୀ ସୂର୍ଯ୍ୟ ମହାମନ୍ତ୍ରସ୍ୟ,
ଅଗସ୍ତ୍ୟୋ ଭଗବାନ ଋଷିଃ ଅନୁଷ୍ଟୁପ୍‌ ଛନ୍ଦଃ,
ଅଦ୍ୟ ଦିବସ ଦିବସାଧିପତି,
ରବି ମହାଗ୍ରହ ଦେବତା ସୁପ୍ରୀତୟେ
ମନ୍ତ୍ର ଜପେ ବିନିଯୋଗଃ । (୧ ଥର)
ମନ୍ତ୍ର : ଓଁ ଘୃଣି ସୂର୍ଯ୍ୟାୟ ନମଃ । (୧୦୮ ଥର)
(ସକାଳେ ଓ ସନ୍ଧ୍ୟାରେ ୨ ଥର)
ହିତବାଣୀ : ସବୌଷଧୀନାମମୃତା ପ୍ରଧାନା,
ସର୍ବେଷୁ ସୌଖ୍ୟବ୍ୟସନଂ ପ୍ରଧାନମ୍‌
ସର୍ବେନ୍ଦ୍ରିୟାଣାଂ ନୟନଂ ପ୍ରଧାନଂ
ସର୍ବେଷୁ ଗାତ୍ରେଷୁ ଶିରଃ ପ୍ରଧାନମ୍‌ ।
ଭାବାର୍ଥ : ସମସ୍ତ ଔଷଧ ମଧ୍ୟରେ ଅମୃତ ପ୍ରଧାନ, ସମସ୍ତ ସୁଖ ମଧ୍ୟରେ ଭୋଜନ ପ୍ରଧାନ, ସବୁ ଇନ୍ଦ୍ରିୟ ମଧ୍ୟରେ ନେତ୍ର ପ୍ରଧାନ ଓ ସମସ୍ତ ଶରୀର ମଧ୍ୟରେ ଶିର ବା ମସ୍ତକ ପ୍ରଧାନ ଅଟେ ।
ଜ୍ୟୋତିର୍ବିଦ୍‌- କୈଳାସ ଦାଶ

ଭୁବନେଶ୍ୱର : ସୋମ, ମଙ୍ଗଳ, ବୁଧ । ବାଲୁଗାଁ : ଗୁରୁ, ଶୁକ୍ର, ଶନି, ରବି ।

   ସମ୍ବନ୍ଧିତ ଖବର


ପୁତିନ୍‌ଙ୍କ ସମ୍ପର୍କୀୟ ରୁଷ୍‌ରେ ଗଠନ କଲେ ନୂଆ ରାଜନୈତିକ ଦଳ- ନାମ ଦେଲେ ଦୁର୍ନିତୀ ମୁକ୍ତ ରୁଷ୍‌ ପାର୍ଟି

ମିସ ଇଣ୍ଡିଆ-୨୦୨୦ ପାଇଁ ଓଡ଼ିଶାର ଟପ୍‌-୫ ପ୍ରତିଯୋଗୀଙ୍କ ମଧ୍ୟରେ ବଲାଙ୍ଗିରର ଝିଅ ଶୁଭଶ୍ରୀ ରାୟଗୁରୁ

କରୋନା ଟିକା କରଣ ପାଇଁ ମୋଦି ନବୀନ ଆଲୋଚନା- ସ୍ୱାସ୍ଥ୍ୟକର୍ମୀ ଏବଂ ୫୦ ବର୍ଷରୁ ଉର୍ଦ୍ଧ୍ୱ ବୟସ୍କଙ୍କୁ ପ୍ରଥମେ ମିଳିବ ଟିକା

ନଭେମ୍ବର ୨୫ ରାତିରେ ଘୂର୍ଣ୍ଣିଝଡ଼ ତାମିଲନାଡୁ-ପୁଡୁଚେରୀ ଉପକୂଳକୁ ଅତିକ୍ରମ କରିପାରେ

ଆତଙ୍କବାଦୀଙ୍କ ଚାଲ୍‌ ଜାଣିବା ପାଇଁ ସୁଡଙ୍ଗ ମଧ୍ୟରେ ଦେଢଶହ ମିଟର ଗୁରୁଣ୍ଡି କରି ଗଲେ ବିଏସ୍‌ଏଫ୍‌ ଅଧିକାରୀ

ଏନ୍‌କ୍ଲୋଜର୍‌ ମୁକ୍ତ ହେବ ‘ସୁନ୍ଦରୀ’, ଓଡ଼ିଶାରୁ ଫେରାଇ ନେବାକୁ ନିର୍ଦ୍ଦେଶ ଦେଲେ ମଧ୍ୟପ୍ରଦେଶ ହାଇକୋର୍ଟ