ସୁସ୍ଥ ହେଲେ ସୁନ୍ଦରଗଡର ଜଣେ କରୋନା ଆକ୍ରାନ୍ତ

ଭୁବନେଶ୍ୱର ଏପ୍ରିଲ ୧୬ – ସୁନ୍ଦରଗଡର ଦୁଇଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ସୁସ୍ଥ ହୋଇଛନ୍ତି । ରାଜ୍ୟରେ ଏପ୍ରିଲ ୧୫ ତାରିଖରେ ମୋଟ୍‌ ୧୧୯୭ଟି ବ୍ୟକ୍ତିଙ୍କର କରୋନା ପରୀକ୍ଷଣ କରାଯାଇଛି । ସମସ୍ତ ସାମ୍ପଲ କୋଭିଡ୍‌-୧୯ ନେଗେଟିଭ୍‌ ଆସିଥିବା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏଥିରେ କୌଣସି ନୂଆ ଆକ୍ରାନ୍ତଙ୍କ ମିଳି ନାହାନ୍ତି । ସୁନ୍ଦରଗଡର ଜଣେ ଆକ୍ରାନ୍ତ ସୁସ୍ଥ ହୋଇଥିବା କଥା ସୂଚନା ଦିଆଯାଇଛି । ଏବେ ସୁନ୍ଦରଗଡର ଜଣେ କରୋନା ଆକ୍ରାନ୍ତ ଆକ୍ଟିଭ ଅଛନ୍ତି ।

ସୂଚନା ଯୋଗ୍ୟ ସୁନ୍ଦରଗଡରେ ୨ ଜଣ କରୋନା ଆକ୍ରାନ୍ତ ହୋଇଥିଲେ। ଏମାନଙ୍କ ମଧ୍ୟରୁ ଜଣେ ନିଜାମୁଦ୍ଦିନ ଫେରନ୍ତା ହୋଇଥିବା ବେଳେ ଅନ୍ୟଜଣେ ଆକ୍ରାନ୍ତ ନିଜାମୁଦ୍ଦିନ୍‌ ଫେରନ୍ତାଙ୍କ ସମ୍ପର୍ଶରେ ଆସିଥିଲେ । ୫୧ ତମ ଆକ୍ରାନ୍ତଙ୍କ ବୟସ ୬୭ ବର୍ଷ ସେ ମାର୍ଚ୍ଚ ୫ ତାରିଖରେ ଉତ୍କଳ ଏକ୍ସପ୍ରେସରେ ରାଉରକେଲାରୁ ଦିଲ୍ଲୀ ଯାଇଥିଲେ । ସେଠାରେ ସେ ୬ରୁ ୧୦ ତାରିଖ ପର୍ଯ୍ୟନ୍ତ ନିଜାମୁଦ୍ଦିନରେ ଥିଲେ । ସେଠାରୁ ସମ୍ପର୍କକ୍ରାନ୍ତି ଏକ୍ସପ୍ରେସରେ ମାର୍ଚ୍ଚ ୧୦ ତାରିଖରେ ବିଳାସପୁର ଫେରିଥିଲେ । ସେଠାରୁ ସେ ଅନ୍ୟ ଏକ ଟ୍ରେନ୍‌ରେ ରାଉରକେଲା ଆସିଥିଲେ । ରାଉରକେଲାରୁ ସେୟାର ଅଟୋରେ ବିସ୍ରା ଯାଇଥିଲେ । ପରେ ୧୨ ତାରିଖରୁ ୨ ଏପ୍ରିଲ ଯାଏଁ ଘରେ ପୃଥକବାସରେ ଥିଲେ । ୨ ଏପ୍ରିଲରେରାଉରକେଲା ସରକାରୀ ଡାକ୍ତରଖାନାର କ୍ୱାକେଣ୍ଟାଇନ୍‌କୁ ଯାଇଥିଲେ । ପରେ ତାଙ୍କର ସାମ୍ପଲ୍‌ ନିଆଯାଇଥିଲା । ସେଥିରେ ସେ କରୋନା ପଜେଟିଭ୍‌ ଥିବା ଜଣା ପଡିଛି । ତାଙ୍କୁ ରାଉରକେଲା ହାଇଟେକ୍‌ କୋଭିଡ୍‌ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା ।

ସେହପରି ସୁନ୍ଦରଗଡର ୫୨ତମ ଆକ୍ରାନ୍ତଙ୍କ ବୟସ ୧୮ ବର୍ଷ । । ମାର୍ଚ୍ଚ ୧୦ ତାରିଖରେ ନିଜାମୁଦ୍ଦିନ ଫେରନ୍ତାଙ୍କ ସମ୍ପର୍କରେ ଆସିଥିଲେ । ମାର୍ଚ୍ଚ ୧୦ ତାରିଖରେ ଯାଜପୁର ଚାରିନଙ୍ଗଲରୁ ରାଉରକେଲା ବସ୍‌ରେ ଯାଇଥିଲେ । ୧୧ ତାରିଖରେ ଅଟୋରେ ବିଶ୍ରା ଯାଇଥିଲେ । ଆସିୟାନ ମସ୍‌ଜିଦ୍‌ରେ ସେ ରହିଥିଲେ । ଏହାପରେ ବନର ସୁନ୍ଦରଗଡରେ ଥିବା ମସ୍‌ଜିଦ୍‌ ନିକଟରେ ରହିଥିଲେ । ୫ରୁ ୧୧ ଏପ୍ରିଲ ପର୍ଯ୍ୟନ୍ତ ତାଙ୍କ ସରକାରୀ କ୍ୱାରେଣ୍ଟାଇନ୍‌କୁ ପଠାଯାଇଥିଲା । ସେଠାରେ ତାଙ୍କର ସାମ୍ପଲ୍‌ ସଂଗ୍ରହ କରାଯାଇଥିଲା ।

   ସମ୍ବନ୍ଧିତ ଖବର


ଭିଜିଲାନ୍ସ ଜାଲରେ ମେଡିକାଲ କର୍ମଚାରୀ, ଲାଞ୍ଚ ନେଇ ଧରା ପଡ଼ିଲେ

ରାଇରଙ୍ଗପୁରରୁ ବାଘ ଛାଲ ଜବତ, ୫ ଗିରଫ

ପୂର୍ବରୁ କରୋନା ବିଷୟରେ ଦେଇଥିଲେ ଭବିଷ୍ୟବାଣୀ, କହିଲେ ଆଉ ଏତେ ଦିନ ରହିବ

WHO ମୁଖ୍ୟ ହିନ୍ଦୀରେ ଟୁଇଟ କରି ଭାରତକୁ ଧନ୍ୟବାଦ ଦେଲେ, ଜାଣନ୍ତୁ କ’ଣ..

କରୋନା କଟକଣାକୁ ଫୁ… ଭିଡିଓ ଭାଇରାଲ

ସମ୍‌ କୋଭିଡ ହସ୍ପିଟାଲ୍‌ରେ କରୋନାରୁ ସୁସ୍ଥ ହେଲେ ୯୦ ବର୍ଷୀୟ କ୍ୟାନ୍ସର ପୀଡିତ