ପ୍ରମୁଖ ଖବର
  • ଦିଲ୍ଲୀ ଏନସିଆରର ୫୦ରୁ ଉର୍ଦ୍ଧ୍ଵ ସ୍କୁଲରେ ଖଞ୍ଜା ହୋଇଛି ବମ୍ ! ଧମକପୂର୍ଣ୍ଣ ଇମେଲ୍ ଆସିବା ପରେ ଚାରିଆଡ଼େ ଚାଞ୍ଚଲ୍ୟ
  • ||
  • ଶ୍ରମିକ ଦିବସ; ଦୁର୍ଦ୍ଦିନରେ ଘରୋଇ ସହାୟିକା, ସରକାରୀ ସହାୟତାରୁ ହେଉଛନ୍ତି ବଞ୍ଚିତ
  • ||
  • ବିଜେଡି ବିଧାୟକ ପ୍ରାର୍ଥୀ ସୁଶାନ୍ତଙ୍କ ନାଁରେ ୮ କୋଟିର ଅସ୍ଥାବର ସମ୍ପତ୍ତି; ସ୍ତ୍ରୀଙ୍କ ନାଁରେ ୧୬ କୋଟିର ସମ୍ପତ୍ତି, ୧୫୦ ଗ୍ରାମ ସୁନା
  • ||
  • ବିଳମ୍ୱ ହେବ ମାଟ୍ରିକ୍ ପରୀକ୍ଷା ଫଳ ପ୍ରକାଶନ, ଧିମେଇଛି ଡିଜିଟାଲ ସାର୍ଟିଫିକେଟ୍ ପ୍ରସ୍ତୁତି କାମ
  • ||
  • ବଡ଼ବିଲ : କୂଅରୁ ଯୁବକଙ୍କ ମୃତଦେହ ଉଦ୍ଧାର, ପରିଚୟ ଅସ୍ପଷ୍ଟ
  • ||
  • ସାଲେପୁର : ଟ୍ରାକ୍ଟର ତଳେ ଚାପିହୋଇ ଶ୍ରମିକଙ୍କ ମୃତ୍ୟୁ, ଡ୍ରାଇଭର ସମେତ ୪ ଆହତ
  • ||
  • ଅଗ୍ନିକୁଣ୍ଡ ପାଲଟିଲା ସାରା ରାଜ୍ୟ, ୬ରୁ ଆଶ୍ୱସ୍ତି... ୭ରେ ବର୍ଷା
  • ||
  • ୧୧୪ ଡିଗ୍ରୀ ଫାରେନହାଇଟ୍‌ରେ କଲବଲ, ଅଂଶୁଘାତର ଶିକାର ହୋଇ ୩୦ଜଣ ହସ୍ପିଟାଲ ଗଲେ
  • ||

ଖରାଦିନେ ସନ୍‌ଗ୍ଲାସ୍‌ ଟ୍ରେଣ୍ଡ୍: ଆଖିକୁ ସୁରକ୍ଷା ଦେବା ସହ ଷ୍ଟାଇଲିଶ୍‌ ଲୁକ୍ ଦିଏ..

ଖରାଦିନେ ସନ୍‌ଗ୍ଲାସ୍‌ ଟ୍ରେଣ୍ଡ୍‌ ଅଧିକ । ଲୁକ୍‌ ପରିବର୍ତ୍ତନ ପାଇଁ ସନ୍‌ଗ୍ଲାସ୍‌ ଏକ ଭଲ ଆକ୍ସେସରି । କେବଳ ଆଖିକୁ ସୁରକ୍ଷା ଦେଇନଥାଏ । ଷ୍ଟାଇଲିଶ୍‌ ଲୁକ୍‌ ମଧ୍ୟ ଦେଇଥାଏ । ଆଜିକାଲି ବିଭିନ୍ନ ଡିଜାଇନର୍‌ ସନ୍‌ଗ୍ଲାସ୍‌ ଟ୍ରେଣ୍ଡରେ ।

wp:heading

କଲର୍‌ଫୁଲ୍‌ ରିମ୍ସ ସନ୍‌ଗ୍ଲାସ୍

/wp:heading

ଏବେ କଲର୍‌ଫୁଲ୍‌ ରିମ୍ସ ସନ୍‌ଗ୍ଲାସ୍‌ ଟ୍ରେଣ୍ଡ୍‌ ଅଧିକ । ବଜାରରେ ଏହାର ବିଭିନ୍ନ ପ୍ରକାର ଡିଜାଇନ୍‌ ଉପଲବ୍ଧ । ଏଥିରେ ସନ୍‌ଗ୍ଲାସ୍‌ ଫ୍ରେମ ରଙ୍ଗୀନ ହେବା ସହିତ ରିମ୍ସ ମଧ୍ୟ ରଙ୍ଗୀନ ଥାଏ । ତେଣୁ ପିନ୍ଧିଲେ ଟ୍ରେଣ୍ଡି ଲାଗେ । ପୋଷାକ ସହିତ ମ୍ୟାଚ୍‌ କରି ରିମ୍ସ ସନ୍‌ଗ୍ଲାସ୍‌ ପିନ୍ଧନ୍ତୁ ।

wp:heading

ଫ୍ଲୋରାଲ ଫ୍ରେମ୍‌ ସନ୍‌ଗ୍ଲାସ୍

/wp:heading

ଫ୍ୟାଶନେବଲ୍‌ ଝିଅମାନେ ଫ୍ଲୋରାଲ୍‌ ଫ୍ରେମ୍‌ ସନ୍‌ଗ୍ଲାସ୍‌ ଅଧିକ ପସନ୍ଦ କରନ୍ତି । ଫ୍ଲୋରାଲ ରାଉଣ୍ଡ ରେଟ୍ରୋ ଫ୍ରେମ୍‌, କ୍ଲାସିକ ସ୍କୋୟାର ଏବଂ କ୍ୟାଟ ଆଇ ଫ୍ରେମ୍‌ ଏବେ ଟ୍ରେଣ୍ଡରେ । ବ୍ଲୁ, ପିଙ୍କ, ୟେଲୋ ପରି ଉଜ୍ଜ୍ୱଳ ରଙ୍ଗ ବାଛନ୍ତୁ । କିନ୍ତୁ ଆପଣଙ୍କ ଚେହେରା ଉପରେ କେଉଁ ଡିଜାଇନର୍‌ ସନ୍‌ଗ୍ଲାସ୍‌ ଭଲ ମାନିବ ସେହି ଅନୁଯାୟୀ ନିଅନ୍ତୁ । କ୍ଲାସିକ୍‌ ଲୁକ୍‌ ଚାହୁଁଥିଲେ ହ୍ୱାଇଟ୍‌ ଫ୍ରେମ୍‌ ସନ୍‌ଗ୍ଲାସ୍‌ ପିନ୍ଧନ୍ତୁ ।

wp:heading

ଆଭିଏଟର ସନ୍‌ଗ୍ଲାସ୍

/wp:heading

‌ଆଭିଏଟର ସନ୍‌ଗ୍ଲାସ୍‌ ଡିଜାଇନ୍‌ ପ୍ରଥମେ ପୁରୁଷମାନଙ୍କ ପାଇଁ ତିଆରି ହୋଇଥିଲା । କିନ୍ତୁ ଏବେ ଏହାକୁ ଝିଅମାନେ ମଧ୍ୟ ପିନ୍ଧୁଛନ୍ତି । ୱିମେନ୍‌ ଆଭିଏଟର୍‌ ସନଗ୍ଲାସ୍‌ର ଲେନ୍ସ ବଡ଼ ଥାଏ । ଏହା ବିଭିନ୍ନ ପ୍ରକାର ଫଙ୍କି କଲର୍‌ରେ ଉପଲବ୍ଧ । ପୋଷାକ ଅନୁସାରେ ରଙ୍ଗ ବାଛିପାରିବେ ।

wp:heading

ଓଭର ସାଇଜଡ୍‌ ସନ୍‌ଗ୍ଲାସ୍

/wp:heading

ଓଭର ସାଇଜଡ୍‌ ସନ୍‌ଗ୍ଲାସ୍‌ ଯେକୌଣସି ମହିଳାଙ୍କ ମୁହଁକୁ ଭଲ ମାନିଥାଏ । ଏହାର ବିଭିନ୍ନ ପ୍ରକାର ସେପ୍‌ ଆସୁଛି ଯେମିତି ରାଉଣ୍ଡ, ସ୍କୋୟାର ଏବଂ ଜିଓମେଟ୍ରିକ୍‌ ଷ୍ଟାଇଲ୍‌ । ଆପଣଙ୍କ ପସନ୍ଦ ହିସାବରେ ଯେକୌଣସି ସେପ୍‌ ବାଛିପାରିବେ । ଅନ୍ୟଙ୍କଠାରୁ ଭିନ୍ନ ଦିଶିବେ ।

wp:heading

କ୍ୟାଟ୍‌ ଆଇ ସନ୍‌ଗ୍ଲାସ୍

/wp:heading

କ୍ୟାଟ୍‌ ଆଇ ସନ୍‌ଗ୍ଲାସ୍‌ କେବେ ଫ୍ୟାଶନ୍‌ ଆଉଟ୍‌ ହୁଏ ନାହିଁ । ଏଥିରେ ନୂଆ ଆଇ ଲୁକ୍‌ ମିଳିଥାଏ । ଫ୍ରେମ୍‌ କର୍ନର ଅଳ୍ପ ସାର୍ପ ରହିଥାଏ, ଯାହା ଆଇ ଲୁକ୍‌କୁ ପୂରା ପରିବର୍ତ୍ତନ କରିଥାଏ । ରାଉଣ୍ଡ ଏବଂ ଓଭାଲ ଫେସ୍‌ରେ ଏହି ସନ୍‌ଗ୍ଲାସ୍‌ ଭଲ ମାନିଥାଏ ।

wp:heading

ସ୍କୋୟାର ସନ୍‌ଗ୍ଲାସ୍

/wp:heading

‌ସ୍କୋୟାର ସନ୍‌ଗ୍ଲାସ୍‌ ଷ୍ଟାଇଲିଶ୍‌ ଲୁକ୍‌ ଦେଇଥାଏ । କିନ୍ତୁ ଏହା ସମସ୍ତଙ୍କ ମୁହଁକୁ ଭଲ ମାନିଥାଏ । ଓଭାଲ ଏବଂ ରାଉଣ୍ଡ ଫେସ୍‌କୁ ଭଲ ମାନିଥାଏ । ବ୍ଲାକ୍‌ ବଦଳରେ ବ୍ଲୁ, ୟୋଲୋ, ପିଙ୍କ୍‌ ରେଡ୍‌ କଲର୍‌ ସନ୍‌ଗ୍ଲାସ୍‌ ନିଅନ୍ତୁ ବେଶି ଭଲ ଲାଗିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.