ବିରାଟ କୋହଲିଙ୍କ ଏହି ଭୁଲ ପାଇଁ ରାଗିଗଲେ ଗାଭାସ୍କର, କହିଲେ-ଏଭଳି କାର୍ଯ୍ୟକଳାପ କେବେ ସହ୍ୟ କରାଯିବନି

ନୂଆଦିଲ୍ଲୀ,୨୦।୧: ଭାରତୀୟ କ୍ରିକେଟ ଟିମ୍ ବର୍ତ୍ତମାନ ଖରାପ ସ୍ଥିତି ଦେଇ ଗତି କରୁଛି। ପ୍ରଥମରେ ତ ବିରାଟ କୋହଲି ତିନୋଟି ଫର୍ମାଟରେ କ୍ୟାପଟେନ୍ ପଦରୁ ଅବସର ନେଇଛନ୍ତି। ଏହାଛଡା ଭାରତକୁ ଦକ୍ଷିଣ ଆଫ୍ରିକା ବିପକ୍ଷ ତିନୋଟି ମ୍ୟାଚ୍ର ଟେଷ୍ଟ ସିରିଜ୍ରେ ୨-୧ରେ ପରାଜୟର ମୁହଁ ଦେଖିବାକୁ ମିଳିଛି। ଏହାପରେ ଓ୍ବାନଡେ୍ ସିରିଜ ପୂର୍ବରୁ ମ୍ୟାଚ୍ରେ ମଧ୍ୟ ଟିମ୍ ଇଣ୍ଡିଆ ୩୧ ରନ୍ରେ ହାରି ଯାଇଛି। ଏଭଳି କିଛି ସ୍ଥିତି ବିରାଟ କୋହଲିଙ୍କର ମଧ୍ୟ ରହିଛି। ଏହି ଖେଳାଳି ୨ ବର୍ଷ ହେବ କୌଣସି ଶତକ କରିନାହାନ୍ତି। ଏପରିକି କ୍ରିକେଟର ତିନୋଟି ଫର୍ମାଟର କ୍ୟାପଟେନ୍ସିପ୍କୁ ହରାଇଛନ୍ତି। ଏବେ ବିରାଟଙ୍କ ଗୋଟିଏ ଭୁଲ ପୂର୍ବତନ କ୍ରିକେଟର ସୁନିଲ ଗାଭାସ୍କରଙ୍କୁ ପସନ୍ଦ ଆସିନି। ସେ ବିରାଟଙ୍କୁ କଡା ଶବ୍ଦରେ ଯୋରଦାର ସମାଲୋଚନା କରିଛନ୍ତି।
ବିରାଟଙ୍କ ନେତୃତ୍ବରେ ଖେଳାଯାଉଥିବା ଶେଷ ଟେଷ୍ଟ ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟିମ୍ଠାରୁ ୭ ଓ୍ବିକେଟରେ ହାରି ଯାଇଥିଲା। ଏହି ମ୍ୟାଚ୍ରେ ବିରାଟ ରାଗରେ ଏକ ଭୁଲ କାମ କରିଦେଇଥିଲେ। କେପଟାଉନ୍ରେ ଖେଳାଯାଇଥିବା ତୃତୀୟ ଟେଷ୍ଟ ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକାର ଦ୍ବିତୀୟ ଇନିଂସ ବେଳେ ୨୧ ଓଭରରେ ଭାରତ ପକ୍ଷରୁ ରବିଚନ୍ଦ୍ରନ ଅଶ୍ବିନୀ ବୋଲିଂ କରୁଥିଲେ। ସେତେବେଳେ ତାଙ୍କର ବଲ ଆଫ୍ରିକାର କ୍ୟାପଟେନ୍ ଡିନ୍ ଏଗଲରଙ୍କ ପ୍ୟାଡ୍ରେ ସିଧା ଲାଗିଥିଲା। ଏହାପରେ ଭାରତୀୟ ଖେଳାଳିଙ୍କ ଅପିଲରେ ଅମ୍ପାୟର ତାଙ୍କୁ ଆଉଟ୍ ବୋଲି କହିଥିଲେ।
ତେବେ ଡିନ୍ ଏଗଲର ଏହି ନିଷ୍ପତ୍ତି ଉପରେ ରିଭ୍ୟୁ ନେଇଥିଲେ ହକ୍ ହକ୍ ଆଇ(Hawk-Eye)ରେ ଦେଖାଯାଇଥିଲା ବଲ୍ ଷ୍ଟମ୍ପର ଉପରେ ଯାଇଥିଲା। ଏହି ନିଷ୍ପତ୍ତି ଟିମ୍ ଇଣ୍ଡିଆର ଖେଳାଳିଙ୍କୁ ପସନ୍ଦ ଆସିନଥିଲା ଓ ସମସ୍ତ ଖେଳାଳି ପଡିଆରେ ରାଗି ଯାଇଥିଲେ। ଏପରିକି କ୍ୟାପଟେନ୍ ବିରାଟ କୋହଲି, ରବିଚନ୍ଦ୍ରନ ଅଶ୍ବିନୀ ଓ କେଏଲ ରାହୁଲ ଏହି ନିଷ୍ପତ୍ତିକୁ ବିବାଦୀୟ ବୋଲି କହିଥିଲେ। ସେତେବେଳେ ଷ୍ଟମ୍ପର ମାଇକ୍ ପାଖରେ ଯାଇ ବିରାଟ କୋହଲି ନିଜର ରାଗ ବ୍ରଡକାଷ୍ଟରଙ୍କ ଉପରେ ଦେଖାଇଥିଲେ ଓ ତାଙ୍କୁ ଖୁବ୍ ଗାଳି କରିଥିଲେ। କେଏଲ ରାହୁଲ କହିଥିଲେ, ପୁରା ଦେଶ ୧୧ ଜଣ ଖେଳାଳିଙ୍କ ବିରୋଧରେ ଖେଳୁଛି।
ଏହି ପୁରା ବିବାଦ ପରେ ସୁନିଲ ଗାଭାସ୍କର ନିଜର ଅସନ୍ତୋଷ ବ୍ୟକ୍ତି କରିଛନ୍ତି। ଗାଭାସ୍କର କହିଛନ୍ତି,ଖେଳ ପଡିବାରେ ସବୁବେଳେ ଖେଳାଳିଙ୍କୁ ରାଗ ଆସିଯାଇଥାଏ। କ୍ରିକେଟ ହେଉ କିମ୍ବା ଫୁଟବଲ। ଖେଳାଳିଙ୍କୁ ନିଜର ସୀମା ପାର କରିବା ଉଚିତ୍ ନୁହେଁ। ମୋତେ ଲାଗୁଛି ସେ ଆଉ କିଛି ଇଶାରା କରିବାକୁ ଚେଷ୍ଟା କରୁଥିଲେ, କିନ୍ତୁ ଯଦି ଏହି କାମ ଅନ୍ୟ କୌଣସି ବିଦେଶୀ କ୍ୟାପଟେନ୍ ଏଠାକୁ ଆସି କରନ୍ତି ଓ ଆପଣ ଏହାକୁ ଦେଖନ୍ତି, ତେବେ ଆମ ଭାରତୀୟଙ୍କୁ କିପରି ଲାଗିବ? ଆମେ ଏହାକୁ ସହ୍ୟ କରିପାରିବୁନି। ଯେତେବେଳେ ଆପଣ ଦେଶ ପାଇଁ ଖେଳୁଛନ୍ତି, ପୁରା ଚେଷ୍ଟା କରନ୍ତୁ ଆପଣ ପଡିଆରେ ଯେପରି ନିଜର ନିୟନ୍ତ୍ରଣ ନହରାନ୍ତୁ। ସବୁ ପରେ ବି ଶାନ୍ତ ରହିବାକୁ ଚେଷ୍ଟା କରନ୍ତୁ। ଷ୍ଟମ୍ପ ମାଇକ୍ ପାଖରେ ଯାଇ ଆପଣ ଏଭଳି କଲେ ବିବାଦ ହୋଇପାରେ ବୋଲି ଗାଭାସ୍କର କହିଛନ୍ତି।