PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଓଡ଼ିଶା: ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧ ହଜାର ୮୦୫ ଜଣ କରୋନା ପଜିଟିଭ, ୨୧ ଜଣଙ୍କ ଜୀବନ ନେଲା ମହାମାରୀ
  • ||
  • ବାଲେଶ୍ଵର : ଭାରସାମ୍ୟ ହରାଇ ପୋଲ ତଳକୁ ଖସିଲା କାର୍, ୩ ମୃତ ୨ ଗୁରୁତର
  • ||
  • OJEE: ଜୁନ୍‌ ୧୫ ଯାଏ ଛାତ୍ରଛାତ୍ରୀମାନେ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ, ଜୁନ୍‌ ୧୭ତାରିଖ ସୁଦ୍ଧା ଅନ୍‌ଲାଇନ୍‌ରେ ଫି’ଦାଖଲ କରିପାରିବେ
  • ||
  • ପୁରୀ:ଏ ବର୍ଷ ବି ବିନା ଭକ୍ତରେ ହେବ ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା, କେବଳ ସେବାୟତ ଟାଣିବେ ରଥ
  • ||
  • ପୁରୀ: ଆଜି ମହାପ୍ରଭୁଙ୍କ ବାହାର ଚନ୍ଦନ ଯାତ୍ରା, ମେ ୧୫ରୁ ଜୁନ୍‌ ୬ ଯାଏଁ ୧୪୪ ଧାରା ଜାରି
  • ||
  • ଚାଷୀ କୂଳ ପାଇଁ ଖୁସି ଖବର: ମେ’ ୩୧ରେ କେରଳ ଛୁଇଁବ ମୌସୁମୀ,ଜୁନ୍ ୧୦ରୁ ୧୨ ସୁଦ୍ଧା ଓଡ଼ିଶା
  • ||
  • ଆଜି ପବିତ୍ର ଅକ୍ଷୟ ତୃତୀୟା, ମାଟି ମା’କୁ ପୂଜା କରି ଚାଷ କାମ ଅନୁୁକୂଳ କରିବେ ଚଷା ପୁଅ
  • ||

ଟେଲିଭିଜନ୍‌ ସ୍କ୍ରିନ୍‌କୁ ପୁଣି ଫେରୁଛନ୍ତି ଗୁଥ୍‌ଥି!

ମୁମ୍ବାଇ ୧୪/୧୨: କଲର୍ସ ଚ୍ୟାନେଲରେ ପ୍ରସାରିତ ଅନ୍ୟତମ ସବୁଠୁ ଲୋକପ୍ରିୟ ସୋ’ ‘କମେଡି ନାଇଟ୍ସ ଉଇଥ୍‌ କପିଲ’ର ସ୍ମୃତି ଏବେ ବି ଦର୍ଶକଙ୍କ ମନରେ ତାଜା ରହିଛି । ରାତାରାତି ସୋ’ଟି କୋଟି କୋଟି ଦର୍ଶକଙ୍କ ମନ କିଣି ନେଇଥିଲା । ଏହାର କଳାକାର ଅଲି ଅସଗର, କପିଲ ଶର୍ମା, ସୁମୋନା ଚକ୍ରବର୍ତ୍ତୀ, କିକୁ ଶର୍ମା ଓ ଖାସ୍‌କରି ସୁନୀଲ ଗ୍ରୋଭରଙ୍କ ପ୍ରଦର୍ଶନ ଦର୍ଶକଙ୍କ ହୃଦୟକୁ ବେଶ ଛୁଇଁଥିଲା । ଗୁଥ୍‌ଥି ଚରିତ୍ରରେ ସୁନୀଲ ସମସ୍ତଙ୍କ ହୃଦୟରେ ରାଜ୍‌ କଲେ। କିନ୍ତୁ କିଛି କାରଣ ପାଇଁ ସେ ସୋ’ଠୁ ଦୂରେଇ ଗଲେ । ହେଲେ ଗୁଥ୍‌ଥି ଚରିତ୍ରକୁ ଆଜି ବି ଦର୍ଶକ ଝୁରୁଛନ୍ତି ।

ତେବେ ଆପଣଙ୍କ ପାଇଁ ଖୁସି ଖବର ହେଉଛି ଗୁଥ୍‌ଥି ପୁଣି ଥରେ ଫେରୁଛନ୍ତି ଟେଲିଭିଜନ୍‌ ସ୍କ୍ରିନ୍‌କୁ । ଏଥର କିନ୍ତୁ ‘ବିଗ୍‌ ବସ୍‌-୧୩’ ୱିକ୍‌ଏଣ୍ଡ କା ୱାର୍‌ ଏପିସୋଡ୍‌ରେ । ଏହି ସୋ’ ଜରିଆରେ ସୁନୀଲ ପୁଣି ଥରେ ଗୁଥ୍‌ଥି ଚରିତ୍ରରେ ଦର୍ଶକଙ୍କୁ ହସାଇବାକୁ ସ୍ଥିର କରିଛନ୍ତି । ଫିଲ୍ମ ‘ଭାରତ’ରେ ସଲମାନ ଖାନ୍‌ଙ୍କ ସହ କାମ କରିଥିବା ସୁନୀଲ ଦବଙ୍ଗ ଟୁର୍‌ରେ ମଧ୍ୟ ସାମିଲ ହୋଇଛନ୍ତି । ଦୀର୍ଘ ଦିନ ପରେ ପରଦାରେ ଗୁଥ୍‌ଥିଙ୍କୁ ଦେଖିବାର ଇଚ୍ଛା ଦର୍ଶକଙ୍କର ପୂରଣ ହେବ, ସେଥିପାଇଁ ଏବେଠୁ ଦର୍ଶକ ଉତ୍ସାହିତ ଅଛନ୍ତି ।