ଗବେଷଣା- ଖରାରେ ନଷ୍ଟ ହେଉଛି କରୋନା ଭାଇରସ୍‌ , ଅନ୍ତିମ ଫଳାଫଳାକୁ ଅପେକ୍ଷା

ନୂଆଦିଲ୍ଲୀ ୧୯/୪ : ହୋମଲାଣ୍ଡ ସିକ୍ୟୁରିଟ ସାଇନ୍ସ ଆଣ୍ଡ ଟେକ୍ନୋଲୋଜିର ରିପୋର୍ଟ ଅନୁଯାୟୀ, ସରକାରୀ ପରୀକ୍ଷଣରୁ ଜଣାପଡିଛି ଯେ ସୂର୍ଯ୍ୟକିରଣରେ ଶୀଘ୍ର CCP (Chinese Communist party) ଜୀବାଣୁ ବା କରୋନା ଭାଇରସ ନଷ୍ଟ ହୋଇଯାଉଛି ।

ଅନୁସନ୍ଧାନକାରୀମାନେ ପରୀକ୍ଷଣ କରିବାକୁ ଯାଇ ସୂର୍ଯ୍ୟ କିରଣକୁ ଅନୁକରଣ କରିଥିଲେ ଏବଂ ଏହା CCP (ଚାଇନିଜ୍ କମ୍ୟୁନିଷ୍ଟ ପାର୍ଟି) ଜୀବାଣୁ ଅର୍ଥାତ ନୋଭେଲ କରୋନା ଭାଇରସ ( ଯାହା ଗତ ବର୍ଷ ଚୀନରୁ ଉତ୍ପନ୍ନ ହୋଇଥିଲା) ର ନିଷ୍କ୍ରିୟତା ହାରକୁ ବହୁଗୁଣିତ କରୁଥିବାର ଦେଖିଥିଲେ ।

ଏହି ସଂକ୍ରମିତ ଜୀବାଣୁ ଯୁକ୍ତରାଷ୍ଟ୍ରର ମଧ୍ୟାହ୍ନ ସୂର୍ଯ୍ୟ କିରଣ ସଂସ୍ପର୍ଶରେ ମାତ୍ର ୩ମିନିଟ ଆସିବା ପରେ ତାର ନିଷ୍କ୍ରିୟତା ହରାଇଥିଲା।

ଦେଖାଯାଇଛି ଯେତେବେଳେ କୌଣସି ଆଲୋକ ବ୍ୟବହାର ହୋଇନାହିଁ , CCP ଜୀବାଣୁ ନଷ୍ଟ ହେଉନାହାନ୍ତି । ପରୀକ୍ଷଣ ଅନୁଯାୟୀ ଜଣାପଡିଛି ଯେ ଦିନ ବେଳେ ବାହାରେ ଥିବା ପୃଷ୍ଠରୁ ସଂକ୍ରମଣର ଆଶଙ୍କା କମ୍ ଥାଏ । ଏଣୁ ଗରମରେ ଏହି ଜୀବାଣୁ ତିଷ୍ଠି ପାରିବାର କ୍ଷମତା ହରାଉଛି ।

ଜୀବାଣୁଗୁଡିକର କ୍ଷୟ ହାରକୁ ଭଲ ଭାବରେ ବୁଝିବା ପାଇଁ ଅଧିକ ପରୀକ୍ଷଣ ପାଇଁ ଯୋଜନା କରାଯାଇଛି । ଉଚ୍ଚ ତାପମାତ୍ରା ଏବଂ ଉଚ୍ଚ ସ୍ତରର ଆର୍ଦ୍ରତା ମଧ୍ୟ ଜୀବାଣୁକୁ ନିଷ୍କ୍ରିୟ କରିଥିଲା ବୋଲି ଅନୁସନ୍ଧାନକାରୀମାନେ କହିଛନ୍ତି।

ସେମାନେ ଲେଖିଛନ୍ତି, “ଯଦି କୌଣସି ସ୍ଥାନରେ COVID-19 ପଜିଟିଭ ବ୍ୟକ୍ତି ଥାନ୍ତି ତ ଘର ଭିତରର ଉତ୍ତାପ ଏବଂ ଆର୍ଦ୍ରତାକୁ ବଢାଇ ଦିଅନ୍ତୁ । ଘର ଭିତରେ ବାୟୁ ପ୍ରବାହ ବୃଦ୍ଧି ସଂକ୍ରମଣର ବିପଦକୁ ହ୍ରାସ କରିପାରେ ।

ହୋମଲାଣ୍ଡ ସିକ୍ୟୁରିଟ ବିଭାଗର ଅନୁସନ୍ଧାନକାରୀମାନେ ସିସିପି ଜୀବାଣୁ ଥିବା ପୃଷ୍ଠରେ କମର୍ସିଆଲ କ୍ଲିନରର କାର୍ଯ୍ୟକାରିତାକୁ ଦେଖି ବାକୁ ପରୀକ୍ଷା କରି ଜାଣିବାକୁ ପାଇଲେ ଯେ ବ୍ଲିଚ୍ କିମ୍ବା ୭୦ ପ୍ରତିଶତ ଆଇସୋପ୍ରୋପାଇଲ୍ ଆଲକହଲ୍ ଷ୍ଟେନଲେସ୍ ଷ୍ଟିଲରେ ଉଭୟ ଓଦା ଏବଂ ଶୁଖିଲା ଲାଳରେ ଏହି ଜୀବାଣୁକୁ ମାରି ଦେଉଛି।

ବର୍ତ୍ତମାନ ଉକ୍ତ ପରୀକ୍ଷାର ରିପୋର୍ଟ ସରକାର କିଛି ପ୍ରକାଶ କରି ନାହାଁନ୍ତି। ୟାହୁ ନ୍ୟୁଜ୍ ଏହାକୁ ହାସଲ କରି ଅନଲାଇନରେ ପ୍ରକାଶ କରିଛି ।
ହୋମଲାଣ୍ଡ ସିକ୍ୟୁରିଟ ବିଭାଗ ଏଥିରେ କୌଣସି ପ୍ରତିକ୍ରିୟା ଦେଇ ନାହିଁ।

(ସୌଜନ୍ୟ : The Epoch Times)

   ସମ୍ବନ୍ଧିତ ଖବର


ଅନୁଗୁଳରେ ନିରାଡ଼ମ୍ବରରେ ଚାଲିଛି ମାଆଙ୍କର ମହାସପ୍ତମୀ ପୂଜା, କୋଭିଡ କଟକଣା ଭିତରେ 7 ଜଣଙ୍କୁ ନେଇ ହେଉଛି ପୂଜାବିଧି …

ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରାଙ୍କୁ କରୋନା

ଚିନ୍ତାର କଥା ! ପରୀକ୍ଷଣ ସମୟରେ କରୋନା ଟିକାରେ ହେଲା ମୃତ୍ୟୁ…

କରୋନାରୁ ରକ୍ଷା କରିବ ଏହି ‘ଛତୁ’–ଷ୍ଟାର୍ଟ ଅପ୍‌ କମ୍ପାନୀ ତିଆରି କଲେ ଇମ୍ୟୁନିଟି ବୁଷ୍ଟର

ଝିଟିପିଟିର ଦାମ୍‌ ୫୫ଲକ୍ଷ ଟଙ୍କା – ଚୋରୀ ହୋଇଯାଇଥିବା ଏହି ଜୀବକୁ ଉଦ୍ଧାର କଲା ପୁଲିସ୍‌ , ୨ଚୋର ଗିରଫ

କରୋନା ଭୟରେ ଏହି ଦେଶରେ ବନ୍ଦ ହେଲା ମାଛ ମାର୍କେଟ୍, ଲାଗିଲା କର୍ଫ୍ୟୁ