ବଲିଉଡର ଏହି ଅଭିନେତାଙ୍କ ସମ୍ପତ୍ତି ହେଲା ଘୋଷଣା, ୮୭କୋଟି ଟଙ୍କା ସମ୍ପତ୍ତିର ମାଲିକ, ଅସଲ ନାଁକୁ ନେଇ ସତ୍ୟପାଠରେ ହେଲା ଖୁଲାସା

ନୂଆଦିଲ୍ଲୀ ୩୦।୪: ଗତକାଲି ନାମାଙ୍କନ ପତ୍ର ଦାଖଲ କରିଛନ୍ତି ବଲିଉଡ୍‌ ଅଭିନେତା ତଥା ପଞ୍ଜାବ ଗୁରୁଦାସପୁରରୁ ବିଜେପିର ଲୋକସଭା ପ୍ରାର୍ଥୀ ଥିବା ସନ୍ନି। ତେବେ ନାମାଙ୍କନ ସମୟରେ ସନ୍ନି ଦେଓଲ ଦାଖଲ କରିଥିବା ସତ୍ୟପାଠରେ ସେ ଏବଂ ତାଙ୍କ ପତ୍ନୀ ୮୭.୧୮କୋଟି ଟଙ୍କାର ମାଲିକ ବୋଲି ଜଣା ପଡ଼ିଛି । ଏହା ସହ ସନ୍ନିଙ୍କ ଉପରେ ୫୩କୋଟି ଟଙ୍କାର କରଜ ରହିଥିବା ମଧ୍ୟ ସ୍ପଷ୍ଟ ହୋଇଛି।

ତେବେ ସତ୍ୟପାଠରେ ଆଉ ଏକ ବଡ଼ ଖବର ସାମ୍ନାକୁ ଆସିଛି । ସନ୍ନି ଦେଓଲଙ୍କ ଅସଲ ନାଁ ସନ୍ନି ନୁହେଁ ବରଂ ଅଜୟ ସିଂହ ଦେଓଲ ବୋଲି ଜଣା ପଡ଼ିଛି । ନିର୍ବାଚନ କମିସନଙ୍କୁ ଦିଆଯାଇଥିବା ସତ୍ୟପାଠରେ, ୨୦୧୭-୧୮ରେ ତାଙ୍କ ଆୟ ୬୩.୮୨ଲକ୍ଷ ରହିଥିବା ବେଳେ ୨୦୧୬-୧୭ରେ ତାଙ୍କ ଆୟ ଥିଲା ୯୬.୨୯ଲକ୍ଷ ଟଙ୍କା । ୨୦୧୫-୧୬ରେ ତାଙ୍କ ଆୟ ୨.୨୫କୋଟି ଟଙ୍କା ରହିଥିଲା ବୋଲି ଜଣା ପଡ଼ିଛି ।

   ସମ୍ବନ୍ଧିତ ଖବର


ବିଜେପିକୁ ଓବେସୀଙ୍କ କଡାପ୍ରଶ୍ନ, ବିଜେପି ଶାସିତ ୪ ରାଜ୍ୟରେ କାହିଁକି ନାହାନ୍ତି ଜଣେ ହେଲେ ମୁସଲିମ ମନ୍ତ୍ରୀ ?

ପୁଣି ଲଜ୍ଜା: ମନ୍ଦିର ପରିସରରେ ଖେଳୁଥିବା ନାବାଳିକାକୁ ପୂଜାରୀ କଲା ଦୁଷ୍କର୍ମ

ମିଗ୍-୨୯କେ ଟ୍ରେନର ବିମାନ ଦୁର୍ଘଟଣାଗ୍ରସ୍ତ, ପାଇଲଟ୍ ନିଖୋଜ

ଜାଣନ୍ତି ଋଷ ରାଷ୍ଟ୍ରପତି ଭ୍ଲାଦିମର ପୁଟିନଙ୍କ ଏହି ସୁନ୍ଦରୀ ଗର୍ଲଫ୍ରେଣ୍ଡଙ୍କ ଦରମା କେତେ ?

ଗୁଜରାଟର ଏକ କୋଭିଡ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ, ଶ୍ବାସରୁଦ୍ଧ ହୋଇ ୬ ଜଣ ରୋଗୀଙ୍କ ମୃତ୍ୟୁ…

ଅନ୍ତର୍ଜାତୀୟ ଉଡ଼ାଣ ଉପରେ କଟକଣା, ଡିସେମ୍ବର ୩୧ ଯାଏ ବିମାନ ସେବା ବନ୍ଦ